Videos
|
Odisha

ନିଶାସକ୍ତ ପୁଅର ଉନ୍ମତ୍ତ କାଣ୍ଡ: ବାପା ଓ ମାଆଙ୍କୁ ହାଣି ହତ୍ୟା କଲା ପୁଅ

Ritu Das
Browse all articles by Ritu Das
·1 year ago·1 min read
ନିଶାସକ୍ତ ପୁଅର ଉନ୍ମତ୍ତ କାଣ୍ଡ: ବାପା ଓ ମାଆଙ୍କୁ ହାଣି ହତ୍ୟା କଲା ପୁଅ

Key Points

ବାପା ମା'ଙ୍କୁ ହାଣି ମାରିଲା ପୁଅ

ଉଭୟଙ୍କ ମୃତଦେହ ଘର ବାରଣ୍ଡାରେ ପଡ଼ିଛି

ହତ୍ୟାକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ

ବାପା ମା'ଙ୍କୁ ହାଣି ମାରିଲା ପୁଅ। ନିଶାସକ୍ତ ପୁଅର ଉନ୍ମତ୍ତ କାଣ୍ଡ। ବୈଶିଙ୍ଗା ଥାନା ମାନଗୋବିନ୍ଦପୁର ପଞ୍ଚାୟତ ଧନାପାଳ ଗାଁରେ ଡବଲ ମର୍ଡର। ଧାରୁଆ ଅସ୍ତ୍ରରେ ହାଣି ମୁଣ୍ଡକୁ ଛେଚି ହତ୍ୟା କଲା ବାପା ଓ ମାଆଙ୍କୁ। ମୃତକ ବାପା ହେଲେ ୮୦ ବର୍ଷୀୟ ହାଡ଼ିବନ୍ଧୁ ସାହୁ ଓ ମାଆ ହେଲେ ୭୨ବର୍ଷୀୟା ଶାନ୍ତି ସାହୁ। ଉଭୟଙ୍କ ମୃତଦେହ ଘର ବାରଣ୍ଡାରେ ପଡ଼ିଛି। ଅଭିଯୁକ୍ତ ପୁଅ ହେଲେ ହିମାଂଶୁ ସାହୁ।

ଅଭିଯୁକ୍ତ ପୁଅ ଘର ଠାରୁ ଦୁରରେ ରହୁଥିଲା। ମଝିରେ ମଝିରେ ଘରକୁ ଯାଇ ପାଟିତୁଣ୍ଡ କରୁଥିଲେ। ଘଟଣା ସ୍ଥଳରେ ବୈଶିଙ୍ଗା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ମୃତକ ମାଆ ଶାନ୍ତି ଥିଲେ ଦିବ୍ୟାଙ୍ଗ। ହତ୍ୟାକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
drug-addict-sons-madness-son-kills-father-and-mother | Argus News