Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Kalinga Baliyatra / ପାରାଦୀପରେ କଳିଙ୍ଗ ବାଲିଯାତ୍ରାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Rashmita Mishra
Browse all articles by Rashmita Mishra
·8 months ago·2 min read
ପାରାଦୀପରେ କଳିଙ୍ଗ ବାଲିଯାତ୍ରାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Key Points

ଉଦଘାଟିତ ହେଲା ପାରାଦୀପ କଳିଙ୍ଗ ବାଲିଯାତ୍ରା  । ଜୟ ଜଗନ୍ନାଥ... ଜୟ ମା ଝଙ୍କଡ ବାସୀନୀରୁ ଭାଷଣ ଆରମ୍ଭ କରିବା ସହ ଓଡିଶା ନୌବାଣିଜ୍ୟ ପରମ୍ପରାକୁ ମନେପକାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଉଦଘାଟିତ ହେଲା ପାରାଦୀପ କଳିଙ୍ଗ ବାଲିଯାତ୍ରା । କଟକ ବାଲିଯାତ୍ରାର ଗୋଟିଏ ଦିନ ପୂର୍ବରୁ ପାରାଦୀପରେ କଳିଙ୍ଗ ବାଲିଯାତ୍ରାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାର୍ଯ୍ୟକ୍ରମରେ ଜୟ ଜଗନ୍ନାଥ... ଜୟ ମା ଝଙ୍କଡ ବାସୀନୀରୁ ଭାଷଣ ଆରମ୍ଭ କରିବା ସହ ଓଡିଶା ନୌବାଣିଜ୍ୟ ପରମ୍ପରାକୁ ମନେପକାଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ସହ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ ଯୋଗଦେଇଥିଲେ । ପୂର୍ବଭାରତର ଗଟ ୱେ ଅଫ ଇଣ୍ଡିଆ ପାରାଦୀପର ବିକାଶ ପାଇଁ ପୂର୍ବବର୍ଷ ଦେଇଥିବା ପ୍ରତିଶ୍ରୁତି ସରକାର ପୂରଣ କରିଛନ୍ତି । ପାରାଦୀପରେ ଏକ ଲକ୍ଷ ୪୫ ହଜାର କୋଟି ପୁଞ୍ଜିନେବଶ ହୋଇଛି । ପେଟ୍ରୋକେମିକାଲସରେ ୨୫ ହଜାର ସ୍ଥାନୀୟ ଯୁବକ, ଯୁବତୀ ନିଯୁକ୍ତି ସହ ତିର୍ତୋଲରେ ୫ଶହ କୋଟି ଟଙ୍କାର ଟେଷ୍ଟଟାଇଲ ପାର୍କ ଖୁବଶୀଘ୍ର ଆରମ୍ଭ ହେଵ ବୋଲି କହିଛନ୍ତି ସିଏମ । ଗତକାଲି ପାରାଦୀପରେ ରାତିରେ ରହିବା ପରେ ବୁଧବାର ପାରାଦୀପ ବନ୍ଦର ବୋଇତବନ୍ଦାଣ ଉତ୍ସବରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସାତ ଦିନ ଧରି ଅନୁଷ୍ଠିତ ହେବ କଳିଙ୍ଗ ବାଲିଯାତ୍ରା ।

କଳିଙ୍ଗ ବାଲିଯାତ୍ରା ହେଉଛି ଓଡ଼ିଆ ସାଧବ ପୁଅଙ୍କ ସାହସର ପ୍ରତୀକ। ସେଇଥି ପାଇଁ ପାରାଦୀପ ଆଜି ପୂର୍ବ ଭାରତରେ ବିକାଶର ମୁଖଶାଳା ପାଲଟିଛି। ଯେମିତି ବମ୍ବେ ପଶ୍ଚିମର ‘ଗେଟ୍ ୱେ ଅଫ୍ ଇଣ୍ଡିଆ’; ସେମିତି ପାରାଦୀପ ପୂର୍ବାଞ୍ଚଳର ‘ଗେଟ୍ ୱେ ଅଫ୍ ଇଣ୍ଡିଆ’ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପାରାଦୀପକୁ ପର୍ଯ୍ୟଟନର କେନ୍ଦ୍ରସ୍ଥଳ କରିବା ପାଇଁ ମଙ୍ଗଳା ନଦୀରେ କ୍ରୁଜ୍‌ ଟର୍ମିନାଲ୍‌ ନିର୍ମାଣ ହେବ। ରାଜ୍ୟ ସରକାର ଏଥିପାଇଁ ୫୦୦ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରିଛନ୍ତି। ପାରାଦୀପ ବେଳାଭୂମି ବ୍ଲୁ ଫ୍ଲାଗ ବିଚ୍ ଘୋଷିତ ହୋଇଛି।

ପାରାଦୀପ ସହରରେ ଖୁବ୍‌ଶୀଘ୍ର ବିମାନବନ୍ଦର ହେବ। ପେଟ୍ରୋକେମିକାଲ୍‌ ପ୍ରକଳ୍ପ ପାଇଁ କାମ ଆରମ୍ଭ ହୋଇଯାଇଛି। ୮୦ ହଜାର କୋଟି ଟଙ୍କାର ପ୍ରକଳ୍ପ ହେବାକୁ ଥିବା ବେଳେ ୨୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି। ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ କଳିଙ୍ଗ ବାଲିଯାତ୍ରାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଏହି ଐତିହାସିକ ମେଳାର ଗୌରବକୁ ଅକ୍ଷୁଣ୍ଣ ରଖିଛନ୍ତି। ପାରାଦୀପରେ ଇଞ୍ଜିନିୟରିଂ କଲେଜ ନିର୍ମାଣ ଓ କୁଜଙ୍ଗକୁ ଏନ୍‌ଏସି ମାନ୍ୟତା ଲାଗି ସେ ଦାବି ରଖିଥିଲେ। କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, ବିଧାୟକ ରମାକାନ୍ତ ଭୋଇ, ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ, ବନ୍ଦର ଅଧ୍ୟକ୍ଷ ପି.ଏଲ୍. ହରନାଦ ବକ୍ତବ୍ୟ ରଖିଥିଲେ। ଜିଲ୍ଲାପାଳ ଜେ. ସୋନାଲ୍‌ ସ୍ୱାଗତ ଭାଷଣ ଦେଇଥିବା ବେଳେ ଏସ୍‌ପି ଅଙ୍କିତ କୁମାର ବର୍ମା ଧନ୍ୟବାଦ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରତିଚୀ ତନୟା ମହାନ୍ତି ମଞ୍ଚ ପରିଚାଳନା କରିଥିଲେ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kalinga Baliyatra | CM Mohan Charan Majhi Inaugurates Kalinga Bali Jatra at Paradip | Odisha News | Argus News