Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 'ଜନାବ-ଏ-ଅଲି'ରେ ଓଡ଼ିଶା ପୁଅର ନୃତ୍ୟ ଦେଖି ହ୍ରିତିକ୍ ଦିଓ୍ବାନା: କହିଲେ ଚମତ୍କାର ଲିଟଲ ଓ୍ବାନ

Odisha

Odisha Boy Dance / 'ଜନାବ-ଏ-ଅଲି'ରେ ଓଡ଼ିଶା ପୁଅର ନୃତ୍ୟ ଦେଖି ହ୍ରିତିକ୍ ଦିଓ୍ବାନା: କହିଲେ ଚମତ୍କାର ଲିଟଲ ଓ୍ବାନ

Ritu Das
Browse all articles by Ritu Das
·5 months ago·2 min read
'ଜନାବ-ଏ-ଅଲି'ରେ ଓଡ଼ିଶା ପୁଅର ନୃତ୍ୟ ଦେଖି ହ୍ରିତିକ୍ ଦିଓ୍ବାନା: କହିଲେ ଚମତ୍କାର ଲିଟଲ ଓ୍ବାନ

Key Points

  • କଟକ ପୁଣି କରିଛି ଗର୍ବିତ
  • କଟକ ନାବାଳକର ଚର୍ଚ୍ଚା ଏବେ ବଲିଉଡରେ
  • `ୱାର୍ ୨' ର "ଜନାବେ-ଏ-ଅଲି" ସଙ୍ଗରେ ପର୍ଫମ କରୁଥିଲେ ନାବାଳକ
  • ହ୍ରିତିକ ଟ୍ବିଟ କରି ଲେଖିଲେ ଚମତ୍କାର ଲିଟଲ ଓ୍ବାନ
କଟକ ପୁଣି ଦିଓ୍ବାନା କରିଛି। ଆଜି କିନ୍ତୁ ଦହିବରା ପାଇଁ ନୁହେଁ। କଟକ ଛୁଆର ଡ୍ୟାନ୍ସ ଷ୍ଟେପ ସାରା ବଲିଉଡକୁ ଦିଓ୍ବାନା କରିଛି। ଆଉ ଆଜି ସେହି ସ୍କୁଲ ପିଲା ଇଣ୍ଟରନେଟରେ ଭାଇରାଲ ବୟ ଭାବେ ନାଁ କରିଛନ୍ତି। ନିହାତି ଏହା କଟକ ଏବଂ ସାରା ଓଡ଼ିଶା ପାଇଁ ଗର୍ବର ବିଷୟ।
ସୋସିଆଲ ମିଡିଆ କାହାପାଇଁ ଆଶୀର୍ବାଦ ଏବଂ କାହାପାଇଁ ଅଭିଶାପ ହୋଇପାରେ। ଓଡ଼ିଶାର କଟକ ଜିଲ୍ଲାରେ ରହୁଥିବା ଜଣେ ନାବାଳକ ପାଇଁ ସୋସିଆଲ ମିଡିଆ ଆଶୀର୍ବାଦ ସାବ୍ୟସ୍ତ ହୋଇଛି ଯିଏ ତାଙ୍କର ସୁପର-ସ୍ମୁଥ୍ ଡ୍ୟାନ୍ସ ମୁଭ୍ ସହିତ ଇଣ୍ଟରନେଟରେ ଝଡ଼ ସୃଷ୍ଟି କରିଛି। ଅନେକ ସେଲିବ୍ରିଟି ମଧ୍ୟ ତାଙ୍କ ଡ୍ୟାନ୍ସକୁ ଦେଖି ପ୍ରଶଂସା କରିଛନ୍ତି।



ବାଦାମବାଡିର ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୁଟ୍ ହୋଇଥିବା ଏହି ଭାଇରାଲ ଭିଡିଓରେ ଶିକ୍ଷକମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ବୋଧହୁଏ ସ୍କୁଲରେ ଡ୍ୟାନ୍ସ ପ୍ରତିଯୋଗିତା ହେଉଥିଲା। ଯେତେବେଳେ ଜଣେ ଛୋଟ ପିଲା ଆଗକୁ ବଢ଼ି ହ୍ରିତିକ୍ ରୋଶନଙ୍କ ବ୍ଲକବଷ୍ଟର ଗୀତ, `ୱାର୍ ୨' ର "ଜନାବେ-ଏ-ଅଲି" ସଙ୍ଗରେ ପର୍ଫମ କରୁଥିଲା। ଆଉ ଛୁଆଟି ଯେମିତି ପୁରା ସ୍ପଟଲାଇଟ୍ ଚୋରି କରିନେଲା। ଭିଡିଓରେ, ପିଲାଟିର ସହପାଠୀମାନେ ତାକୁ ଉତ୍ସାହିତ କରୁଥିବାର ଦେଖାଯାଉଛି। ଯେତେବେଳେ ସେ ଟ୍ରାକର ହୁକ୍ ଷ୍ଟେପ୍ ନିର୍ଭୁଲ ଭାବରେ ନାଚିଲା ସମସ୍ତଙ୍କୁ ମତୁଆଲା କରିଥିଲା। ଆଉ ଏହି ଡ୍ୟାନ୍ସ ଭିଡିଓକୁ ଶେୟାର କରି ଇନଷ୍ଟାରେ ଏକ ପାଓ୍ବାରଫୁଲ କ୍ୟାପସନ ଲେଖାହୋଇଥିଲା, "ମୋ ଦେଶ ଏବେ ବଦଳୁଛି। " ଏହି ଭିଡିଓ ଶେୟାର ହେବାମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଉକ୍ତ ଭିଡିଓକୁ ଦେଖିବାପରେ ୪ଲକ୍ଷରୁ ଅଧିକ ଲାଇକ୍ ଏବଂ ୧୧ ହଜାରରୁ ଅଧିକ କମେଣ୍ଟ ଆସିସାରିଲାଣି

