Rift In BJD / ଗୃହ ଯୁଦ୍ଧରେ କମ୍ପୁଛି ଶଙ୍ଖ ଶିବିର; ନବୀନଙ୍କ ନୀରବତା ହେବ କି BJD ବିନାଶର କାରଣ ?
·7 months ago·2 min read

Key Points
ସୁଜାତାଙ୍କ ଏଣ୍ଟ୍ରି ପୂର୍ବରୁ ବିଜେଡିରେ ବଢୁଛି କଳି । ଦଳୀୟ ପଦବୀ ପ୍ରତ୍ୟାଖ୍ୟାନ କରି ଯୁଦ୍ଧଂ ଦେହୀ ଡାକରା ଦେଇଥିଲେ ଦେବାଶିଷ ସାମନ୍ତରାୟ । ଏବେ ସ୍ୱାର୍ଥବାଦୀ ନେତା ଦଳ ଛାଡ଼ନ୍ତୁ କହି ମୁହଁତୋଡ଼ ଜବାବ ଦେଇଛନ୍ତି ପ୍ରମିଳା ମଲ୍ଲିକ ।
ଭୁବନେଶ୍ଵର: ବିଦ୍ରୋହ, ବିରୋଧ ଓ ଆଉ ବିଜେଡି । କେହି କାହାରିକୁ ଛାଡ଼ିବା ମୁଡ୍ରେ ନାହାନ୍ତି । ବରିଷ୍ଠ ବିଷୋଦ୍ଗାର କରୁଛନ୍ତି । କାଉଣ୍ଟର କରିବାକୁ ସୁଯୋଗ ହାତଛଡ଼ା କରୁ ନାହାନ୍ତି କୋଟେରୀ ଗ୍ରୁପ । ସୁଜାତାଙ୍କ ଏଣ୍ଟ୍ରି ପୂର୍ବରୁ ବିଜେଡିରେ ବଢୁଛି କଳି । ଦଳୀୟ ପଦବୀ ପ୍ରତ୍ୟାଖ୍ୟାନ କରି ଯୁଦ୍ଧଂ ଦେହୀ ଡାକରା ଦେଇଥିଲେ ଦେବାଶିଷ ସାମନ୍ତରାୟ । ଏବେ ସ୍ୱାର୍ଥବାଦୀ ନେତା ଦଳ ଛାଡ଼ନ୍ତୁ କହି ମୁହଁତୋଡ଼ ଜବାବ ଦେଇଛନ୍ତି ପ୍ରମିଳା ମଲ୍ଲିକ । ଯାହାକୁ ନେଇ ଚର୍ଚ୍ଚା ହେଲାଣି ସୁପ୍ରିମୋ ନବୀନଙ୍କ ନୀରବତା ଓ ଦଳରେ ବଢୁଥିବା ବିବାଦ ବିଜେଡି ବିନାଶର ହେବ କି କାରଣ ।
ଏଥିସହ ପଢ଼ନ୍ତୁ: ପଦରୁ ଇସ୍ତଫା ଦେଇ ନବୀନଙ୍କୁ ପ୍ରଶ୍ନ କଲେ ଦେବାଶିଷ; 'BJDରେ ବିଜୁ ଅନୁଗତଙ୍କ ସ୍ଥାନ କେଉଁଠି ?'
