GST Fraud / GST ଠକିବାକୁ ଖୋଲିଥିଲା ୧୦୫ ନକଲି କମ୍ପାନୀ, ଜାଣନ୍ତୁ ପୂରା ପ୍ଲାନ୍...

Key Points
ମୁମ୍ବାଇ ଘରେ ଏବଂ ବିଭିନ୍ନ ସ୍ଥାନରେ ରେଡ୍ କରି ଅଭିଯୁକ୍ତକୁ ଧରିଛି କେନ୍ଦ୍ରୀୟ GST ଗୁଇନ୍ଦା ବିଭାଗ ।
୩୨୫ କୋଟି ଟଙ୍କାର GST ଠକେଇ ଅଭିଯୋଗ । ମୁମ୍ବାଇରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା କେନ୍ଦ୍ରୀୟ GST ଗୁଇନ୍ଦା ବିଭାଗ । ଗିରଫ ଅଭିଯୁକ୍ତ ନୀଲେଶ ଯୋଗେଶ ଜିଗୱାଲା ଜଣେ ଚାର୍ଟଡ଼ ଆକାଉଣ୍ଟାଣ୍ଟ ହୋଇଥିବା ସୂଚନା । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏଜେଣ୍ଟ ରଖି ଛୋଟ ଛୋଟ ବ୍ୟବସାୟୀଙ୍କୁ କରୁଥିଲା ଟାର୍ଗେଟ । ଓଡ଼ିଶାର ଛୋଟ ଛୋଟ ବ୍ୟବସାୟୀଙ୍କ GST ନମ୍ବର ବ୍ୟବହାର କରି କାଗଜପତ୍ର ଜାଲିଆତି କରି ମୁମ୍ବାଇର ବଡ଼ବଡ଼ କମ୍ପାନୀକୁ ଇନପୁଟ ଦେବାରେ ସହଯୋଗ କରୁଥିବା ଅଭିଯୋଗ ।
୧୦୫ଟି ଭୂତ କମ୍ପାନୀ କରି କୋଟି କୋଟି ଟଙ୍କା ହାତେଇଥିବା ତଦନ୍ତରୁ ଜଣାପଡ଼ିଛି । ମୁମ୍ବାଇ ଘରେ ଏବଂ ବିଭିନ୍ନ ସ୍ଥାନରେ ରେଡ୍ କରି ଅଭିଯୁକ୍ତକୁ ଧରିଛି କେନ୍ଦ୍ରୀୟ GST ଗୁଇନ୍ଦା ବିଭାଗ । ପୂର୍ବରୁ ଏହି ଠକେଇ ଘଟଣାରେ ନୀଲେଶର ଜଣେ ମହିଳା ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା କେନ୍ଦ୍ରୀୟ GST ଗୁଇନ୍ଦା ବିଭାଗ ।
ତଦନ୍ତ ବେଳେ ଜଣାପଡ଼ିଛି ଯେ, ବର୍ଷବର୍ଷ ହେବ ନୀଲେଶ୍ ଓଡ଼ିଶାରେ ନିଜର ଜିଏସ୍ଟି ଠକେଇ ରାକେଟ୍ ଚଳାଇଥିଲା। ଏଥିପାଇଁ ସେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କିଛି ଏଜେଣ୍ଟ ରଖିଥିଲା। ସେମାନେ ଜିଏସ୍ଟି ନମ୍ବର ଥିବା ଛୋଟ ବ୍ୟବସାୟୀଙ୍କ ଉପରେ ନଜର ରଖିଥିଲେ। ବ୍ୟବସାୟୀ କ୍ଷତି ସହିବା ପରେ ସେମାନଙ୍କର ଜିଏସ୍ଟି ନମ୍ବରକୁ ସରେଣ୍ଡର କରୁଥିଲେ। ହେଲେ ସରେଣ୍ଡର କରିବା ପୂର୍ବରୁ ଏଜେଣ୍ଟମାନେ କ୍ଷତି ସହୁଥିବା ବ୍ୟବସାୟୀଙ୍କ ନିକଟରେ ପହଞ୍ଚି ଜିଏସ୍ଟି ନମ୍ବରକୁ ସରେଣ୍ଡର ନକରିବା ପାଇଁ କିଛି ଅର୍ଥ ଦେଇ ଚାଲୁ ରଖିବାକୁ କହୁଥିଲେ। ଯେଉଁମାନେ ରାଜି ହେଉ ନଥିଲେ ସେମାନଙ୍କୁ ଏକକାଳୀନ ଟଙ୍କା ଦେଇ ନମ୍ବର କିଣି ନେଉଥିଲେ।
ଏହାପରେ ସେହି ସବୁ ଜିଏସ୍ଟି ନମ୍ବରକୁ ବ୍ୟବହାର କରି କାଗଜପତ୍ର ଜାଲିଆତି କରି ମୁମ୍ବାଇରେ ବଡ଼ ବଡ଼ ସଂସ୍ଥାକୁ ଇନ୍ପୁଟ ନେବାରେ ସହଯୋଗ କରୁଥିଲେ। ଏହି ବାବଦକୁ ମୋଟା ଅଙ୍କର ଅର୍ଥ ରୋଜଗାର କରୁଥିଲେ। ଏଜେଣ୍ଟଙ୍କୁ ବି କମିସନ ମିଳୁଥିଲା। ହେଲେ ନୀଲେଶ୍ର ଏହି ରାକେଟ୍ ଉପରେ ଜିଏସ୍ଟି ଗୁଇନ୍ଦା ବିଭାଗର ନଜର ପଡ଼ିଥିଲା। ଗତ ୨ମାସ ହେବ ଜିଏସ୍ଟି ଗୁଇନ୍ଦା ବିଭାଗ ନୀଲେଶ୍ର ପ୍ରତିଟି କାରବାର ଉପରେ ନଜର ରଖିଥିଲା। ତାର ଠିକଣା ଠାବ ପରେ ଜିଏସ୍ଟି ଗୁଇନ୍ଦା ଟିମ୍ ମୁମ୍ବାଇସ୍ଥିତ ନୀଲେଶ୍ର ଘର ଉପରେ ଚଢ଼ଉ କରି ତାକୁ ଗିରଫ କରିଥିଲା।
ଜେରା ବେଳେ ଜଣାପଡ଼ିଥିଲା ଯେ ସେ ଏମିତି ୧୦୫ ସଂସ୍ଥା ନାଁରେ ଜାଲିଆତି କରି ୩୨୫ କୋଟି ଟଙ୍କାର ଜିଏସ୍ଟି ଇନ୍ପୁଟ୍ ହାତେଇଥିଲା। ଜିଏସ୍ଟି ଗୁଇନ୍ଦା ବିଭାଗ ନୀଲେଶର ଜଣେ ମହିଳା ସହଯୋଗୀଙ୍କୁ ମଧ୍ୟ ଗତ ମାସ ୧୭ ତାରିଖରେ ପୁଣେରୁ ଗିରଫ କରିଥିଲା। ତେବେ ଏହି ରାକେଟ୍ରେ ଆହୁରି ବଡ଼ବଡ଼ିଆ ସାମିଲ ଥିବା ବିଭାଗ ସନ୍ଦେହ କରିଛି। ତେଣୁ ନୀଲେଶ୍ ଓ ତାଙ୍କ ସହଯୋଗୀ ମହିଳାଙ୍କୁ ରିମାଣ୍ଡରେ ଆଣି ଜେରା କରିବାକୁ ଯୋଜନା କରାଯାଉଛି। ରିମାଣ୍ଡରେ ଆଣି ଜେରା କରାଯିବା ପରେ ରାକେଟ୍ର ପର୍ଦ୍ଦାଫାସ ହେବ ବୋଲି ଜିଏସ୍ଟି ଗୁଇନ୍ଦା ବିଭାଗର ଜଣେ ଅଧିକାରୀ କହିଛନ୍ତି।
📱 Get Argus News App
✨Related Topics
Explore more stories