ହ୍ରିତିକ ରୋଶନ ଯୁବପ୍ରତିଭାକୁ ପ୍ରଶଂସିତ କରିଛନ୍ତି

ବଲିଉଡର ହ୍ୟାଣ୍ଡସମ ଏବଂ ଭେରି ଟ୍ୟାଲେଣ୍ଟଡ ଅଭିନେତା ହେଉଛନ୍ତି ହ୍ରିତିକ ରୋଶନ। ଯାହାଙ୍କ ଡ୍ୟାନ୍ସରେ ପୁରା ଦେଶ ଦିଓ୍ବାନା। କିନ୍ତୁ ଆଜି ସେ ଦିଓ୍ବାନା ହୋଇଛନ୍ତି କଟକର ଜଣେ ଛୁଆର ଡ୍ୟାନ୍ସରେ। ହ୍ରିତିକ ଲେଖିଛନ୍ତି ଓ୍ବାହ। ଲିଟଲ ଓ୍ବାନ। ତୁମ ଡ୍ୟାନ୍ସ ମୋ ହୃଦୟକୁ ଚୋରି କରିନେଲା। ଏମିତି ନୃତ୍ୟ ଅଭ୍ୟାସ ଜାରି ରଖ, ଦେଖିବ ନିଶ୍ଚିତ ତୁମେ ଦିନେ ନା ଦିନେ ଜଣେ ଭଲ ଡ୍ୟାନ୍ସର ହେବ। ମୋର ଆଶୀର୍ବାଦ ତୁମ ସହ ଅଛି। ସେହିପରି ଧନଶ୍ରୀ ବର୍ମା ମଧ୍ୟ ଛୁଆର ଡ୍ୟାନ୍ସ ଦେଖି ଉତ୍ସାହିତ ହୋଇପଡ଼ିଛନ୍ତି। ଆଉ ଏହି ଡ୍ୟାନ୍ସ ଭିଡିଓରେ ଏକ ଫାୟାର ଇମୋଜୀ ଦେଇଛନ୍ତି।
ସେପଟେ ଫ୍ୟାନ୍ସମାନେ ମଧ୍ୟ ଏହି ଭିଡିଓ ଦେଖି କମେଣ୍ଟ ଦେଇଛନ୍ତି ଜଣେ ୟୁଜର୍ସ ଲେଖିଛନ୍ତି, "ଏନର୍ଜି ଲେଭଲ ମାନିବାକୁ ପଡ଼ିବ"। "ଓରିଜିନାଲ ଠାରୁ ବି ଭଲ ନାଚିଲ"।

ଆଉ ଜଣେ ୟୁଜର୍ସ ଲେଖିଛନ୍ତି, "ହ୍ରିତିକଙ୍କୁ ବି ତୁମେ କାଟିଦେଲ ବ୍ରଦର"। ଆଉ ଜଣେ ଲେଖିଛନ୍ତି ଓଡ଼ିଶା ମାଟିର ନାଁ ରଖିଲ ତୁମେ। ଆମେ ତୁମକୁ ନେଇ ଗର୍ବିତ।

ଓ୍ବାର୍କ ଫ୍ରଣ୍ଟ କଥା କହିଲେ, ହ୍ରିତିକ୍ ରୋଶନଙ୍କୁ ଶେଷ ଥର ପାଇଁ ୱାର୍ 2 ରେ ଦେଖିବାକୁ ମିଳିଥିଲା, ଯେଉଁଥିରେ ଜୁନିଅର୍ ଏନଟିଆର ଏବଂ କିୟାରା ଆଡଭାନୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିଲେ। ସେ କ୍ରିଶର ଚତୁର୍ଥ ସିକ୍ବେଲରେ ନଜର ଆସିବେ, ଏହି ପ୍ରୋଜେକ୍ଟଟିକୁ ସେ ନିଜେ ନିର୍ଦ୍ଦେଶନା ଦେଉଛନ୍ତି ବୋଲି ଖବର ମିଳିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hrithik Roshan Praises Odisha Boy’s Dance on ‘Janab-e-Ali’ | Argus News