Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Montha Cyclone Effect / ବାତ୍ୟା "ମୋନ୍ଥା" ପ୍ରଭାବରେ ଲଗାଣ ବର୍ଷା; ପ୍ରବଳ ବର୍ଷାରେ ଫୁଲୁଛି ଜଳସ୍ତର, ଖୋଲିଲା ଜଳଭଣ୍ଡାର ଗେଟ୍…

Ritu Das
Browse all articles by Ritu Das
·8 months ago·2 min read
ବାତ୍ୟା "ମୋନ୍ଥା" ପ୍ରଭାବରେ ଲଗାଣ ବର୍ଷା; ପ୍ରବଳ ବର୍ଷାରେ ଫୁଲୁଛି ଜଳସ୍ତର, ଖୋଲିଲା ଜଳଭଣ୍ଡାର ଗେଟ୍…

Key Points

ବାତ୍ୟା ପ୍ରଭାବରେ ଲାଗିରହିଛି ବର୍ଷା । ସେପଟେ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ହେତୁ ଖୋଲିଲାଣି ୩ଟି ଗେଟ। ମୋନ୍ଥା ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଲାଗି ରହିଛି ବର୍ଷା ।
ବାତ୍ୟା ପ୍ରଭାବରେ ଲାଗିରହିଛି ବର୍ଷା । ସେପଟେ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ହେତୁ ଖୋଲିଲାଣି ୩ଟି ଗେଟ। ମୋନ୍ଥା ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଲାଗି ରହିଛି ବର୍ଷା । ଏହା ପ୍ରଭାବରେ ଦୁଇଟି ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ହେବାରୁ ଗେଟ ଖୋଲି ଦିଆଯାଇଛି । ଗଞ୍ଜାମ ଜିଲ୍ଲର ବାଘଲଟି ଡ୍ୟାମର ୩ଟି ଗେଟ ଖୋଲିଥିବା ବେଳେ ଡହ ଜଳଭଣ୍ଡାରରେ ମଧ୍ୟ ଗେଟ ଖୋଲାଯାଇଛି।

ଏହାସହ ପଢ଼ନ୍ତୁ: ସମୁଦ୍ରରେ ବଳ ଗୋଟାଉଛି 'ମୋନ୍ଥା', ନେଲା ଭୀଷଣ ବାତ୍ୟାର ରୂପ

ଦକ୍ଷିଣ ଓଡିଶାର ୮ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି ତେବେ ଓଡିଶା ମଧ୍ୟକୁ ବାତ୍ୟା ଆସିବା ବେଳେ ହୁଏତ ଏହା ଦୁର୍ବଳ ହୋଇଯାଇ ପାରେ ବୋଲି କୁହାଯାଉଛି।

ଅନ୍ୟପଟେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ନବରଙ୍ଗପୁର, କନ୍ଧମାଳ,କଳାହାଣ୍ଡି ଜିଲ୍ଲାକୁ ରେଡ ଆଲର୍ଟ ମିଳିଛି ।

ଏଣୁ ଲୋକଙ୍କ ସୁରକ୍ଷା ପାଇଁ ସେଠାରେ ଟିମ ମୁତୟନ କରାଯାଇଛି । ୧୨୮ଟି ଉଦ୍ଧାରକାରୀ ଦଳ ସେହି ଜିଲ୍ଲାଗୁଡିକରେ ଉପସ୍ଥିତ ରହିଛନ୍ତି ।
ଏହାସହ 24 ଓଡ୍ରାଫ, 5 NDRF ଓ 99 ଫାୟାର ଟିମ ସେଠାରେ ଉପସ୍ଥିତ ରହିଛନ୍ତି । ତେବେ ବାତ୍ୟା ନେଇ କେହି ଚିନ୍ତିତ ହୁଅନ୍ତୁ ନାହିଁ ମାତ୍ର ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦିଆଯାଇଛି।

ଏହାସହ ପଢ଼ନ୍ତୁ: ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ୩ ଘଣ୍ଟା ସତର୍କତା, ୯ ଜିଲ୍ଲା ପାଇଁ ଆଲର୍ଟ ଜାରି

ସେପଟେ ମୋନ୍ଥା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକରେ ୫୯୦.୭ ମିଲିମିଟର ବର୍ଷା ହୋଇଛି। କାଶୀନଗର ବ୍ଲକରେ ୫୦.୮ ମିଲିମିଟର ବର୍ଷା ହୋଇଥିବାବେଳେ ପାରଳାଖେମୁଣ୍ଡିରେ ୮୭.୨ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ରାୟଗଡ଼ ବ୍ଲକରେ ୪୫.୮ମିମି ବର୍ଷା ହୋଇଛି। ଗୁମ୍ମା ବ୍ଲକରେ ୪୩.୫ ମିମି, ନୂଆଗଡ଼ରେ ୪୮.୬ ମିମି, ଆର. ଉଦୟଗିରିରେ ୮୭ ମିମି ବର୍ଷା ରେକର୍ଡ ହୋଇଛି। ମୋହନା ବ୍ଲକରେ ସର୍ବାଧିକ ୧୧୨.୮ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଗୋଷାଣୀ ବ୍ଲକରେ ସର୍ବାଧିକ ୧୧୫ ମିମି ବର୍ଷା ରେକର୍ଡ କରାଯାଇଛି।
ସେହିପରି ମୋନ୍ଥା ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ମଧ୍ୟ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି।
1. Chatrapur -56.2
2. Ganjam -42.2
3. Purushottampur -14.0
4. Kabisuryanagar -77.0
5. Polasara -25.6
6. Kodala -5.0
7. Khallikote. - 32.5
8. Hinjilicut -37.0
9. Rangeilunda -32.0
10. Kukudakhandi -85.0
11. Chikiti -57.1
12. Patrapur. -117.6
13. Sanakhemundi -90.0
14. Digapahandi -64.0
15. Bhanjanagar -23.0
16. Bellaguntha -21.0
17. Jagannathprasad -20.2
18. Buguda -21.0
19. Aska -45.8
20. Dharakote -35.0
21. Sheragada -54.0
22. Surada -27.0
23. Gopalpur NAC -54.0
24. BeMC Gandhinagar-52.0
25. BeMC Brajanagar-57.3

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cyclone “Montha” Triggers Heavy Rain in Odisha; Rising Water Levels, Reservoir Gates Opened | Argus News