Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦୂର ହେବ ଚାଷୀଙ୍କ ସମସ୍ୟା, ଅଧିକ ଧାନ କିଣିବେ ସରକାର !

Odisha

Dharmendra Pradhan / ଦୂର ହେବ ଚାଷୀଙ୍କ ସମସ୍ୟା, ଅଧିକ ଧାନ କିଣିବେ ସରକାର !

Satyendu Sekhar Mishra
Browse all articles by Satyendu Sekhar Mishra
·4 months ago·2 min read
ଦୂର ହେବ ଚାଷୀଙ୍କ ସମସ୍ୟା, ଅଧିକ ଧାନ କିଣିବେ ସରକାର !
Dharmendra Pradhan

Key Points

ପୂର୍ବରୁ ଓଡ଼ିଶାର ଧାନ ସଂଗ୍ରହ ପରିମାଣକୁ ୫୦ ଲକ୍ଷ ମେଟ୍ରିକ ଟନରୁ ୫୮ ଲକ୍ଷ ମେଟ୍ରିକ ଟନ ବୃଦ୍ଧି କରିଥିବାରୁ ଧନ୍ୟବାଦ

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ବିଜେପିର ପ୍ରତିନିଧି ଦଳ । ଉଷୁନା ଚାଉଳ ଉଠାଣ ପରିମାଣ ୨୦ରୁ ୨୫ ଲକ୍ଷ ମେଟ୍ରିକ ଟନ ବୃଦ୍ଧି କରିବା ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବରୁ ଓଡ଼ିଶାର ଧାନ ସଂଗ୍ରହ ପରିମାଣକୁ ୫୦ ଲକ୍ଷ ମେଟ୍ରିକ ଟନରୁ ୫୮ ଲକ୍ଷ ମେଟ୍ରିକ ଟନ ବୃଦ୍ଧି କରିଥିବାରୁ ଧନ୍ୟବାଦ ଦେଇଛନ୍ତି ।

ଓଡ଼ିଶାରେ ଅଧିକ ପରିମାଣର ଉଷୁନା ଚାଉଳ ଉତ୍ପାଦନ ହେଉଛି । ବଳକା ଉଷୁନା ଚାଉଳର ଶୀଘ୍ର ଉଠାଣ ଦ୍ୱାରା ଚାଷୀମାନେ ବିଶେଷ ଲାଭବାନ ହେବେ ଏବଂ ଜାତୀୟ ଖାଦ୍ୟ ନିରାପତ୍ତା ବ୍ୟବସ୍ଥା ଆହୁରି ମଜବୁତ୍ ହେବ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ସାଂସଦ, ବିଧାୟକ ତଥା ବିଜେପିର ଏକ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିଛନ୍ତି ।

ଏସମ୍ପର୍କିତ ଏକ ପତ୍ର ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି, ଯେଉଁଥିରେ ଉଲ୍ଲେଖ ରହିଛି ୨୦୨୪-୨୫ ବର୍ଷ ପାଇଁ ଖରିଫ ଓ ରବି ଋତୁ ପାଇଁ ଓଡ଼ିଶାର ଧାନ ସଂଗ୍ରହ ପରିମାଣକୁ ୫୦ ଲକ୍ଷ ମେଟ୍ରିକ ଟନରୁ ୫୮ ଲକ୍ଷ ମେଟ୍ରିକ ଟନ ବୃଦ୍ଧି କରାଯାଇଛି । ଏଥିପାଇଁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ ଏହି ଧାନ ସଂଗ୍ରହ ପରିମାଣ ବୃଦ୍ଧି ରାଜ୍ୟର ଚାଷୀ ସମାଜର ଆତ୍ମବିଶ୍ୱାସକୁ ବଢାଇବା ସହ ସୁରୁଖୁରୁରେ ସଂଗ୍ରହ କାର୍ଯ୍ୟକୁ ସୁନିଶ୍ଚିତ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Dharmendra Pradhan | Farmers' problems will be solved Soon, the government will buy more rice! | Argus News