Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Bomb Threat / ଭୟରେ ଓଡ଼ିଶାବାସୀ: ସମ୍ବଲପୁର, କଟକ, ଦେବଗଡ଼ରେ ଜିଲ୍ଲା କୋର୍ଟକୁ ବୋମା ଧମକ...ଖାଲି ହେଲା ଅଦାଲତ

Ritu Das
Browse all articles by Ritu Das
·6 months ago·2 min read
ଭୟରେ ଓଡ଼ିଶାବାସୀ: ସମ୍ବଲପୁର, କଟକ, ଦେବଗଡ଼ରେ ଜିଲ୍ଲା କୋର୍ଟକୁ ବୋମା ଧମକ...ଖାଲି ହେଲା ଅଦାଲତ
india

Key Points

ସମ୍ବଲପୁର, କଟକ, ଦେବଗଡ଼ରେ ଜିଲ୍ଲା କୋର୍ଟକୁ ବୋମା ଧମକ ମିଳିଛି । ଇ-ମେଲ୍ ମାଧ୍ୟମରେ କୋର୍ଟକୁ ଧମକପୂର୍ଣ୍ଣ ମେଲ୍ ଆସିଛି । ସମ୍ବଲପୁର ଓ ଦେବଗଡ଼ରେ କୋର୍ଟ ପରିସରରେ ଆଣ୍ଟି ବମ୍ ସ୍କ୍ବାଡ୍ ଦ୍ୱାରା ଯାଞ୍ଚ କରାଯାଇଛି ।
ଦୁଇ ଦିନ ତଳେ ଦେଶର ବିଭିନ୍ନ ସ୍ଥାନକୁ ଉଡ଼ାଇଦେବାକୁ ଇମେଲରେ ଧମକ ମିଳିଥିବା ବେଳେ ଆଜି ଓଡ଼ିଶାର ତିନି କୋର୍ଟକୁ ଆସିଛି ବୋମା ଧମକ। ବୋମାରେ ଉଡ଼ାଇଦେବାକୁ ସମ୍ବଲପୁର, କଟକ ଓ ଦେବଗଡ଼ ଜିଲ୍ଲା କୋର୍ଟକୁ ଧମକ ଆସିଛି।ଅପରାହ୍ଣ ୨ଟା ୪୫ ମିନିଟ୍ ସୁଦ୍ଧା ଜାଗା ଖାଲି କରିବାକୁ ଏହି ଇମେଲରେ ଧମକ ଆସିଛି। ଏହି ଇମେଲ୍ ଆସିବା ପରେ ବୋମା ସ୍କ୍ବାର୍ଡ ଓ ସନ୍ଧାନୀ କୁକୁର ସହ ପୁଲିସ ବ୍ୟାପକ ଯାଞ୍ଚ କରୁଛି। ଏହି ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇଦେଇଛି।

ସମ୍ବଲପୁର, କଟକ, ଦେବଗଡ଼ରେ ଜିଲ୍ଲା କୋର୍ଟକୁ ବୋମା ଧମକ ମିଳିଛି । ଇ-ମେଲ୍ ମାଧ୍ୟମରେ କୋର୍ଟକୁ ଧମକପୂର୍ଣ୍ଣ ମେଲ୍ ଆସିଛି । ସମ୍ବଲପୁର ଓ ଦେବଗଡ଼ରେ କୋର୍ଟ ପରିସରରେ ଆଣ୍ଟି ବମ୍ ସ୍କ୍ବାଡ୍ ଦ୍ୱାରା ଯାଞ୍ଚ କରାଯାଇଛି । ଦେବଗଡ଼ ଜିଲ୍ଲା ନ୍ୟାୟଳୟରେ ୩ଟି ଆର୍ଡିଏକ୍ସ ଥିବା ମେଲ୍ ଆସିଛି । କଟକରେ ଜିଲ୍ଲା ଜଜ୍ କୋର୍ଟ ପରିସରକୁ ଖାଲି କରାଯାଇଛି । ମାତ୍ର କଟକ ଜିଲ୍ଲା କୋର୍ଟ ପରିସରରେ ଯାଞ୍ଚ ଆରମ୍ଭ ହୋଇ ନ ଥିବା ସୂଚନା।

ସୂଚନା ଥାଉକି, ଜିଲ୍ଲା ନ୍ୟାୟାଳୟ ପରିସରରେ ବୋମା ଆତଙ୍କ ଦେଖିବାକୁ ମିଳିଥିଲା । ଜିଲ୍ଲା ଜଜଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ କୋର୍ଟ ବନ୍ଦ କରାଯାଇଥିଲା । କାର୍ଯ୍ୟ ବନ୍ଦ ସହ ପରିସର ଛାଡିବାକୁ ନିର୍ଦ୍ଦେଶ । ସମସ୍ତ କର୍ମଚାରୀ, ଓକିଲ ଓ ମହକିଲ କୋର୍ଟ ପରିସରରୁ ବାହାରିଥିଲେ । ସେହିପରି ସମ୍ବଲପୁର କୋର୍ଟକୁ ବି ବୋମା ଧମକ ମିଳିଛି ।

