Rajya Sabha Election / ରାଜ୍ୟସଭା ନିର୍ବାଚନ ନେଇ ବିଜେପି ବିଧାୟକଙ୍କ ବଡ ବୟାନ,ଚତୁର୍ଥ ଆସନ ଅକ୍ତିଆର କରିବୁ
·7 months ago·2 min read

Key Points
ଓଡ଼ିଶାର ରାଜ୍ୟସଭା ଆସନ ପାଇଁ ନିର୍ବାଚନ
୪ ଟି ଆସନ ପାଇଁ ହେବ ନିର୍ବାଚନ
ଚତୁର୍ଥ ଆସନ ପାଇଁ ସମସ୍ତଙ୍କ ନଜର
ବିଜେପି କହିଲା ଆମେ ଚତୁର୍ଥ ଆସନ ଅକ୍ତିଆର କରିବୁ

ରାଜ୍ୟସଭାର ଚତୁର୍ଥ ଆସନ ପ୍ରସଙ୍ଗରେ ବିଜେପି ବିଧାୟକଙ୍କ ବଡ ବୟାନ। ପୂର୍ବ ଫର୍ମୁଲା ଅନୁସାରେ ଆମେ ଚତୁର୍ଥ ଆସନ ଅକ୍ତିଆର କରିବୁ. ରଣନୀତି ପୁରା ପ୍ରସ୍ତୁତ ହୋଇଛି । ତାହା ଗଣମାଧ୍ୟମରେ କହିବୁନି । ପୂର୍ବରୁ ଯେମିତି ରାଜ୍ୟସଭା ଆସନ ହାତେଇଥିଲୁ ସେମିତି ନେବୁ ଏହି ଆସନ ନେବୁ ବୋଲି କହିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି।
ଆସନ୍ତା ମାର୍ଚ୍ଚ ମାସରେ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ। ଚାରି ସାଂସଦ ମୁନା ଖାନ୍, ନିରଞ୍ଜନ ବିଶି, ମମତା ମହାନ୍ତ ଓ ସୁଜିତ କୁମାରଙ୍କ କାର୍ଯ୍ୟକାଳ ଏପ୍ରିଲ୍ ୨ ତାରିଖରେ ଶେଷ ହେଉଛି। ସେପଟେ ସମ୍ଭାବ୍ୟ ପ୍ରାର୍ଥୀ ଚୟନ ଓ ସଂଖ୍ୟା ଗଣିତକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ। ସଂଖ୍ୟା ଦୃଷ୍ଟିରୁ ଦୁଇଟିରେ ବିଜେପି ଓ ଗୋଟିଏରେ ବିଜେଡି ଜିତିବାରେ ଅସୁବିଧା ନାହିଁ। କିନ୍ତୁ ଚତୁର୍ଥ ଆସନ ପାଇଁ କୌଣସି ଦଳର ଆବଶ୍ୟକ ସଂଖ୍ୟା ନ ଥିବାରୁ ତାହାକୁ ନେଇ ଚର୍ଚ୍ଚା ଚାଲିଛି।
ଚତୁର୍ଥ ଆସନଟିରେ ବିଜେପିର ପ୍ରାର୍ଥୀ କିମ୍ବା ବିଜେପି ଦ୍ବାରା ମନୋନୀତ ସ୍ବାଧୀନ ପ୍ରାର୍ଥୀ ହିଁ ଜିତିବେ, ଏହା ସ୍ପଷ୍ଟ । କାରଣ ବିଜେଡି ଓ କଂଗ୍ରେସ ମିଳିତ ଭାବେ ପ୍ରାର୍ଥୀ ଦେବାର ସମ୍ଭାବନା କ୍ଷୀଣ। ତାହା ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ମାସରେ ନିର୍ବାଚନ ହେବ। ବର୍ତ୍ତମାନ ବିଧାନସଭାରେ ବିଜେପିର ୭୯ ବିଧାୟକ ଓ ୩ ସହଯୋଗୀ ସ୍ବାଧୀନ ବିଧାୟକ ଅଛନ୍ତି। ବିଜେଡିର ୪୮, କଂଗ୍ରେସର ୧୪ ଓ ସିପିଆଇ(ଏମ୍)ର ଜଣେ ବିଧାୟକ ଅଛନ୍ତି। ଏମାନଙ୍କ ବାଦ୍ ବିଜେଡିରୁ ନିଲମ୍ବିତ ଦୁଇ ବିଧାୟକ ଅଛନ୍ତି।
ବର୍ତ୍ତମାନର ସଂଖ୍ୟା ଗଣିତକୁ ହିସାବକୁ ନେଲେ ଜଣେ ପ୍ରାର୍ଥୀ ଜିତିବା ପାଇଁ ୩୦ ବିଧାୟକଙ୍କ ପ୍ରଥମ ପସନ୍ଦ ଭୋଟ ଦରକାର। ସେହି ହିସାବରେ ବିଜେପିରୁ ଦୁଇ ପ୍ରାର୍ଥୀ ଜିତିଲା ପରେ ଆଉ ୨୨ ବିଧାୟକଙ୍କ ଭୋଟ ବଳକା ରହିବ। ସେମିତି ବିଜେଡିରୁ ଜଣେ ପ୍ରାର୍ଥୀ ଜିତିଲା ପରେ ଆଉ ୧୮ ବିଧାୟକଙ୍କ ଭୋଟ ବଳକା ରହୁଛି। ଚତୁର୍ଥ ପ୍ରାର୍ଥୀ ପାଇଁ କୌଣସି ଦଳ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ। ସଂଖ୍ୟା ଦୃଷ୍ଟିରୁ କଂଗ୍ରେସ ନିଜସ୍ବ ପ୍ରାର୍ଥୀ ଦେବା ସମ୍ଭବ ନୁହେଁ। ଯଦିଓ କଂଗ୍ରେସ ପ୍ରାର୍ଥୀ ଦେବ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ ସୂଚନା ଦେଇଛନ୍ତି, ତେବେ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କଂଗ୍ରେସ ପାଖରେ ଭୋଟ୍ ନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଜେଡିର ପ୍ରାର୍ଥୀ ଚୟନ ଉପରେ ରାଜନୈତିକ ମହଲର ଅଧିକ ନଜର ରହିଛି। ଦଳ କ୍ଷମତାରୁ ଗଲା ପରେ ଆଭ୍ୟନ୍ତରୀଣ ଅସନ୍ତୋଷ ବଢ଼ିଚାଲିଛି। ଦଳକୁ ଏକଜୁଟ୍ କରି ରଖିବା ନବୀନଙ୍କ ପାଇଁ କାଠିକର ପାଠ ହେଲାଣି। ପୁଣି ରାଜ୍ୟସଭା ପାଇଁ ଯେଉଁ ଯେଉଁ ନାମ ଚର୍ଚ୍ଚାରେ ଅଛି, ତାହାକୁ ନେଇ ଦଳ ଭିତରେ ପ୍ରତିକ୍ରିୟା ବି ଆରମ୍ଭ ହୋଇଗଲାଣି।
Related Topics
Explore more stories