Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Cuttack Baliyatra / କଟକ ବାଲିଯାତ୍ରା: ଖାଦ୍ୟ ଯାଞ୍ଚ ପାଇଁ ହୋଇଛି ବଡ ଧରଣର ଚଢାଉ

Banajyotshna Ray
Browse all articles by Banajyotshna Ray
·8 months ago·2 min read
କଟକ ବାଲିଯାତ୍ରା: ଖାଦ୍ୟ ଯାଞ୍ଚ ପାଇଁ ହୋଇଛି ବଡ ଧରଣର ଚଢାଉ

Key Points

କଟକ ବାଲିଯାତ୍ରାରେ ଆଜି ଅପମିଶ୍ରିତ ତଥା ବାସି ଖାଦ୍ୟ ଯାଞ୍ଚ
ଖାଦ୍ୟ ଯାଞ୍ଚ ପାଇଁ ହୋଇଛି ବଡ ଧରଣର ଚଢାଉ
ତଳପଡିଆ ଓ ଓରମାସ ଫୁଡ କୋର୍ଟରେ ହୋଇଥିଲା ଚଢାଉ
ତୁରନ୍ତ ସେଗୁଡିକୁ ନଷ୍ଟ କରି ଦୋକାନୀଙ୍କୁ କରିଥିଲେ ତାଗିଦ
କଟକ ବାଲିଯାତ୍ରାରେ ଜମୁଛି ଭିଡ଼ । ଗତକାଲି ଛାଡଖାଇ ପାଳିବା ସହିତ ବାଲିଯାତ୍ରାରେ ଖୁବ୍ ମଜା ନେଇଥିଲେ ଲୋକେ । ଆଜି ସକାଳୁ କିନ୍ତୁ କଟକ ମହାନଗର ନିଗମର ସ୍ବାସ୍ଥ୍ୟ ବିଭାଗ ଓ ଖାଦ୍ୟ ସୁରକ୍ଷା ଅଧିକାରୀ ମିଳିତ ଭାବେ ତଳ ବାଲିଯାତ୍ରା ପଡିଆର ଫୁଡ୍ ଷ୍ଟଲ ଗୁଡିକରେ କରିଥିଲେ ରେଡ୍ । ଚଢାଉ ବେଳେ ବହୁ ପରିମାଣର ବାସୀ ଖାଦ୍ୟ, ରାବିଡ଼ି, ଦହି, ସସ୍, ରଙ୍ଗ, ଆମିଷ ଖାଦ୍ୟ ନଜରକୁ ଆସିଥିଲା । ତୁରନ୍ତ ସେଗୁଡିକୁ ନଷ୍ଟ କରି ଦୋକାନୀଙ୍କୁ ତାଗିଦ କରିଥିଲେ। କେତେକ ଦୋକାନୀଙ୍କୁ ଫାଇନ, ଓରମାସ ଭିତରେରେ ଥିବା ଗୋଟିଏ ଦୋକାନକୁ ଗୋଟିଏ ଦିନ ପାଇଁ ସିଲ କରାଯାଇଛି ।

CMC ସ୍ବାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି ହଜାର ହଜାର ସଂଖ୍ୟାରେ ଲୋକମାନେ ଏବେ ମେଳାକୁ ପିଲାଛୁଆ ଧରି ଆସୁଛନ୍ତି । ସେମାନେ ବଜାରଠାରୁ ଅଧିକ ଦାମରେ ଭଲ ଖାଦ୍ୟ ଖାଉଛନ୍ତି ବୋଲି ଭାବୁଛନ୍ତି । କିନ୍ତୁ କିଛି ଲାଭଖୋର ବ୍ୟବସାୟୀଙ୍କ ଏଭଳି ମାନସିକତା କାରଣରୁ ଲୋକଙ୍କ ଦେହ ଖରାପ ହେବାର ଆଶଙ୍କା ରହିଛି । ତେଣୁ ଆମେ ଯାଞ୍ଚ କରୁଛୁ ସତ କିନ୍ତୁ ଆପଣମାନେ ସଚେତନ ହୁଅନ୍ତୁ । ମେଳାରେ ବୁଲିବା ସହ ଖିଆପିଆରେ ସମସ୍ତଙ୍କ ମନ ଥାଏ । ତେଣୁ ଏହାର ଫାଇଦା ନ ନେଇ ଭଲ ଖାଦ୍ୟ ଟିକେ ଦେବାକୁ ବ୍ୟବସାୟୀଙ୍କୁ ପରାମର୍ଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ ।

ଦୀର୍ଘ ୪ ଦିନ ହେଲାଣି କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇଛି। ବାଲିଯାତ୍ରା ଦେଖିବା ପାଇଁ ଦର୍ଶକଙ୍କ ବେଶ ଭିଡ଼ ଜମୁଛି। ବିଭିନ୍ନ ପ୍ରକାରର ଆସବାବପତ୍ର, ଖାଦ୍ୟ ଷ୍ଟଲ ଓ ଦୋଳି ନିକଟରେ ଲୋକେ ବେଶ ମଜା ନେଉଛନ୍ତି। ଗତକାଲି ଛାଡଖାଇ ହୋଇଥିବାରୁ ବାଲିଯାତ୍ରାରେ ପ୍ରବଳ ଜନସମାଗମ ହୋଇଥିଲା। ବାଲିଯାତ୍ରାର ତୃତୀୟ ଦିନରେ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ବିଭିନ୍ନ ଫୁଡ଼ ଷ୍ଟଲ ଉପରେ ଚଢାଉ କରାଯାଇଥିଲା। ତଳ ପଡ଼ିଆରେ ଥିବା ଫୁଡ଼ ଷ୍ଟଲ ଉପରେ ଏହି ଚଢାଉ କରାଯାଇଥିଲା। 

ଏଥିସହ ପଢ଼ନ୍ତୁ: ବାଲିଯାତ୍ରା ପଡ଼ିଆରେ ବିଶାଳ କାଚ ଭିତରେ ଭାସୁଛନ୍ତି ଜଳପରୀ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ନଭେମ୍ବର ୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ ବାଲିଯାତ୍ରା ପଡ଼ିଆରେ ଆରମ୍ଭ ହୋଇଥିଲା ଐତିହାସିକ ବାଲିଯାତ୍ରା କଟକ-୨୦୨୫ । ୮ ଦିନ ଧରି ଚାଲିବାକୁ ଥିବା ଐତିହାସିକ ବାଲିଯାତ୍ରା କଟକ, ନଭେମ୍ବର ୧୨ରେ ସରିବ । ଉପର ବାଲିଯାତ୍ରା ପଡ଼ିଆ ସହ ତଳ ବାଲିଯାତ୍ରା ପଡ଼ିଆର ମୋଟ ୬୦ ଏକର ଜାଗାରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି । ଓଡ଼ିଶାର ପ୍ରଥମ ନ୍ୟୁଜ୍ ଚ୍ୟାନେଲ୍ ଭାବେ ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଅଫିସିଆଲ୍ ମିଡିଆ ପାର୍ଟନର ହେଉଛି ଅର୍ଗସ ନ୍ୟୁଜ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cuttack Baliyatra | Cuttack Bali Jatra: Massive Food Inspection Drive Conducted by Officials | Argus News | Argus News