Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Cuttack Curfew / କାଲି ଯାଏଁ ଜାରି ରହିବ କର୍ଫ୍ୟୁ?

Priyanka Panda
Browse all articles by Priyanka Panda
·9 months ago·2 min read
କାଲି ଯାଏଁ ଜାରି ରହିବ କର୍ଫ୍ୟୁ?

Key Points

କଟକ ହିଂସା ପାଇଁ ଦାୟୀ କିଏ?
କାହିଁକି ଜଳୁଛି ଭାଇଚାରାର ସହର
ହିଂସା ପାଇଁ ଚକଅଖ ସବୁ ବନ୍ଦ

ଇଏ ଭାଇଚାରାର ସହର। କିଏ ବଢ଼ାଉଛି ଅରାଜକତା? ଦୁର୍ଗାପୂଜା ପାଇଁ ପ୍ରସିଦ୍ଧ କଟକ ଭସାଣୀ ବେଳେ ଉତ୍ତେଜନା, ସଂଘର୍ଷ ଓ ପରେ ହିଂସା। ଭସାଣୀ ବିବାଦକୁ ନେଇ ଆଜି କଟକ ବନ୍ଦ। କଟକର ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ। ୩୬ଘଣ୍ଟା ପାଇଁ କଟକଣା। ୫ତାରିଖ ରାତି ୧୦ଟାରୁ ଆସନ୍ତାକାଲି ସକାଳ ୧୦ଟା ଯାଏ ବନ୍ଦ ରହିବ କଟକ। ତେବେ ବନ୍ଦ ସତ୍ତ୍ବେ କଟକରେ ବସ୍ ଚଳାଚଳ ସ୍ବାଭାବିକ ରହିଛି।


କର୍ଫ୍ୟୁରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ, ଶିକ୍ଷାନୁଷ୍ଠାନ ବାଦ ରହିଛି । ସମସ୍ତ ସରକାରୀ ଅଫିସ ବି ଖୋଲା ରହିବା ସହ ଜରୁରୀ ସେବା ଜାରି ରହିଛି। ତେବେ ଗତକାଲି ବନ୍ଦ ସପକ୍ଷରେ ବାହାରିଥିଲା ବିଶାଳ ଶୋଭାଯାତ୍ରା। କିନ୍ତୁ ଏହି ସମୟରେ ବି ସୃଷ୍ଟି ହୋଇଥିଲା ତୀବ୍ର ଉତ୍ତେଜନା। ଡିସିପିଙ୍କ ଉପରେ ପୁଣି ଆକ୍ରମଣ ହୋଇଥିଲା। ଗତକାଲି ଶୋଭାଯାତ୍ରା ବେଳେ ଦରଘା ବଜାର ନିକଟରେ ଥିବା ମାର୍କେଟ୍ କମ୍ପ୍ଲେକ୍ସ ଠାରେ ଗାଡ଼ି ଭଙ୍ଗାରୁଜା, ଦୋକାନ ପୋଡ଼ାଜଳା ଓ ଢେଲାପଥର ମାଡ଼ ହୋଇଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିରେ ଡିସିପି ଖିଲାରି ଋଷିକେଶଙ୍କ ସମେତ ୨୬ଜଣ ଆହତ ହୋଇଥିଲେ। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିମାଡ଼ କରିବା ସହ ଟିୟର ଗ୍ୟାସ ବି ପ୍ରୟୋଗ କରିଛି। ସେହିପରି ୬୦ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଆଇଜି ପ୍ରବୀଣ କୁମାର ଓ ଡିଆଇଜି ଯୁଗଳ କିଶୋର ବୋନଥଙ୍କୁ କଟକର ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି। ପୋଲିସ ଡିଜି ୱାଇ ବି ଖୁରାନିଆଙ୍କ ନେତୃତ୍ବରେ ଦରଘା ବଜାରରେ ପୋଲିସର ସ୍ବତନ୍ତ୍ର କ୍ୟାମ୍ପ ଖୋଲାଯାଇଛି। ଶାନ୍ତି ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି।


କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂଯମତା ରକ୍ଷା କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ସେପଟେ ଗତକାଲିଠାରୁ କଟକରେ ଇଣ୍ଟରନେଟ ବନ୍ଦ ସହ ସୋସିଆଲ ମିଡିଆରେ କଟକଣା ଲଗାଯାଇଛି । ହ୍ବାଟ୍ ସ ଆପ୍, ଫେସ୍ ବୁକ୍, ଇନ୍ ଷ୍ଟାଗ୍ରାମ୍, ସ୍ନାପ୍ ଚାଟ୍ ଆଦି ୨୪ ଘଣ୍ଟା ପାଇଁ ବନ୍ଦ ରହିଛି। ଆଜି ସଂଧ୍ୟା ୭ଟା ଯାଏ କଟକଣା ବଳବତ୍ତର ରହିବ ।

Related Topics

Explore more stories

Sponsored
Cuttack Curfew | Curfew in Cuttack After Immersion Day Violence – City Tense Amid Clashes | Argus News