Vigilance Raid: ସରକାରୀ ଅର୍ଥ ଆତ୍ମସାତ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ

Key Points
କଟକ CDMO ଅଫିସ୍ର ବରିଷ୍ଠ ସହାୟକ କିଶୋର କୁମାର ସାହାଣୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ସରକାରୀ ଅର୍ଥ ଆତ୍ମସାତ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଛି ।
କଟକ: ବରିଷ୍ଠ ସହାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । କଟକ CDMO ଅଫିସ୍ର ବରିଷ୍ଠ ସହାୟକ (Senior Assistant) କିଶୋର କୁମାର ସାହାଣୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ସରକାରୀ ଅର୍ଥ ଆତ୍ମସାତ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଛି । କିଶୋରଙ୍କ ୫ଟି ସ୍ଥାନରେ ଏକକାଳୀନ ଖୋଳତାଡ଼ କରୁଛି ଭିଜିଲାନ୍ସ ଟିମ୍ ।
କିଶୋର ସାହାଣୀ ୧ କୋଟି ୨୪ ଲକ୍ଷ ସରକାରୀ ଟଙ୍କା ଆତ୍ମସାତ କରିଥିହା ନେଇ ମଧ୍ୟ ଅଭିଯୋଗ ହୋଇଛି । କଟକ ଜିଲ୍ଲାର ୫ଟି ସ୍ଥାନରେ ଚଢ଼ାଉ ଚାଲିଛି । କିଶୋରଙ୍କ ଜୋବ୍ରା ସ୍ଥିତ ଘର, ଦେଉଳ ସାହି ଶ୍ଵଶୁର ଘର, CDMO ଅଫିସ୍, ଚୌଦ୍ଵାରରେ ଥିବା ଫାର୍ମ, କିଶୋରନଗରରେ ଥିବା ଅନ୍ୟ ଏକ ଘରେ ଚାଲିଛି ରେଡ୍ । ଚଢ଼ାଉରେ ୯ ଜଣ DSP, ୧୦ ଜଣ ଇନ୍ସପେକ୍ଟର, ୭ ଜଣ ASI ସାମିଲ୍ ଅଛନ୍ତି ।