Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Tourist Bus Accident / ଭୋର୍ ସମୟରେ ବଡ଼ ଦୁର୍ଘଟଣା; ଛିଡ଼ା ହୋଇଥିବା ଟ୍ରକକୁ ପିଟିଲା ଟୁରିଷ୍ଟ ବସ୍

Sushanta Sahoo
Browse all articles by Sushanta Sahoo
·10 months ago·1 min read
ଭୋର୍ ସମୟରେ ବଡ଼ ଦୁର୍ଘଟଣା; ଛିଡ଼ା ହୋଇଥିବା ଟ୍ରକକୁ ପିଟିଲା ଟୁରିଷ୍ଟ ବସ୍
Bus Accident

Key Points

ଭୁବନେଶ୍ଵର-ପୁରୀ ବାଇପାସ୍ ରୋଡର ସାଇ ମନ୍ଦିର ବସଷ୍ଟପ୍ ନିକଟରେ ଦୁର୍ଘଟଣା ଘଟିଛି ।

ଭୁବନେଶ୍ଵର: ଟୁରିଷ୍ଟ ବସ୍ ଦୁର୍ଘଟଣାଗସ୍ତ । ଜଣେ ମୃତ, ୫ ଜଣ ଗୁରୁତର । ଭୁବନେଶ୍ଵର-ପୁରୀ ବାଇପାସ୍ ରୋଡର ସାଇ ମନ୍ଦିର ବସଷ୍ଟପ୍ ନିକଟରେ ଦୁର୍ଘଟଣା ଘଟିଛି । ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ପାଉଁଶ ଭର୍ତ୍ତି ଟ୍ରକ୍‌କୁ ଭୋର୍ ସମୟରେ ଧକ୍କା ଦେଇଛି ପର୍ଯ୍ୟଟକଙ୍କୁ ନେଇ ଗୁଜରାଟରୁ ପୁରୀ ଆସୁଥିବା ଏକ ବସ୍ ।

ଏହି ବସ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଭୋର୍ ପ୍ରାୟ ସାଢ଼େ ୩ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଗୁଜରାଟର ସୋମନାଥରୁ ପ୍ରାୟ ୪୧ ଜଣ ପର୍ଯ୍ୟଟକ ତୀର୍ଥ ଭ୍ରମଣରେ ବାହାରି ଥିଲେ ।

ମଧ୍ୟପ୍ରଦେଶର ଉଜ୍ଜୟନରେ ମହାକାଳଙ୍କ ଦର୍ଶନ ପରେ ବିହାର ଚମ୍ପାରଣ ଭ୍ରମଣ ପରେ ପୁରୀ ଅଭିମୁଖେ ଆସୁଥିଲେ । ଭୁବନେଶ୍ଵର-ପୁରୀ ବାଇପାସ୍ ରାସ୍ତାରେ ଖରାପ ହୋଇ ଛିଡ଼ା ହୋଇଥିବା ଟ୍ରକ୍‌ଟିକୁ ପଛରୁ ଧକ୍କା ଦେଇଥିଲା ଟୁରିଷ୍ଟ ବସ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Tourist Bus from Gujarat Crashes Near Bhubaneswar, One Dead, Five Critical | Argus News | Argus News