Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Super Market / ସୁପରମାର୍ଟ ଭିତରକୁ ଯାଇ ଭେଁ ଭେଁ ହୋଇ କାନ୍ଦୁଛନ୍ତି ପୁରା ପରିବାର

Rashmita Mishra
Browse all articles by Rashmita Mishra
·4 months ago·2 min read
ସୁପରମାର୍ଟ ଭିତରକୁ ଯାଇ ଭେଁ ଭେଁ ହୋଇ କାନ୍ଦୁଛନ୍ତି ପୁରା ପରିବାର
Super Market

Key Points

ଭିତର ଦୃଶ୍ୟ ଦେଖି ଭେଁ ଭେଁ କାନ୍ଦୁଛି ପୁରା ପରିବାର
ସୁପରମାର୍ଟ ଭିତରକୁ ଯାଇ ଭେଁ ଭେଁ ହୋଇ କାନ୍ଦୁଛନ୍ତି ପୁରା ପରିବାର
ଭିତରେ ସବୁ ଜଳି କୋଟି କୋଟି ଟଙ୍କା ପାଉଁଶ ହୋଇଯାଇଛି
ଭିତରୁ ଆଶୁଛି ଟଙ୍କା ପୋଡ଼ାର ସେ ବିକଟାଳ କାନ୍ଦର ଚିତ୍କାର

ଛାତିକୁ ପିଟି ମୁଣ୍ଡକୁ ବାଡ଼େଇ କାନ୍ଦୁଛନ୍ତି ପୁରା ପରିବାର । ସବୁ କିଛି ଆଜି ସରି ଯାଇଛି । ପାଉଁଶକୁ ଧରି ତଳେ ବସି ପଡ଼ୁଛନ୍ତି । କାରଣ ଆଉ କିଛି ନାହିଁ । ସବୁ କିଛି ପାଉଁଶ ହୋଇ ଯାଇଛି । ଚାରି ଆଡ଼େ ଖାଲି ଭାଶୁଛି କୋଟି କୋଟି ଟଙ୍କାର ପାଉଁଶ । ଜୀବନ ସାରାର ପରିଶ୍ରମ ସବୁ ସଫଳତା ଆଜି ପାଉଁଶରେ ପରିଣତ ହୋଇ ଯାଇଛି ।

ଜୀବନ ସାରା କଷ୍ଟ କରି ଯେଉଁ ଟଙ୍କା ରୋଜଗାର କରିଥିଲେ ଗୋଟିଏ ଥରକରେ ସବୁ ଆଜି ଜଳି ପୋଡ଼ି ପାଉଁଶ ହୋଇ ଯାଇଛି । ଏକଥାକୁ କେମିତି ବା ସମ୍ଭାଳିବେ । ସେଥିପାଇଁ ଚିତ୍କାର କରି କାନ୍ଦୁଛନ୍ତି ସମସ୍ତେ । ପାଉଁଶକୁ ଦେଖି ପୁରା ପରିବାରର ମନ ଜଳି ଯାଉଛି । ଭେଁ ଭେଁ ହୋଇ କାନ୍ଦୁଛନ୍ତି ସମସ୍ତେ । ଏ ସବୁ କଣ ପାଇଁ କଲ ବୋଲି ଭଗବାନଙ୍କୁ ପ୍ରଶ୍ନ କରୁଛନ୍ତି ।

ସୁପର ମାର୍ଟ ପୋଡ଼ିଗଲା ପରେ ତା ଭିତରର ଦୃଶ୍ୟ । ସବୁ କିଛି ଏବେ ଜଳି ପୋଡ଼ି ପାଉଁଶରେ ପରିଣତ ହୋଇ ଯାଇଛି । କୋଟି କୋଟି ଟଙ୍କାର ସବୁ ଜିନିଷ ପୋଡ଼ି ଆଜି ପାଉଁଶ ହୋଇଯାଇଛି । ଚାରିଆଡ଼େ ସବୁ ପାଉଁ ଗଦା ହୋଇ ରହିଛି । ସବୁ ପରିଶ୍ରମ ଆଜି ଜଳିଯାଇଛି ।

ସେ ଦୃଶ୍ୟକୁ ଦେଖିଲେ ଛାତି ଫାଟି ପଡ଼ିବ । ଯେଉଁ ସୁପରମାର୍ଟକୁ ଝାଳବୁହା ଧନରେ କରିଥିଲେ । ସେହି ସୁପର ମାର୍ଟ ଆଖି ସାମ୍ନାରେ ଜଳିଯିବ କୋହ କେମିତିବା ସମ୍ଭାଳିବ । ସେଥିପାଇଁ ତ ଲୁହର ବନ୍ୟା ବିଲକୁଲବି ଥମୁ ନାହିଁ । କାରଣ ତାଙ୍କ ପାଖରୁ ଆଜି ସବୁ କିଛି ଚାଲି ଯାଇଛି ।

ସୂଚନା ମୁତାବକ ଦୀର୍ଘ ୨୧ ଘଣ୍ଟା ପରେ ସୁପର ମାର୍ଟରୁ ନିଆଁ ଲିଭିଛି । ହୁତ ହୁତ ହୋଇ ଜଳୁଥିବା ନିଆଁ ଏବେ ଶlନ୍ତ ପଡ଼ି ଯାଇଛି । ଅଗ୍ନିଶମ ବିଭାଗର ବହୁତ ଚେଷ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ରୋବର୍ଟ ସାହାଯ୍ୟରେ ନିଆଁକୁ ଆୟତ୍ତ କରାଯାଇଛି । ତେବେ ଅଗ୍ନିଶମ ବିଭାଗର କହିବା ମୁତାବକ ସୁପରମାର୍ଟରେ ଅଗ୍ନିନିରାପକ ଆଇନକୁ ଉଲଂଘନ କରାଯାଇଛି । ସୁପରମାର୍ଟରେ ମାତ୍ର ଗୋଟିଏ ଦ୍ବାର ଥିଲା । ଏମୋର୍ଜେନ୍ସି ପାଇଁ କିଛି ବାଟ ନଥିଲା । ଯାହା ପାଇଁ ଏତେ ସବୁ କ୍ଷୟକ୍ଷତି ହୋଇଗଲା । ସବୁଠାରୁ ବଡ଼ କଥା ହେଉଛି ନିଆଁ ଏବେ ସବୁ କିଛି ଛାରଖାର କରି ପକାଇଛି । ସୁପରମାର୍ଟର ଛାତ ଟି ମଧ୍ୟ ଫାଟିକି ଆଁ କରିଛି । କେତେବେଳେ ଭୁଷୁଡ଼ିବ କହିହେବ ନାହିଁ ।
ପଢନ୍ତୁ ଏହି ଖବର: ଏବେ ବି ଲିଭିନି ନିଆଁ, ଲିଙ୍ଗିପୁର ସୁପରମାର୍ଟରୁ ବାହାରୁଛି ଧୂଆଁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Super Market | Family Breaks Down Inside Supermarket, Emotional Scene Goes Viral | Argus News