ଗୃହ ଯୁଦ୍ଧରେ ଜଳୁଛି ଶଙ୍ଖ ଶିବିର କିନ୍ତୁ ସୁପ୍ରିମୋ ଶୋଇଛନ୍ତି ଶାନ୍ତିରେ । ବିଚିତ୍ର ସ୍ଥିତି ଦେଇ ଗତି କରୁଛି ବିଜେଡିର ଆଭ୍ୟନ୍ତରୀଣ ରାଜନୀତି । ପଦବୀ ପ୍ରତ୍ୟାଖ୍ୟାନ କରି ବିଦ୍ରୋହର ଫଣା ଟେକିଥିଲେ ଦେବାଶିଷ । ଆଉ ପଦ୍ମତୋଳା ବୋଲି ବିଷ ଝାଡ଼ି ଦେଲେ ପ୍ରମିଳା । ବିଜେଡି ରାଜନୀତିର ଏଭଳି ବିଚିତ୍ର ସ୍ଥିତିକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା । ମଙ୍ଗଳବାର ନବୀନଙ୍କୁ ଚିଠି ଲେଖି ଦଳୀୟ ପଦବୀ ପ୍ରତ୍ୟାଖ୍ୟାନ କରିଥିଲେ ବରିଷ୍ଠ ନେତା ତଥା ରାଜ୍ୟ ସଭା ସାଂସଦ ଦେବାଶିଷ ସାମନ୍ତରାୟ ।
ପ୍ରେସମିଟ କରି ଦେବାଶିଷ କହିଥିଲେ, "ବିଜୁଙ୍କ ବିଚାରଧାରାରୁ ଦୂରେଇ ଯାଉଛି ବିଜେଡି । ନିଷ୍ଠାବାନଙ୍କ ପାଇଁ ଦଳରେ ନାହିଁ ସ୍ଥାନ । ଭୈରବ ପାଣ୍ଡିଆନଙ୍କ ପାଲତୁ ଆଦିତ୍ୟ ମହାପାତ୍ର ଏବେ ଦଳ ଚଳାଉଥିବା କହି ଖୋଲି ଦେଇଥିଲେ ବିଜେଡି ପରିଚାଳନାର ଗୁମର । ଦେବାଶିଷଙ୍କ ପରି ଭୂପିନ୍ଦର ବି ବିନ୍ଧିଥିଲେ ବାଣ । ତେବେ ଏହାକୁ କଡା କାଉଣ୍ଟର କରିବାକୁ ଆଜି ସାମ୍ନା କୁ ଆସିଛନ୍ତି କୋଟେରୀ ଗ୍ରୁପ ସଦସ୍ୟ ପ୍ରମିଳା ମଲିକ । ସ୍ୱାର୍ଥବାଦୀ ନେତା ଦଳ ଛାଡ଼ନ୍ତୁ କହି ଉଭୟଙ୍କ ଉପରେ ବର୍ଷିଛନ୍ତି ପ୍ରମିଳା ।
ସେପଟେ ବିଜେଡିର ଏଭଳି ଗୋଳିଆ ରାଜନୀତିକୁ ଦେଖି ଦୂରରୁ ତୀର ମାରୁଛି ବିଜେପି । ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି, "ବିଜେଡି ରହିଲେ ସିନା ସୁଜାତା ଦାୟିତ୍ୱ ନେବେ । ବିଜେପି ହ୍ଵିସିଲ୍ ଫୁଙ୍କିଲେ ବିଜେଡି ଭାଙ୍ଗି ୧୨ ଫାଳ ହୋଇଯିବ । ୫୧ ଥିଲେ ଏବେ ୫୦ ହେଲା ଅପେକ୍ଷା କରନ୍ତୁ ବର୍ଷେ ଦୁଇ ବର୍ଷରେ ଆଉ ୪ କି ୫ ଥିବେ କି ନାହିଁ ।"
ଏଥିସହ ପଢ଼ନ୍ତୁ: ଦେବାଶିଷଙ୍କୁ ଭୂପିନ୍ଦରଙ୍କ ସମର୍ଥନ; BJDକୁ ଖୋଲା ଚେତାବନୀ ଦେଇ କହିଲେ- 'ଚିନ୍ତା କରୁଛୁ ବିକଳ୍ପ'
ଚର୍ଚ୍ଚା ହେଉଛି ବିଦ୍ରୋହର ବାରୁଦ ଗଦାରେ ବସିଥିବା ବିଜେଡିରେ ଆରମ୍ଭ ହୋଇଛି ବିସ୍ଫୋରଣ । ଏଭଳି ସ୍ଥିତିରେ ନବୀନଙ୍କ ନୋ ଆକ୍ସନ - ନୋ ରିଆକ୍ସନ ଥିଓରୀ ବିଜେଡି ବିନାଶର କାରଣ ହେବ ବୋଲି ଚର୍ଚ୍ଚା ହେଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories