Videos
|
Odisha

ଚିମିଡିପାଲି ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

Smruti Parija
Browse all articles by Smruti Parija
·1 year ago·1 min read
ଚିମିଡିପାଲି ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

Key Points

ସୁଡ଼ଙ୍ଗ ମଧ୍ୟରେ ରହିଛି ଟ୍ରେନର ଅଧା ବଗି

ମାଲ ବୋଝେଇ ଟ୍ରେନ୍ ଲାଇନଚ୍ୟୁତ । ୨୫ ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ ହୋଇଛି । ସୁଡ଼ଙ୍ଗ ମଧ୍ୟରେ ରହିଛି ଟ୍ରେନର ଅଧା ବଗି । ଚିମିଡିପାଲି ନିକଟରେ ଘଟିଛି ଏହି ଦୁର୍ଘଟଣା । କେ କେ ଲାଇନରେ ଗାଡ଼ି ଚଳା ଚଳ ବନ୍ଦ ରହିଛି । ଆରୁକୁ – କୋତୱାଲାସା ମଧ୍ୟ ଚିମିଡିପାଲି ଷ୍ଟେସନ ନିକଟରେ ଘଟିଛି ଦୁର୍ଘଟଣା ।


କିରଣ୍ଡୁଲରୁ ଲୁହାପଥର ବୋଝେଇ କରି ବିଜୟୱାଡ଼ା ଅଭିମୁଖେ ଯାଉଥିଲା ମାଲ ବୋଝେଇ ଟ୍ରେନ । ବିଶାଖାପାଟଣାରୁ କିରଣ୍ଡୁଲକୁ ଟ୍ରେନ ଚଳା ଚଳ ବନ୍ଦ ରହିଛି । ବିଶାଖାପାଟଣାରୁ କିରଣ୍ଡୁଲକୁ ରାୟଗଡ଼ା ଦେଇ ଦିନ ବେଳା ଓ ରାତ୍ରୀକାଳୀନ ଗାଡ଼ି ଚଳାଚଳ କରିବ ବୋଲି ରେଳ ବିଭାଗ ସୂତ୍ରରୁ ସୂଚନା ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


KOKG ନାମକ ମାଲ ବୋଝେଇ ଟ୍ରେନରେ ପ୍ରାୟ ୫୯ ରୁ ଉର୍ଦ୍ଧ୍ବ ବଗି ଲାଗିଥିଲା । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରାୟ ୨ଦିନ ପର୍ଯ୍ୟନ୍ତ ରେଳ ଚଳା ଚଳ ବନ୍ଦ ରହିବା ସମ୍ଭାବନା ରହିଛି ।

goods-train-derails-near-chimidipali-station | Argus News