କୋର୍ଟକୁ E-ମେଲ ଧମକ ମିଳିଥିଲା । ଘଟଣା ପରେ ପୋଲିସ ସୁରକ୍ଷା ବଢିଲା । କୋର୍ଟ ରେଜିଷ୍ଟର କୁ ମେଲ ଆସିଥିବା ସୂଚନା। ତେବେ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା କରା ଯାଇ ଚେକିଂ ଚାଲିଥିବା SP କହିଛନ୍ତି ।ସେହିପରି କଟକ ଜିଲ୍ଲା ଜଜ୍ କୋର୍ଟକୁ ମଧ୍ୟ ବୋମା ଧମକ ମିଳିଛି । ଇ-ମେଲ୍ରେ ଆସିଛି ବୋମା ଧମକ ଦିଆଯାଇଛି । ଜିଲ୍ଲା ଜଜ୍ କୋର୍ଟକୁ ଖାଲି କରି ଖାନତଲାସୀ ଆରମ୍ଭ। 

ପୂର୍ବରୁ ଏମିତି ୭ରୁ ଅଧିକ ସ୍ଥାନକୁ ବୋମାରେ ଉଡ଼ାଇ ଦେବାକୁ ମିଳିଥିଲା ଧମକ
ସୂଚନାଯୋଗ୍ୟ, ଗୋଟିଏ  କି ଦୁଇଟି ନୁହେଁ ୭ରୁ ଅଧିକ ସ୍ଥାନକୁ ବୋମାରେ ଉଡ଼ାଇ ଦେବାକୁ ମିଳିଥିଲା ଧମକ । ଯେଉଁଥିରେ ରହିଛି କୋର୍ଟ, ରେଳଷ୍ଟେସନ । ଏହି ସବୁ ଧମକ ମିଳିଛି ଉତ୍ତରପ୍ରଦେଶ ଓ କର୍ଣ୍ଣାଟର ବିଭିନ୍ନ କୋର୍ଟ ଓ ରେଳଷ୍ଟେସନକୁ । ଗୁଜୁରାଟ ହାଇକୋର୍ଟ ଏବଂ ପାଞ୍ଚଟି ସ୍ଥାନୀୟ କୋର୍ଟକୁ RDX ବୋମା ବିସ୍ଫୋରଣର ଧମକ ମିଳିଥିଲା । ଆନନ୍ଦ, ରାଜକୋଟ, ଅହମଦାବାଦ ଏବଂ ଭରୁଚରେ ଥିବା ସେସନ୍ସ କୋର୍ଟଗୁଡ଼ିକୁ ସମାନ ଇମେଲ୍ ମିଳିଥିଲା ।

ତଥାପି, ବମ୍ ସ୍କ୍ୱାଡ୍ କୋର୍ଟରେ ତଦନ୍ତ କରିବା ସମୟରେ କିଛି ସନ୍ଦେହଜନକ ମିଳିଲା ନାହିଁ । ପୋଲିସ ଅନୁଯାୟୀ ଲିବରେସନ୍ ଟାଇଗର୍ସ ଅଫ୍ ନାମରେ ଧମକ ମିଳିଛି । ମଙ୍ଗଳବାର ସକାଳେ ଉତ୍ତର ପ୍ରଦେଶର ମଉ ରେଳ ଜଙ୍କସନରେ କାଶୀ ଏକ୍ସପ୍ରେସକୁ ବୋମା ଧମକ ମିଳିଥିଲା । ଏହା ପରେ, ଟ୍ରେନକୁ ଷ୍ଟେସନରେ ଅଟକାଇ ଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ଓହ୍ଲାଇ ଦିଆଯାଇଥିଲା । ଯେଉଁ ଯେଉଁ ସ୍ଥାନକୁ ଧମକ ମିଳିଛି ସେସବୁ ସ୍ଥାନକୁ ସମ୍ପୂର୍ଣ୍ଣ ଖାଲି କରାଯାଇଛି । ସେପଟେ ରେଳଷ୍ଟେସନରେ ସ୍ନିପର ଡଗ ସହ ଛାନଭିନ କରିଛି ପୁଲିସ । ବୋମା ନିଷ୍କ୍ରିୟ ଟିମ ଘଟଣାସ୍ଥୂଳରେ ପହଞ୍ଚି ଛାନଭିନ କରିଥିଲେ ବି କିଛି ମିଳିନାହିଁ । ତେବେ କେଉଁଠୁ ଆସିଥିଲା ଧମକ ପୂର୍ଣ୍ଣ କଲ ଏନେଇ ଛାନଭିନ ଚାଲିଛି ।ସେପଟେ କେରଳର ଏକ ସ୍କୁଲ ପାଖରୁ ୧୦ଟି ଜୀବନ୍ତ ବୋମା ଜବତ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bomb Threat at District Courts in Sambalpur, Cuttack and Deogarh Sparks Panic | Argus News