Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦୁଇ ଦିନରେ ଦୁଇଥର ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ଉଡିଲାଣି ଡ୍ରୋନ୍

Odisha

ଦୁଇ ଦିନରେ ଦୁଇଥର ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ଉଡିଲାଣି ଡ୍ରୋନ୍

Banajyotshna Ray
Browse all articles by Banajyotshna Ray
·7 months ago·1 min read
ଦୁଇ ଦିନରେ ଦୁଇଥର ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ଉଡିଲାଣି ଡ୍ରୋନ୍

Key Points

ଶ୍ରୀମନ୍ଦିର ପାଇଁ ଡ୍ରୋନ୍ ଚିନ୍ତା
ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ବଡ଼ ପ୍ରଶ୍ନ
ଦୁଇ ଦିନରେ ଦୁଇଥର ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ଉଡିଲାଣି ଡ୍ରୋନ୍
ଆଜି ସକାଳୁ ପୁଣି ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ପଇଁତରା ମାରିଲା ଡ୍ରୋନ୍

ଶ୍ରୀମନ୍ଦିର ପାଇଁ ଡ୍ରୋନ୍ ଚିନ୍ତା। ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ବଡ଼ ପ୍ରଶ୍ନ । ଶ୍ରୀମନ୍ଦିର ଚୁଡ଼ାରେ ଦୁଇ ଦିନରେ ପଇଁତରା ମାରିଲାଣି ଦୁଇ ଡ୍ରୋନ । ଆଜି ସକାଳୁ ପୁଣି ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ପଇଁତରା ମାରିଛି ଡ୍ରୋନ୍ । ପ୍ରାୟ ୧୦ ମିନିଟ ଧରି ଶ୍ରୀମନ୍ଦିର ଉପରିଭାଗରେ ଉଡ଼ିଛି ଡ୍ରୋନ । ଶ୍ରୀମନ୍ଦିର ନୀଳଚକ୍ର ଉପରିଭାଗରେ ବି ବାରମ୍ବାର ଚକ୍କର କାଟିଛି । ଗତକାଲି ରାତିରେ ବି ଘଟିଥିଲା ସମାନ ଘଟଣା । ଏକ ଡ୍ରୋନ ଶ୍ରୀମନ୍ଦିର ଉପରେ ବାରମ୍ବାର ପଇଁତରା ମାରିଥିଲା । ସବୁ କଟକଣା ସତ୍ତ୍ୱେ ଚଳିତ ବର୍ଷ ଶ୍ରୀମନ୍ଦିର ନିଶିଦ୍ଧାଞ୍ଚଳ ରେ 7 ରୁ ଅଧିକ ଥର ଉଡ଼ିଲାଣି ଡ୍ରୋନ ।


ବିଗତ ଦେଢ଼ ବର୍ଷ ମଧ୍ୟରେ ଶ୍ରୀମନ୍ଦିର ସୁରକ୍ଷା ବାହିନୀ,ରକ୍ଷକ ଭ୍ୟାନ, ଜେ ଟି ପି ସ୍କ୍ବାର୍ଡ ମୁତୟନ ପରେ ବି ଡ୍ରୋନ ବିଷୟରେ ତଥ୍ୟ ହାସଲ କରିପାରୁନି ପୋଲିସ୍। ପ୍ରତ୍ୟେକ ଥର କେବଳ ଡ୍ରୋନ ସିଜ ଏବଂ ଉଡାଇଥିବା ବ୍ୟକ୍ତିକୁ ନୋଟିସରେ ସୀମିତ ରହିଯାଇଛି ପୋଲିସ୍ । କେଉଁଠୁ ଡ୍ରୋନ ଅପରେଟ ହେଉଛି , କିଏ କରୁଛି, ତାହାର ତଥ୍ୟ ପାଇ ପାରୁନି ପୋଲିସ୍ । ଯାହାକୁ ନେଇ ପୋଲିସ ବିଭାଗର ପାରିବା ପଣିଆ ଉପରେ ଉଠିଛି ପ୍ରଶ୍ନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Drone Flies Twice in Restricted Zone of Shree Jagannath Temple in Two Days | Argus News | Argus News