Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହସ୍ତତନ୍ତ କେବଳ ରୋଜଗାର ନୁହେଁ , ଓଡ଼ିଆଙ୍କ ପରିଚୟ

Rashmita Mishra
Browse all articles by Rashmita Mishra
·11 months ago·1 min read
ହସ୍ତତନ୍ତ କେବଳ ରୋଜଗାର ନୁହେଁ , ଓଡ଼ିଆଙ୍କ ପରିଚୟ

Key Points

ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ହେଲେ ମାଧୁରୀ ଦୀକ୍ଷିତ

ଦେଶ, ବିଦେଶରେ ପହଞ୍ଚିବ ବୁଣାକାରଙ୍କ କାରିଗରୀ

ହସ୍ତତନ୍ତ କେବଳ ରୋଜଗାର ନୁହେଁ , ଓଡ଼ିଆଙ୍କ ପରିଚୟ ମଧ୍ୟ

ଧର୍ମେନ୍ଦ୍ର କହିଲେ, ଏହା କେବଳ କପଡ଼ା ନୁହେଁ, ଓଡ଼ିଶାର ଆତ୍ମାର ଏକ ଅଂଶ

ଓଡ଼ିଶାର ହସ୍ତତନ୍ତ ଓଡ଼ିଆଙ୍କ ରୋଜଗାର ନୁହେଁ ବରଂ ଏହା ପ୍ରତିଟି ଓଡ଼ିଆଙ୍କ ପରିଚୟ । ଓଡ଼ିଆଙ୍କ ଐତିହ୍ୟ, ସଂସ୍କୃତି ପରମ୍ପରାକୁ ହସ୍ତତନ୍ତ ମାଧ୍ୟମରେ ଦେଶ ବିଦେଶରେ ପହଞ୍ଚାଇବେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ଆଗାମୀ ବର୍ଷେ ପାଇଁ ମାଧୁରୀ ଦୀକ୍ଷିତଙ୍କୁ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ଭାବେ ଘୋଷଣା କରାଯାଇଛି । ରାଜଧାନୀର ଜନତା ମଇଦାନରେ ଉଦଘାଟିତ ଜାତୀୟ ହସ୍ତତନ୍ତ ଦିବସରେ ଏ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମାଧୁରୀ ଦୀକ୍ଷିତ ନିଜେ ଓଡ଼ିଆ କାରିଗରୀଙ୍କ ଦ୍ବାରା ପ୍ରସ୍ତୁତ ଏକ ଶାଡୀ ପରିଧାନ କରିଥିଲେ । ୭ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ବୁଣାକାରଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଛି ୬୦ଟି ହସ୍ତତନ୍ତ ଷ୍ଟଲ । ଓଡ଼ିଆ ଅସ୍ମିତାକୁ ସଂକଟରୁ ଉଦ୍ଧାର କରି ତାକୁ ପୁନର୍ଜିବିତ କରିବା ସହ ଆଜିର ଦିବସ ଗର୍ବ ଏବଂ ସ୍ମରଣର ଦିନ ହୋଇ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଜାତୀୟ ହସ୍ତତନ୍ତ ଦିବସ ଅବସରରେ ସୋସିଆଲ ମିଡିଆ Xରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶୁଭେଚ୍ଛା ଜଣାଇ ଲେଖିଛନ୍ତି- ଓଡ଼ିଶାର ହସ୍ତତନ୍ତ କାଳଜୟୀ ସୌନ୍ଦର୍ଯ୍ୟ ଏବଂ ପରମ୍ପରାକୁ ପ୍ରତିପାଦିତ କରେ । ଏହା କେବଳ କପଡ଼ା ନୁହେଁ, ଓଡ଼ିଶାର ଆତ୍ମାର ଏକ ଅଂଶ । ଜାତୀୟ ହସ୍ତତନ୍ତ ଦିବସରେ ଓଡ଼ିଶାର ସାଂସଦଙ୍କ ସହ ଓଡ଼ିଶାର ସମୃଦ୍ଧ ବୟନ ପରମ୍ପରାକୁ ଗର୍ବର ସହିତ ପାଳନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୁଣାକାରଙ୍କ ଉଦ୍ଦେଶ୍ୟରେ ୨୦୧୫ରୁ ପ୍ରଧାନମନ୍ତ୍ରୀ ଜାତୀୟ ହସ୍ତତନ୍ତ ଦିବସର ଆରମ୍ଭ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
handloom-is-not-just-a-source-of-income-it-is-the-identity-of-odisha | Argus News