Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Agricultural Innovation / ସବୁଜ କୃଷି ଦିଗରେ ଭାରତ: ଭୁବନେଶ୍ୱରରେ କୃଷି ପଦାର୍ଥ ବିଜ୍ଞାନର ରାଷ୍ଟ୍ରୀୟ ସେମିନାର

Ritu Das
Browse all articles by Ritu Das
·5 months ago·2 min read
ସବୁଜ କୃଷି ଦିଗରେ ଭାରତ: ଭୁବନେଶ୍ୱରରେ କୃଷି ପଦାର୍ଥ ବିଜ୍ଞାନର ରାଷ୍ଟ୍ରୀୟ ସେମିନାର
india

Key Points

କୃଷି ଉତ୍ପାଦନ ଓ ପ୍ରାକୃତିକ ସମ୍ପଦ ପରିଚାଳନାରେ AI, ଡ୍ରୋନ୍, ରିମୋଟ୍ ସେନ୍ସିଂ ଓ ସେନ୍ସର ପ୍ରଯୁକ୍ତିର ଗୁରୁତ୍ୱ ଉପରେ ଚର୍ଚ୍ଚା
FAI ଓ International Water Management Institute ପ୍ରୟୋଜିତ ଦୁଇଟି ସ୍ୱତନ୍ତ୍ର ଅଧିବେଶନରେ
ଭବିଷ୍ୟତ କୃଷି ରଣନୀତି ଉପରେ ଆଲୋଚନା।

ନୂଆଦିଲ୍ଲୀସ୍ଥିତ ଇଣ୍ଡିଆନ୍ ଆଗ୍ରୋଫିଜିକ୍ସ ସୋସାଇଟି ଏବଂ ICAR- ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ ଓ ଭୁବନେଶ୍ୱରର ମିଳିତ ଆନୁକୁଲ୍ୟରେ ୨୨ରୁ ୨୪ ଜାନୁଆରୀ, ୨୦୨୬ ପର୍ଯ୍ୟନ୍ତ ଆଇଆଇଡବ୍ଲ୍ୟୁଏମ, ଭୁବନେଶ୍ୱର କ୍ୟାମ୍ପସରେ "ସବୁଜ କୃଷି ପାଇଁ କୃଷି ପଦାର୍ଥ ବିଜ୍ଞାନର ନବସୃଜନ" ଉପରେ ଏକ ରାଷ୍ଟ୍ରୀୟ ସେମିନାର ଆୟୋଜିତ ହୋଇଯାଇଛି।

ଇଣ୍ଡିଆନ୍ ଆଗ୍ରୋଫିଜିକ୍ସ ସୋସାଇଟି ୧୯୮୫ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଏହା କୃଷି ପଦାର୍ଥ ବିଜ୍ଞାନ ଏବଂ ଆନୁସଙ୍ଗିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବୃତ୍ତିଗତ ମାନଙ୍କର ଏକ ସମାଜ ଯାହାର ମୁଖ୍ୟ ଉଦ୍ଦେଶ୍ୟ ଗବେଷଣା, ଶିକ୍ଷା ଏବଂ ତାଲିମକୁ ପ୍ରୋତ୍ସାହିତ କରିବା । ଏହି ସେମିନାର କୃଷି ଉତ୍ପାଦନ ବ୍ୟବସ୍ଥା ଏବଂ ପ୍ରାକୃତିକ ସମ୍ବଳ ପରିଚାଳନାରେ ଅତ୍ୟାଧୁନିକ ଡିଜିଟାଲ ପ୍ରଯୁକ୍ତି ବିଦ୍ୟାକୁ ଏକୀକୃତ କରିବା, କୃତ୍ରିମ ବୁଦ୍ଧିମତ୍ତା, ବିଗ ଡାଟା ଆନାଲିସିସ, ଡ୍ରୋନ୍, ରିମୋଟ ସେନ୍ସିଂ, ସେନ୍ସର ଏବଂ ଯୋଗାଯୋଗ ନେଟୱାର୍କ ସମେତ କୃଷି ଉତ୍ପାଦନ ବ୍ୟବସ୍ଥା ଏବଂ ପ୍ରାକୃତିକ ସମ୍ପଦ ପରିଚାଳନାରେ ଅତ୍ୟାଧୁନିକ ଡିଜିଟାଲ ପ୍ରଯୁକ୍ତି ବିଦ୍ୟାକୁ ଏକୀକୃତ କରିବା ପାଇଁ କୃଷିର ଡିଜିଟାଇଜେସନର ମୂଳ ଦିଗଗୁଡ଼ିକ ଉପରେ ଧ୍ୟାନଦେବ।

ବର୍ତ୍ତମାନ ଡକ୍ଟର ଏନ୍. ସୁବାଷ ସୋସାଇଟିର ସଭାପତି ଏବଂ ଡକ୍ଟର ପ୍ରଗତି ପ୍ରାମାଣିକ ମାଇତି ସୋସାଇଟିର ସଚିବ ଅଛନ୍ତି। ଡକ୍ଟର ଏସ୍.କେ. ଚୌଧୁରୀ, ଡିଜି, ଏଫଏଆଇ, ନୂଆଦିଲ୍ଲୀ ମୁଖ୍ୟ ଅତିଥି ଭାବେ ସେମିନାରକୁ ଉଦ୍‌ଘାଟନ କରିଥିଲେ। ଡକ୍ଟର ଅର୍ଜମାଦତ୍ତ ଷଡଙ୍ଗୀ, ନିର୍ଦ୍ଦେଶକ, ICAR- ଆଇ ଆଇ ଡବ୍ଲୁ ଏମ, ଭୁବନେଶ୍ୱର ସେମିନାରର ଆୟୋଜକ ଅଧ୍ୟକ୍ଷ ଏବଂ ଡକ୍ଟର କାଳି କିଙ୍କର ବନ୍ଦୋପାଧ୍ୟାୟ, ଆୟୋଜକ ସଚିବ ଥିଲେ।

ଉଦଘାଟନୀ କାର୍ଯ୍ୟକ୍ରମ ପରେ ଦ୍ୱାଦଶ ଡକ୍ଟର ବି.ପି. ଘିଲଡ୍ୟାଲ ସ୍ମାରକୀ ବକ୍ତୃତା ଆୟୋଜିତ ହୋଇଥିଲା । ଡକ୍ଟର ଏସ୍.କେ. ଚୌଧୁରୀଙ୍କ ଅଧ୍ୟକ୍ଷତାରେ ICAR-IARI, ନୂଆଦିଲ୍ଲୀର ନିର୍ଦ୍ଦେଶକ ଡକ୍ଟର ସି. ଶ୍ରୀନିବାସ ରାଓ "ସବୁଜ ଚାଷ ପାଇଁ ନବସୃଜନ" ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଡକ୍ଟର ଏ.କେ. ପାତ୍ର, ଡକ୍ଟର ପ୍ରଦୀପ ଦେ, ଡକ୍ଟର ମନୋରଞ୍ଜନ ମହାନ୍ତି, ଡକ୍ଟର ୱାଇ.ଏସ୍. ଶିବାୟଙ୍କ ପରି ଅନେକ ବିଶିଷ୍ଟ ବ୍ୟକ୍ତି ସେମିନାରରେ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ଉପସ୍ଥାନ କରିଥିଲେ।

ଏହି ବକ୍ତୃତା, ଅଂଶ ଗ୍ରହଣକାରୀ ମାନଙ୍କୁ ଜଳବାୟୁ ପ୍ରତିରୋଧୀ କୃଷି ପ୍ରତି ଭାରତର ପ୍ରସ୍ତୁତି ଉପରେ ଅତ୍ୟାଧୁନିକ ଗବେଷଣା ପ୍ରତି ଉତ୍ସାହିତ କରିବ। ଏହି ସେମିନାରରେ ମୌଖିକ ଏବଂ ପୋଷ୍ଟର ଉପସ୍ଥାପନା ସମେତ ବିଭିନ୍ନ ବୈଷୟିକ ଅଧିବେଶନ ଅନ୍ତର୍ଭୁକ୍ତ ହୋଇଥିଲା । କୃଷି ପଦାର୍ଥ ବିଜ୍ଞାନର ବିଭିନ୍ନ ଦିଗ ଉପରେ କାର୍ଯ୍ୟ କରୁଥିବା ପ୍ରସିଦ୍ଧ ବୈଜ୍ଞାନିକ ମାନଙ୍କ ଦ୍ୱାରା ପାଞ୍ଚଟି ମୁଖ୍ୟ ବକ୍ତୃତା ସମେତ ଶତାଧିକ ମୌଖିକ ଏବଂ ପୋଷ୍ଟର ଉପସ୍ଥାପିତ ହୋଇଥିଲା।

ଉକ୍ତ ସେମିନାରରେ FAI, ନୂଆଦିଲ୍ଲୀ ଦ୍ୱାରା ପ୍ରାୟୋଜିତ "ସବୁଜ କୃଷି ପାଇଁ ଭବିଷ୍ୟତ ସାର ପରିଚାଳନା" ଏବଂ ଆନ୍ତର୍ଜାତୀୟ ଜଳ ପରିଚାଳନା ପ୍ରତିଷ୍ଠାନ, କଲମ୍ବୋ ଦ୍ୱାରା ପ୍ରୟୋଜିତ "ସବୁଜ କୃଷି ପାଇଁ ଜଳବାୟୁ ସ୍ମାର୍ଟ ଜଳ ପରିଚାଳନା" ଆଦି ଦୁଇଟି ସ୍ୱତନ୍ତ୍ର ଅଧିବେଶନରେ ଚର୍ଚ୍ଚା ଓ ଆଲୋଚନା ହୋଇଥିଲା। ଏହି ସେମିନାରରେ ସାରା ଭାରତରୁ ବୈଜ୍ଞାନିକ, ଗବେଷଣା ସହଯୋଗୀ, ଯୁବ ବୃତ୍ତିଗତ ଏବଂ ବିଭିନ୍ନ ICAR ଗବେଷଣା ପ୍ରତିଷ୍ଠାନ, ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟ, ବେସରକାରୀ ସଂଗଠନ, ଚାଷୀ ଏବଂ ଅନ୍ୟାନ୍ୟ ବିଭିନ୍ନ ଘରୋଇ କମ୍ପାନୀର କର୍ମଚାରୀ ସମେତ ୨00 ରୁ ଉର୍ଦ୍ଧ ପ୍ରତିନିଧି ଯୋଗ ଦେଇଥିଲେ । ସେମିନାରର ଆଲୋଚନା ନିଶ୍ଚିତ ଭାବେ ଆଗାମୀ ଦିନରେ କୃଷିରେ ଚିରସବୁଜ ବିପ୍ଳବ ଆଣିବା ପାଇଁ ସହାୟକ ହେବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Green Agriculture in India: National Agro Science Seminar Held in Bhubaneswar | Argus News