Odisha Rain Alert / ରାଜ୍ୟରେ କମିଲା ବାତ୍ୟା "ମୋନ୍ଥା"ର ପ୍ରଭାବ: କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
·10 months ago·2 min read

Key Points
ସାରା ରାଜ୍ୟରେ ମୋନ୍ଥାର ପ୍ରଭାବ କମିବାରେ ଲାଗିଛି। ଖାସ କରି ଦକ୍ଷିଣ ଓଡ଼ିଶାବାସୀ ଆଶ୍ବସ୍ତ ହୋଇଛନ୍ତି। ଗତ ୬ ଘଣ୍ଟାରେ ବାତ୍ୟା "ମୋନ୍ଥା" ୧୫ କିମି ପ୍ରତି ଘଣ୍ଟା ବେଗରେ ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତିକରି ଗଭୀର ଅବପାତରେ ପରିଣତ ହୋଇଛି ।
ସାରା ରାଜ୍ୟରେ ମୋନ୍ଥାର ପ୍ରଭାବ କମିବାରେ ଲାଗିଛି। ଖାସ କରି ଦକ୍ଷିଣ ଓଡ଼ିଶାବାସୀ ଆଶ୍ବସ୍ତ ହୋଇଛନ୍ତି। ଗତ ୬ ଘଣ୍ଟାରେ ବାତ୍ୟା "ମୋନ୍ଥା" ୧୫ କିମି ପ୍ରତି ଘଣ୍ଟା ବେଗରେ ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତିକରି ଗଭୀର ଅବପାତରେ ପରିଣତ ହୋଇଛି । ଏହା ଆନ୍ଧ୍ରପ୍ରଦେଶ ସଂଲଗ୍ନ ତେଲେଙ୍ଗାନା ଏବଂ ଦକ୍ଷିଣ ଛତିଶଗଡ଼ ଦେଇ ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଆଗାମୀ ୬ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।
ଏହାସହ ପଢ଼ନ୍ତୁ: ଜାମାଇକାରେ ଲ୍ୟାଣ୍ଡଫଲ୍ କରି ତାଣ୍ଡବ ରଚିଲା ମେଲିସା
ଓଡ଼ିଶାରେ ଆଜି ବିଶେଷ ପ୍ରଭାବ ନାହିଁ । କିନ୍ତୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜିପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, ମୟୁରଭଞ୍ଜ, କେଉଁଝର, ସୁନ୍ଦରଗଡ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କିଛି ଜାଗାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ପାଇଁ ସତର୍କ ସୂଚନା ଦିଆଯାଇଛି ।
ଏସବୁ ସ୍ଥାନରେ ୩୦-୪୦ କିମି ପ୍ରତିଘଣ୍ଟା ଝଟକା ପବନ ସହ ବର୍ଷା ହେବା ସମ୍ଭାବନା ରହିଛି । ପୁରା ରାଜ୍ୟକୁ ବିଜୁଳି ଘଡଘଡି ସାଙ୍ଗକୁ ବର୍ଷା ହେବା ନେଇ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ପାଇଁ ବର୍ଷା ବହୁ ପରିମାଣରେ କମିବ । ଉପକୂଳ ଜିଲ୍ଲା ଗୁଡିକ ସମେତ ଉତ୍ତର ଓଡିଶା ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଝଟ୍କା ପବନ ସହ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମଛଲୀପାଟନାମ ଓ କଳିଙ୍ଗ ପାଟନମ ମଝିରେ କାକିନାଡ଼ା ନିକଟରେ ଲ୍ୟାଣ୍ଡଫଲ କରିବ ବୋଲି କୁହାଯାଇଥିଲା । ଯାହାକି କାକିନାଡ଼ା ଠାରୁ ଦକ୍ଷିଣକୁ ପ୍ରାୟ ୧୦୦ କିଲୋମିଟର ଦୂର ନରସାପୁରା ଠାରେ ସ୍ଥଳଭାଗ ଛୁଇଁଲା ବାତ୍ୟା ମୋନ୍ଥା। ଟ୍ରାକରେ ସାମାନ୍ୟ ପରିବର୍ତ୍ତନ କାରଣରୁ ଓଡ଼ିଶାରେ ବର୍ଷାର ପରିମାଣ ସାମାନ୍ୟ କମ ରହିଥିଲା ।
ସର୍ବାଧିକ ବର୍ଷା ଗଜପତି ଜିଲ୍ଲାର ଗୋଶାଣୀଠାରେ ୧୫୦.୫ ମିମି ଏବଂ ଗଞ୍ଜାମ ଜିଲ୍ଲାର ପାତ୍ରପୁର ୧୭୦.୪ ମିମି ବର୍ଷା ରେକର୍ଡ କରାଯାଇଛି । ୩୧ ସ୍ଥାନରେ ପ୍ରବଳ ବର୍ଷା ଓ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଟ୍ଵିନ ସିଟିରେ ମଧ୍ୟ ବର୍ଷା ସମ୍ଭାବନା ରହିଛି।
ସେପଟେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଏସ୍. କରଡ଼ାସିଂ ପଞ୍ଚାୟତର ବୋଣ୍ଡା ଗାଁ ନିକଟରେ ଭୂସ୍ଖଳନ ଘଟିଛି। ଫଳରେ ବଣ୍ଡା, ଖିଲିଗଣ୍ଡା, କୁଡିଙ୍ଗି, ଉପର ସାଙ୍କୁରଡା ଗାଁରୁ ଏସ୍. କରଡ଼ାସିଂ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

Related Topics
Explore more stories