Videos
|
Odisha

ଆସନ୍ତାକାଲି ସାଢେ ଚାରିଘଣ୍ଟା ଜଗା ଦର୍ଶନ ବନ୍ଦ

Smruti Parija
Browse all articles by Smruti Parija
·1 year ago
ଆସନ୍ତାକାଲି ସାଢେ ଚାରିଘଣ୍ଟା ଜଗା ଦର୍ଶନ ବନ୍ଦ

Key Points

ଆସନ୍ତାକାଲି ସାଢେ ଚାରି ଘଣ୍ଟା ଜଗା ଦର୍ଶନ ବନ୍ଦ

ଶ୍ରୀମୁଖ ଶୃଙ୍ଗାର ନୀତି ପାଇଁ ଦର୍ଶନ ବନ୍ଦ ରହିବ

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା

ଆସନ୍ତାକାଲି ସାଢେ ଚାରି ଘଣ୍ଟା ଜଗା ଦର୍ଶନ ବନ୍ଦ । ଶ୍ରୀବିଗ୍ରହମାନଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତି ପାଇଁ ଦର୍ଶନ ବନ୍ଦ ରହିବ । ରଥଯାତ୍ରା ପରେ ଶ୍ରୀଜୀଉଙ୍କର ବନକଲାଗି ନୀତି କରାଯାଇଥାଏ । ଯେହେତୁ ମହାପ୍ରଭୁଙ୍କ ନୀଳାଦ୍ରିବିଜେ ପରେ ବନକଲାଗି ନୀତି ଅନୁଷ୍ଠିତ ହୋଇନାହିଁ ସେଥିପାଇଁ ଆସନ୍ତାକାଲି ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୩୦ ମି. ଠାରୁ ରାତ୍ର ଘ.୧୧.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।


ଯଦି କିଛି ଶ୍ରଦ୍ଧାଳୁ ଆସନ୍ତାକାଲି ପୁରୀ ଯିବା ପାଇଁ ପ୍ଲାନିଂ କରୁଛନ୍ତି, ତେବେ ଏହି ସମୟ ଦେଖି ପ୍ଲାନ୍ କରନ୍ତୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



jaga-darshan-to-be-closed-for-four-and-a-half-hours-tomorrow | Argus News