Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Criminal Lady / ବଡ଼ ବ୍ୟବସାୟୀଙ୍କ ନାଁ ନେଇ କରୁଥିଲା ବ୍ଲାକମେଲ !

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ବଡ଼ ବ୍ୟବସାୟୀଙ୍କ ନାଁ ନେଇ କରୁଥିଲା ବ୍ଲାକମେଲ !

Key Points

ପୋଲିସ ତଦନ୍ତକୁ ବିଭ୍ରାନ୍ତ କରିବା ସହ ତଦନ୍ତକାରୀ ଅଧିକାରୀଙ୍କୁ ଭୁଆଁ ବୁଲେଇବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି ଘୁଙ୍ଗୁର ମିଶ୍ର ନାଁରେ ।

ବ୍ଲାକମେଲର ଘୁଙ୍ଗୁରୁର କ୍ରିମିନାଲ ମାଇଣ୍ଡ । ପ୍ରତିଷ୍ଠିତ ବ୍ୟବସାୟୀଙ୍କ ନାଁ ନେଇ ଲୋକଙ୍କୁ କରୁଥିଲା ବ୍ଲାକମେଲ । ଏମିତି କି ବନ୍ଧୁକ ଲାଇସେନ୍ସ ହାତେଇବାକୁ ନିଜ ଘର ଉପରେ କାରିଥିଲା ବୋମା ମାଡ଼ । କିନ୍ତୁ CC TV ଧରାଇଦେଲା ସବୁ ସତ ।

ଅଜ୍ଞା ଏତିକି କଥା ଜାଣିବା ପରେ ଆପଣ ଭାରି ଆଶ୍ଚର୍ଯ୍ୟ ହେଉଥିବେ । ଆଉ ଭାବୁଥିବେ କିଏ ଏହି ଘୁଙ୍ଗୁରୁ ? ତେବେ ଏହି ଘୁଙ୍ଗୁର ମିଶ୍ର ହେଉଛି ଜଣେ ବହୁରୂପୀ ମହିଳା । ଅନେକ ଲୋକଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଫାଇଦା ଉଠାଇଛି । ବନ୍ଧୁକ ଲାଇସେନ୍ସ ହାତେଇବା ପାଇଁ ବାରମ୍ବାର ନିଜ ଘର ଉପରକୁ କରୁଥିଲା ବୋମା ଓ ଗୁଳିମାଡ଼ । ସେପ୍ଟେମ୍ବର ୧୧ ଓ ଅକ୍ଟୋବର ୫ ତାରିଖରେ ଭରତପୁର ଅଞ୍ଚଳରେ ଘଟିଥିବା ଦୁଇଟି ଘଟଣାର ତଦନ୍ତ କରିବା ପରେ ପୋଲିସ ଜାଣିପାରିଥିଲା ସବୁ ସତ । ଆଉ ସେବେଠାରୁ ଫେରାର ହୋଇଛି ବହୁରୂପୀ ଘୁଙ୍ଗୁର ମିଶ୍ର । ତାକୁ ଧରିବା ପାଇଁ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି କମିସନରେଟ ପୋଲିସ ।

ନିଜକୁ ବେଶ ହାଇପ୍ରୋଫାଇଲ ବୋଲି ପରିଚୟ ଦେଉଥିବା ଘୁଙ୍ଗୁର ମୋଟା ଅଙ୍କର ଅର୍ଥ ଦେଇ ନିଜ ଘର ଉପରେ ବୋମା ମାଡ଼ ଓ ଗୁଳିମାଡ଼ କରିଥିବା କହିଛନ୍ତି ପୋଲିସ କମିସନର । ଘଟଣାରେ ଘୁଙ୍ଗୁରଙ୍କ ଡ୍ରାଇଭର ଚନ୍ଦନ ନାୟକ ସମେତ ସୁପାରୀ ନେଇଥିବା ଦୁଇ ଅଭିଯୁକ୍ତ ସନ୍ତୋଷ ମହାକୁଡ଼ ଏବଂ ଦେବାଶିଷ ମହାପତ୍ରଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୭.୬୫mmର ପିସ୍ତଲ, ଗୋଟେ ରାଉଣ୍ଡ ଗୁଳି, ମୋଟର ସାଇକେଲ ଓ ଅଟୋ ଜବତ ହୋଇଛି ।

ପୋଲିସ ତଦନ୍ତକୁ ବିଭ୍ରାନ୍ତ କରିବା ସହ ତଦନ୍ତକାରୀ ଅଧିକାରୀଙ୍କୁ ଭୁଆଁ ବୁଲେଇବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି ଘୁଙ୍ଗୁର ମିଶ୍ର ନାଁରେ । ଏହାସହ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ନାଁ ନେଇ ଅନେକ ଲୋକଙ୍କୁ ଘୁଙ୍ଗୁର ବ୍ଲାକମେଲ କରିଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ଆଉ ତାପରେ ସବୁ ଦିଗକୁ ନେଇ ଖୋଳ ତାଡ଼ କରୁଛି ପୋଲିସ ।

ଜଣେ ମହିଳା ଏମିତି ଘଟଣା ସବୁ କରୁଥିବା କଥା ଯିଏ ବି ଜାଣୁଛି ସିଏ ଆଶ୍ଚର୍ଯ୍ୟ ହେଉଛି । ସମସ୍ତଙ୍କ ମନରେ ପ୍ରଶ୍ନ, ସେହି ମହିଳା ଜଣକ ଏମିତି କି କାମ କରୁଥିଲେ ଯେ ତାଙ୍କୁ ବନ୍ଧୁକ ଦରକାର ? ସେ କାହିଁକି ବନ୍ଧୁକ ପାଇଁ ଏତେ ଇଚ୍ଛୁକ ଥିଲେ ? ଯେଉଁମାନଙ୍କୁ ସେ ବ୍ଲାକ୍‌ମେଲ୍ କରୁଥିଲେ ସେମାନେ ସଙ୍ଗେ ସଙ୍ଗେ ପୋଲିସକୁ କାହିଁକି ଜଣାଇପାରୁନଥିଲେ ? ଏମିତି ବ୍ଲାକ୍‌ମେଲ୍ କରି ସେ କେତେ ଟଙ୍କା ହାତେଇଛନ୍ତି । ଏମିତି ନାନା ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଙ୍କି ମାରୁଛି । ହେଲେ ପୋଲିସ କହିଛି ଏହି ସବୁ ପ୍ରଶ୍ନର ଉତ୍ତର ସେତେବେଳେ ମିଳିବ, ଯେତେବେଳେ ଘୁଙ୍ଗୁର ପୋଲିସ କବ୍‌ଜାକୁ ଆସିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Criminal Lady | Ghungur Mishra Blackmailing by using the name of big businessman! | Argus News