Diwali Special / ଦୀପାବଳିକୁ ନେଇ ଚାଲିଛି ଦୀପ ତିଆରି

Key Points
ଦୀପ ତିଆରି ଚାଲିଛି ଭଳିକି ଭଳି
ଦୀପକୁ ରଙ୍ଗ ଦେବାରେ ଲାଗି ପଡିଛନ୍ତି
ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି । ସେଥିପାଇଁ ଏବେ ତତ୍ପର କୁମ୍ଭକାର ପରିବାର । ଦିନରାତି ଏକ କରି କାମରେ ଲାଗି ପଡିଛନ୍ତି ପୁରା ପରିବାର। ଦୀପ କାରିଗରଙ୍କୁ ଏବେ ଫୁରସତ ନାହିଁ । ଦୀପ ତିଆରି ଚାଲିଛି। ଭଳିକି ଭଳି ଦୀପ । ଦୀପକୁ ରଙ୍ଗ ଦେବାରେ ଲାଗି ପଡିଛନ୍ତି । କୁମ୍ଭକାର ହାତର ଶେଷ ସ୍ପର୍ଶ ପାଉଛି ଦୀପ। ଶହ ଶହ ସଂଖ୍ୟାରେ ଦୀପ ପ୍ରସ୍ତୁତ। ହାତରେ ଆଉ ସମୟ ନାହିଁ । କାରଣ ଯାହା ବିକ୍ରୀ ହେବ ମାତ୍ର ଆଉ ତିନି ଦିନ ଭିତରେ । ତେଣୁ ଦିନ ରାତି ଏକ କରି ଦେଇ ଦୀପ ପ୍ରସ୍ତୁତିରେ ଲାଗି ପଡିଛନ୍ତି କାରିଗର। ଏ ପ୍ରସ୍ତୁତି ଦୀପାବଳି ପାଇଁ।
ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ପାଇ କହ୍ନେଇପୁର, କଇରାସି ,ଡିମିରିଆ ଆଦି ଗାଁରେ ରୁହନ୍ତି ଏସବୁ କୁମ୍ଭକାର ପରିବାର । ନିଜର କୌଳିକ ବୃତ୍ତିକୁ ପାଥେୟ କରି ବାପା, ଜେଜେବାପା ଅମଳରୁ ମାଟିକୁ ବିଭିନ୍ନ ରୂପ ଦେଇ ନିର୍ମାଣ କରିଥାନ୍ତି ବିଭିନ୍ନ ପ୍ରକାରର ସାମଗ୍ରୀ। ଏବେ ଦୀପ ନିର୍ମାଣରେ ଲାଗି ପଡିଛନ୍ତି । ବିକ୍ରୀ ହେବା ପରେ ଦୁଇ ପଇସା ରୋଜଗାର ହେଲେ ପରିବାର ଚଳିଯିବ ।
ଏଥିସହ ପଢ଼ନ୍ତୁ: ୨୦ ନା ୨୧ ତାରିଖ... କେଉଁ ଦିନ ହେବ ଦୀପାବଳି ପାଳନ ?
📱 Get Argus News App
✨ଦୀପାବଳି ସମୟରେ ଲୋକମାନେ ମାଟି ଦୀପ ବିନା ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର କରି ଆଲୋକର ପର୍ବ ପାଳନ କରୁଥିବାରୁ ମାଟି ଦୀପର ବିକ୍ରି କମିବାରେ ଲାଗିଛି। ସେଥିପାଇଁ କୁମ୍ଭକାର ମାନେ କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି । ଯଦି ମାଟିରେ ନିର୍ମିତ ଦୀପକୁ ବିକ୍ରି ପାଇଁ ବଜାରର ସୁବିଧା ଓ ପ୍ରୋତ୍ସାହନ ମିଳିପାରନ୍ତା, ତେବେ ସେମାନଙ୍କୁ କୌଳିକ ବୃତ୍ତିକୁ ଛାଡିବାକୁ ପଡନ୍ତାନି । ଦୀପର ଏନ୍ତୁଡିଶାଳରେ ଏବେ କାରିଗରଙ୍କୁ ଫୁରସତ ନାହିଁ । ଏସବୁ ବିକ୍ରି ହୋଇଗଲେ ପରିଶ୍ରମର ମୁଲ୍ୟ ମିଳିଯିବ।
ସେପଟେ କେଉଁଦିନ ଦୀପାବଳି ? ପୁଣି ଗୋଟିଏ ପର୍ବ ୨ଟି ତାରିଖକୁ ନେଇ ଦ୍ବନ୍ଦ୍ବ । ୨୦ ନା ୨୧ ତାରିଖ କେଉଁ ଦିନ ପାଳନ କରିବେ ଦୀପାବଳି ? ମୁକ୍ତିମଣ୍ଡପ ପଣ୍ଡିତ ଓ ଜ୍ୟୋତିର୍ବିଦଙ୍କ ମଧ୍ୟରେ ମତଭେଦ । ୨୦ ତାରିଖରେ ଦୀପାବଳି ପାଳିବାକୁ କହିଲା ମୁକ୍ତିମଣ୍ଡପ । ୨୧ ତାରିଖରେ ଦୀପାବଳି ପାଳନ ପାଇଁ କହୁଛନ୍ତି ଜ୍ୟୋତିର୍ବିଦ ।
ଦୀପାବଳି ଅମାବାସ୍ୟାର ଦ୍ୱନ୍ଦ୍ୱ ଦୂରୀକରଣ କରିବା ପାଇଁ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ପଣ୍ଡିତ ସଭାର କାର୍ଯ୍ୟକାରୀ ସଭାପତି ଆଦିତ୍ୟ ହୃଦୟ ମିଶ୍ର ଓ ସମ୍ପାଦକ ପ୍ରଫୁଲ ମିଶ୍ର ଓ ଅନେକ ଜ୍ୟୋତିର୍ବିଦ ସୂଚନା ଦେଇଛନ୍ତି ଯେ ୨୦ ତାରିଖରେ ହିଁ ଦିଆଯିବ ପୟାଶ୍ରାଦ୍ଧ। ସେହିଦିନ ସରକାରୀ ଛୁଟି ଘୋଷଣା ପାଇଁ ମୁକ୍ତିମଣ୍ଡପ ଦାବି କରିଛି । କିନ୍ତୁ ୨୧ ତାରିଖରେ ଦୀପାବଳି ପାଳନ ପାଇଁ କହୁଛନ୍ତି ଜ୍ୟୋତିର୍ବିଦ ପଣ୍ଡିତ ହରିଶଙ୍କର ମିଶ୍ର । ଗୋଟିଏ ପର୍ବର ଦୁଇଟି ତାରିଖ ନେଇ ଦ୍ବନ୍ଦ୍ବ ଦେଖାଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: