|
logo
Live

Argus News - Unsafe Building: କଟକ ସହରରେ ୨୨୧ଟି ଅସୁରକ୍ଷିତ କୋଠା ଚିହ୍ନଟ, କୋଠା ଖାଲି କରିବାକୁ ନୋଟିସ୍

Odisha

Unsafe Building: କଟକ ସହରରେ ୨୨୧ଟି ଅସୁରକ୍ଷିତ କୋଠା ଚିହ୍ନଟ, କୋଠା ଖାଲି କରିବାକୁ ନୋଟିସ୍

Sushanta Sahoo
Browse all articles by Sushanta Sahoo
·7 months ago·1 min read
Unsafe Building: କଟକ ସହରରେ ୨୨୧ଟି ଅସୁରକ୍ଷିତ କୋଠା ଚିହ୍ନଟ, କୋଠା ଖାଲି କରିବାକୁ ନୋଟିସ୍

Key Points

ସହରରେ ମୋଟ ୨୨୧ଟି ଅସୁରକ୍ଷିତ କୋଠା ଚିହ୍ନଟ ହୋଇଛି । ଏନେଇ ହାଇକୋର୍ଟକୁ ଅବଗତ କରାଇଛି ଜିଲ୍ଲା ପ୍ରଶାସନ ।

କଟକ: ଭଙ୍ଗାଯିବ କଟକ ସହରରେ ଥିବା ବିପଦସଂକୁଳ କୋଠା । ସହରରେ ମୋଟ ୨୨୧ଟି ଅସୁରକ୍ଷିତ କୋଠା ଚିହ୍ନଟ ହୋଇଛି । ଏନେଇ ହାଇକୋର୍ଟକୁ ଅବଗତ କରାଇଛି ଜିଲ୍ଲା ପ୍ରଶାସନ । ଏଥିମଧ୍ୟରୁ ୮ଟି ସରକାରୀ ସଂସ୍ଥା ଏବଂ ଦୁଇଟି ଘରୋଇ କୋଠା ମାଲିକାନାରେ ରହିଛି । ଆସନ୍ତା ୨୪ ତାରିଖ ତଥା ରବିବାର ସୁଦ୍ଧା କୋଠା ଭାଙ୍ଗିବା ପାଇଁ ନିର୍ଦ୍ଦେଶ ରହିଛି ।


ଆଇନ ଅନୁଯାୟୀ ସମସ୍ତଙ୍କୁ କୋଠା ଖାଲି କରିବା ପାଇଁ ନୋଟିସ୍ ପଠା ଯାଇଥିବା ସତ୍ୟପାଠରେ ଦର୍ଶାଇଛନ୍ତି ଅତିରିକ୍ତ ଜିଲ୍ଲାପାଳ । ସେପଟେ ବାଣିଜ୍ୟକର ଏବଂ GST ବିଭାଗ ନୋଟିସର ଜବାବ ଦେଇ କହିଛି, ବାଦାମବାଡ଼ି ନିଉ ଏଲଆଇସି କଲୋନୀରେ ଥିବା ୭୨ ଟି ବିପଦସଂକୁଳ କ୍ଵାର୍ଟର ଖାଲି କରାଯାଇଛି । ଏହାକୁ ସମ୍ପୂର୍ଣ୍ଣ ଭଙ୍ଗାଯିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ରୋଡ୍ ଆଣ୍ଡ ବ୍ରିଜ୍‌କୁ କୁହାଯାଇଛି ।


ସେହିପରି ବାଦାମବାଡ଼ି ହାଇକୋର୍ଟ କଲୋନୀରେ ଥିବା ୪ଟି ଅସୁରକ୍ଷିତ କୋଠା ପ୍ରସଙ୍ଗରେ ହାଇକୋର୍ଟଙ୍କ ପକ୍ଷରୁ ରୋଡ୍ ଆଣ୍ଡ ବ୍ରିଜ୍‌ ଅଧିକ୍ଷଣ ଯନ୍ତ୍ରୀଙ୍କ ଠାରୁ ଷ୍ଟାଟସ ରିପୋର୍ଟ ମଗାଯାଇଛି । ଏଡିଏମଙ୍କ ରିପୋର୍ଟକୁ ତର୍ଜମା କରି ଏ ସମସ୍ତ ବିପଦସଂକୁଳ କୋଠାକୁ ଖାଲି କରିବା ଏବଂ ଭଙ୍ଗାଯିବା ନେଇ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ କହିଛନ୍ତି, ଖୁବଶୀଘ୍ର ସମସ୍ତ ଅସୁରକ୍ଷିତ କୋଠା ଗୁଡ଼ିକୁ ଭଙ୍ଗାଯିବା ନେଇ ପକ୍ରିୟା ଆରମ୍ଭ ହୋଇଛି । ଯେଉଁମାନେ ଘର ଖାଲି ନ କରିବେ ସେମାନଙ୍କ ବିରୋଦ୍ଧରେ ଫୌଜଦାରୀ ମାମଲା ରୁଜୁ କରାଯିବ । କୌଣସି ବେସରକାରୀ ଘର ଜରାଜୀର୍ଣ୍ଣ ଅବସ୍ଥାରେ ଥିଲେ ଅନ୍ୟମାନଙ୍କ ପାଇଁ ବି ବିପଦ ତେଣୁ ଆଉ ସମୟ ଦିଆଯିବ ନାହିଁ ଜିଲ୍ଲାପାଳ କହିଛନ୍ତି ।


ଓଡ଼ିଶା ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ

Sponsored
Unsafe Building: କଟକ ସହରରେ ୨୨୧ଟି ଅସୁରକ୍ଷିତ କୋଠା ଚିହ୍ନଟ, କୋଠା ଖାଲି କରିବାକୁ ନୋଟିସ୍ | Argus News