Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Crime News / ଧଉଳି ଗଣଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତ ସତ୍ୟପ୍ରକାଶ ହାତୀଙ୍କୁ ଗଞ୍ଜାମରୁ ଉଠାଇ ଆଣିଲା ସ୍ପେଶାଲ ସ୍କ୍ବାଡ

Ritu Das
Browse all articles by Ritu Das
·6 months ago·2 min read
ଧଉଳି ଗଣଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତ ସତ୍ୟପ୍ରକାଶ ହାତୀଙ୍କୁ ଗଞ୍ଜାମରୁ ଉଠାଇ ଆଣିଲା ସ୍ପେଶାଲ ସ୍କ୍ବାଡ
arrest

Key Points

  • ବହୁଚର୍ଚ୍ଚିତ ଧଉଳି ଗଣଦୁଷ୍କର୍ମ ମାମଲା
  • ଧରାପଡିଲା ମୁଖ୍ୟ ଅଭିଯୁକ୍ତ
  • ସତ୍ୟ ପ୍ରକାଶକୁ ଗଞ୍ଜାମରୁ ଉଠାଇ ଆଣିଲା ସ୍ପେଶାଲ ସ୍କ୍ବାଡ୍

ବହୁଚର୍ଚ୍ଚିତ ଧଉଳି ଗଣଦୁଷ୍କର୍ମ ମାମଲା। ଧରାପଡିଲା ମୁଖ୍ୟ ଅଭିଯୁକ୍ତ। ସତ୍ୟ ପ୍ରକାଶକୁ ଗଞ୍ଜାମରୁ ଉଠାଇ ଆଣିଲା ସ୍ପେଶାଲ ସ୍କ୍ବାଡ୍। ତା’ର ଅନ୍ୟ ୨ ସହଯୋଗୀ ବି ଫେରାର୍‌ ଅଛନ୍ତି। ଖୁବଶୀଘ୍ର ପୋଲିସ ସେମାନଙ୍କୁ ଗିରଫ କରିବ। ଏନେଇ ପୋଲିସ କମିଶନର ଏସ. ଦେବଦତ୍ତ ସିଂ ସୂଚନା ଦେଇଛନ୍ତି। ଅଭିଯୁକ୍ତକୁ ନେଇ କ୍ରାଇମସିନ ରିକ୍ରିଏସନ କରିଛି ଧଉଳି ପୋଲିସ।



ସୂଚନା ଅନୁଯାୟୀ, ଦୟା ନଦୀ ପଠାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା ଏବେ କମିଶନରେଟ୍‌ ପୋଲିସର ମୁଣ୍ଡ ବ୍ୟଥା ବଢ଼ାଇଛି । ଘଟଣାକୁ ସପ୍ତାହେ ବିତିବା ସତ୍ତ୍ଵେ ଏଯାଏ ସବୁ ଅଭିଯୁକ୍ତ ଧରାପଡ଼ି ନାହାଁନ୍ତି। ମାମଲା ରେଡ ଫ୍ଲାଗ୍‌ ଅନ୍ତର୍ଭୁକ୍ତ ହେବା ପରେ ଧଉଳି ଥାନା ପୋଲିସ ସହ କ୍ରାଇମ୍‌ବ୍ରାଞ୍ଚ ଏହି ମାମଲାର ତଦନ୍ତକୁ ମନିଟରିଂ କରୁଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ଓରଫ ହାପିକୁ ପୋଲିସ ଗଞ୍ଜାମରୁ ଉଠାଇ ଆଣିଛି। ଖୁବଶୀଘ୍ର ତା’ର ଅନ୍ୟ ୨ ସହଯୋଗୀ ଧରାପଡ଼ିବେ।

