Crime News / ରାଜଧାନୀ ଦୁର୍ଘଟଣାରେ ଟ୍ୱିଷ୍ଟ: ପ୍ରେମ ସପ୍ତାହରେ ପ୍ରେମିକକୁ ହତ୍ୟା କଲା ପ୍ରେମିକା

Key Points
ରାଜଧାନୀ ଦୁର୍ଘଟଣାରେ ଟ୍ୱିଷ୍ଟ: ପ୍ରେମ ସପ୍ତାହରେ ପ୍ରେମିକକୁ ହତ୍ୟା କଲା ପ୍ରମିକା ।
ରାଜଧାନୀ ଦୁର୍ଘଟଣା ସହ ହତ୍ୟାକାଣ୍ଡ ଘଟଣାରେ ବଡ଼ ଟ୍ୱିଷ୍ଟ । ଲଭ୍ ଆଙ୍ଗେଲ ଆସିବା ପରେ ସମସ୍ତେ ସ୍ତବ୍ଧ । ପୂର୍ବ ପ୍ରେମ ସମ୍ପର୍କ ଜାଣି ଦେବାକୁ ପ୍ରେମିକର ତଣ୍ଟି କାଟି ହତ୍ୟା କଲା ପ୍ରେମିକା । ମୃତକ ଚଲାଉଥିବା ଟ୍ୟାକ୍ସି ନେଇ ଯିବା ବେଳେ ଦୁର୍ଘଟଣାର ଶିକାର ହେଲେ ମାଲିକ ।
ସୂଚନାନୁଯାୟୀ ସୋମବାର ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା ଘଟିଛି । ଓଭର ବ୍ରିଜ୍ର ବ୍ୟାରିକେଡ୍ ଭାଙ୍ଗି ବସ୍ତି ଉପରକୁ ଖସି ପଡ଼ିଥିଲା ଏକ କାର୍ । ଶିଶୁଭବନ ଛକ ପଟୁ ଏକ ଧଳାରଙ୍ଗର କାର୍ ମାଉସୀମା ଛକ ଆଡ଼କୁ ଯାଉଥିବା ବେଳେ ଓଭର୍ ବ୍ରିଜ୍ ବ୍ୟାରିକେଡ୍ ଭାଙ୍ଗ କେଦାରପଲ୍ଲୀ ବସ୍ତି ଉପରେ ଖସି ପଡ଼ିଛି । କାର୍ ଖସିବା ସମୟରେ ପରିବାର ପିଲାଙ୍କ ସହ ଶୋଇଥିଲେ । ନିକଟରେ ଥିବା ମନ୍ଦିରର ପୂଜାରୀ ମଧ୍ୟ ସେଠାରେ ଶୋଇଥିଲେ ।
ସେପଟେ ନୀଳାଦ୍ରି ବିହାରରେ ହତ୍ୟାକାଣ୍ଡ ଘଟଣାରେ ସାମ୍ନା କୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ପ୍ରେମ ସମ୍ପର୍କ ବିଷୟରେ ଜାଣିଦେଲେ ବୋଲି ତଣ୍ଟି କାଟି ହତ୍ୟା କଲେ ପ୍ରେମିକା । ସୂଚନାଅନୁଯାୟୀ ମୃତକ ସତ୍ୟବ୍ରତ ପ୍ରଧାନ ଏବଂ ଲିଜାକାଣ୍ଡି ନୀଳାଦ୍ରି ବିହାରରେ ଏକଭଡ଼ାଘରେ ଲିଭ ଇନ ରିଲେସନସିପରେ ରହୁଥିଲେ । ପ୍ରେମିକା ଲିଜା କାଣ୍ଡିର ପୂର୍ବ ପ୍ରେମ ସମ୍ପର୍କ ବିଷୟରେ ଜାଣି ଦେଇଥିଲେ ମୃତକ ସତ୍ୟବ୍ରତ । ସତ୍ୟବ୍ରତ ପ୍ରଧାନ ଜଣେ ଟାକ୍ସି ଡ୍ରାଇଭର । ଏହାପରେ ଲିଜାଙ୍କ ସହ ହୋଇଥିଲା ପାଟିତୁଣ୍ଡ ଆରମ୍ଭ ହୋଇଥିଲା ।
ପୂର୍ବତନ ପ୍ରେମିକ ଦିନେଶ କାଣ୍ଡିଙ୍କ ସହ ମିଶି ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର । ଗତକାଲି ରାତିରେ ସତ୍ୟବ୍ରତଙ୍କୁ ଯୋଜନା ମୁତାବକ ଛୁରୀରେ ତଣ୍ଟିକାଟି ହତ୍ୟା କରିଥିଲେ । ସତ୍ୟବ୍ରତଙ୍କ ହତ୍ୟା ହୋଇଯାଇଥିବା ଜାଣି ଟାକ୍ସି ଗାଡି ମାଲିକ ଅନ୍ୟ ଏକ ଡ୍ରାଇଭରକୁ କହି ସତ୍ୟବ୍ରତ ଚଲଉଠିବା ଗାଡିକୁ ବ୍ରହ୍ମ ଗିରି ନେଇ ଯାଉଥିଲେ । ସେହି ସମୟରେ ଶିଶୁଭଵନ ଛକରେ ଗାଡିଟି ଓଭରବ୍ରିଜ ତଳକୁ ଖସି ପିଡିଥିଲା ।
ଏହାପରେ ପୋଲିସ ପ୍ରେମିକା ଲିଜା ଭୋଇ ଏବଂ ପୂର୍ବତନ ପ୍ରେମିକ ଦିନେଶ କାଣ୍ଡଙ୍କୁ ଅଟକ ରଖି ଖୋଳ ତାଡ଼ କରୁଛି ଚନ୍ଦ୍ର ଶେଖର ପୁର ଥାନା ପୋଲିସ । ଭଡ଼ା ଘରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ର ଛାନଭିନ୍। ହତ୍ୟା କାଣ୍ଡର କାରଣ ଅସ୍ପଷ୍ଟ।
📱 Get Argus News App
✨Related Topics
Explore more stories