Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୧୫ ରାଉଣ୍ଡ ସୁଦ୍ଧା ନୂଆପଡ଼ାରେ ବିଜେପି ଆଗୁଆ

Odisha

Nuapada By Election / ୧୫ ରାଉଣ୍ଡ ସୁଦ୍ଧା ନୂଆପଡ଼ାରେ ବିଜେପି ଆଗୁଆ

Ritu Das
Browse all articles by Ritu Das
·5 months ago·2 min read
୧୫ ରାଉଣ୍ଡ ସୁଦ୍ଧା ନୂଆପଡ଼ାରେ ବିଜେପି ଆଗୁଆ

Key Points

୧୫ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୭୩.୭୪୫ ଖଣ୍ଡ ଭୋଟ ମିଳିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୨୩,୦୮୯ ଖଣ୍ଡ ଭୋଟ ମିଳିଛି। ସେହିପରି କଂଗ୍ରେସର ଘାସିରାମ ମାଝୀଙ୍କୁ ୨୨,୬୧୮ ଖଣ୍ଡ ଭୋଟ ମିଳିଛି।
୨୦୨୪ ନିର୍ବାଚନରେ ବର୍ତ୍ତମାନର ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ବାପା ରାଜେନ୍ଦ୍ର ଢୋଲକିଆ ସେତେବେଳେ ବିଜେଡିରୁ ଲଢ଼ି ୬୧୮୨୨ ଖଣ୍ଡ ଭୋଟ୍‌ ପାଇଥିଲେ। ତେବେ ତାଙ୍କର ଦେହାନ୍ତ ପରେ ପୁଅ ଜୟ ବିଜେପିରେ ସାମିଲ ହୋଇ ବିଜେପିରୁ ପ୍ରାର୍ଥୀ ହୋଇ ନୂଆପଡ଼ା ଉପନିର୍ବାଚନ ଲଢୁଛନ୍ତି। ୧୫ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୭୩,୭୪୫ ଖଣ୍ଡ ଭୋଟ ପାଇ ତାଙ୍କ ବାପାଙ୍କୁ ଟପିଯାଇଛନ୍ତି।

ଏହାସହ ପଢ଼ନ୍ତୁ: କମିଲା ନବୀନଙ୍କ କ୍ରେଜ: ଆଗରେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ, ବହୁ ପଛରେ ବିଜେଡି

ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ସକାଳ ୮ଟାରୁ ଜାରି ରହିଛି। ୧୫ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୭୩.୭୪୫ ଖଣ୍ଡ ଭୋଟ ମିଳିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୨୩,୦୮୯ ଖଣ୍ଡ ଭୋଟ ମିଳିଛି। ସେହିପରି କଂଗ୍ରେସର ଘାସିରାମ ମାଝୀଙ୍କୁ ୨୨,୬୧୮ ଖଣ୍ଡ ଭୋଟ ମିଳିଛି।

ଏହାସହ ପଢ଼ନ୍ତୁ: ୧୩ ରାଉଣ୍ଡ ସୁଦ୍ଧା ୪୩, ୨୩୪ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

୧୫ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ନିକଟତମ ପ୍ରତିଦ୍ବନ୍ଦୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଠାରୁ ୫୦,୬୫୬ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ରାଉଣ୍ଡ ଶେଷ ହେବା ପରେ ଚିତ୍ର ସ୍ପଷ୍ଟ ହୋଇଆସୁଛି । ବର୍ତ୍ତମାନ ଟ୍ରେଣ୍ଡ ୧୫ ରାଉଣ୍ଡ ଗଣତି ଶେଷ ହୋଇଛି । ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ୫୦,୬୫୬ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ବାପା ରାଜେନ୍ଦ୍ର ଢୋଲକିଆ ସ୍ପପ୍ନକୁ ପୁରା କରିବେ ଜୟ ଢୋଲକିଆ। ମୋଟ ୨୬ ରାଉଣ୍ଡରେ ଭୋଟ ଗଣତି ପ୍ରକ୍ରିୟା ହେବ। ନୂଆପଡ଼ାର ବିଜେପି ଶିବିରରେ ଉତ୍ସବର ମାହୋଲ। ଏଥର ନୂଆପଡ଼ା ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP Leads in Nuapada After 15 Rounds of Counting | Argus News