ଗତ ସପ୍ତାହରେ ଜାମିନରେ ଆସିବା ପରେ ବୁଧବାର ଦିନ ଜଘନ୍ୟ କାଣ୍ଡ ଭିଆଇଥିଲା ହାପି। ଅଭିଯୁକ୍ତ ନାଁରେ ଆଗରୁ ମଧ୍ୟ ବହୁ ମାମଲା ରହିଛି। 2018 ମସିହାରେ ଗାଡି ଚୋରି କରି ପ୍ରଥମେ ଜେଲ୍‌ ଯାଇଥିଲା ହାପି । ପରେ ଜାମିନରେ ଆସିବା ପରେ 2022ରେ ଶିଶୁପାଳଗଡ଼ରେ ଜଣଙ୍କୁ ବ୍ଲେଡ ମାରି ଗିରଫ ହୋଇ ଜେଲ୍‌ ଯାଇଥିଲା। 2024 ଫେବୃଆରୀରେ ଗାଁରେ ଗଣ୍ଡଗୋଳ ଓ ମାରପିଟ ସହ ପୋଲିସକୁ ଆକ୍ରମଣ କରି ଫେରାର ହୋଇଯାଇଥିଲା । ଗିରଫଦାରୀ ଭୟରେ କୋର୍ଟରେ ଆତ୍ମସମର୍ପଣ କରିଥିଲା ହାପି । ପରେ ଜୁନ 2025ରେ ପୁରୀ ବାଇପାସରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡକୁ ବୋତଲରେ ବାଡେଇ ଗିରଫ ହୋଇଥିଲା ହାପି । ବଡ଼ଗଡ଼, ଧଉଳି ଥାନାରେ 20ରୁ ଅଧିକ ମାମଲା ରହିଛି।

୨ ଦିନ ଯାଏଁ ଧରାଛୁଆଁ ଦେଇ ନ ଥିଲା ଦୁଷ୍କର୍ମୀ

ସୂଚନା ଥାଉକି, ଗଣଦୁଷ୍କର୍ମ ଘଟଣା ପରେ ହାପି କେଉଁଆଡ଼େ ଫେରାର୍‌ ହୋଇନଥିଲା । ପୋଲିସ ଉକ୍ତ ଘଟଣାକୁ ହାଲୁକା ଭାବେ ନେଇଥିବା ଜାଣି ୨ ଦିନ ଧରି ଶିଶୁପାଳଗଡ଼ ଓ ଧଉଳି ଅଞ୍ଚଳରେ ଛାତି ଫୁଲାଇ ଘୁରି ବୁଲୁଥିଲା । ଘଟଣା ପରଦିନ ଅପରାହ୍ନରେ ସେ ଧଉଳି ଥାନା ସାମ୍ନା ରାସ୍ତା ଦେଇ ଶାନ୍ତିସ୍ତୂପକୁ ଯାଇଥିଲା । ସେଠାରେ ପାର୍କିଂ ଘଟଣାକୁ କେନ୍ଦ୍ର କରି ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ମାର୍‌ପିଟ୍‌ କରିଥିଲା । ସ୍ଥାନୀୟ ଦୋକାନୀଙ୍କ ହସ୍ତକ୍ଷେପ ପରେ ସେ ଫେରିଯାଇଥିଲା । ୧୨ ତାରିଖ ରାତିରେ ପୀଡ଼ିତା ଥାନାରେ ଅଭିଯୋଗ କରିଥିଲେ । ପରଦିନ ସକାଳେ ପୀଡି଼ତାର ମା’ ଥାନାକୁ ଆସି ଆଉ ଥରେ ଗଣଦୁଷ୍କର୍ମ ଅଭିଯୋଗ କରିଥିଲେ। ଗତ ୧୩ ତାରିଖ ବିଳମ୍ବିତ ରାତିରେ ପୋଲିସ ହାପିର ୨ଜଣ ସହଯୋଗୀ(ବାଙ୍କୀ ଅଞ୍ଚଳର ବିଭୁପ୍ରସାଦ ମିଶ୍ର ଓ କଟକ ଓଲଟପୁର ଅଞ୍ଚଳର କାଳନ୍ଦୀ ପାତ୍ର)ଙ୍କୁ କାବୁ କରିଥିଲା । ଏହି ଖବର ଶୁଣିବା ପରେ ହାପି ରାତାରାତି କୁଆଡ଼େ ଫେରାର ହୋଇଯାଇଥିଲା।

ରିପୋର୍ଟ ମାଗିଲେ ରାଜ୍ୟ ସରକାର

ରାଜ୍ୟ ସରକାର ଏହି ମାମଲାରେ ପୋଲିସକୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି । ଏନେଇ ଯଥାଶୀଘ୍ର ରିପୋର୍ଟ ଦାଖଲ କରିବାକୁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ମହିଳା କମିଶନ ଓ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ମଧ୍ୟ ଭୁବନେଶ୍ୱର ଡିସିପିଙ୍କୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dhauli Gangrape Case: Main Accused Satyaprakash Hati Brought from Ganjam | Argus News