Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Jharsuguda road accident / ପୋଲିସ ଗାଡ଼ିକୁ ଧକା ଦେଲା ଟ୍ରେଲର, ପାଞ୍ଚ ଜଣ ପୋଲିସ ମୃତ

Bikash Mohanty
Browse all articles by Bikash Mohanty
·4 months ago·2 min read
ପୋଲିସ ଗାଡ଼ିକୁ ଧକା ଦେଲା ଟ୍ରେଲର, ପାଞ୍ଚ ଜଣ ପୋଲିସ ମୃତ
Accident

Key Points

ଝାରସୁଗୁଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
ଜୀବନ ହାରିଲେ ପାଞ୍ଚ ଜଣ ପୋଲିସ ଅଧିକାରୀ
୩ ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି

ଝାରସୁଗୁଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜୀବନ ହାରିଲେ ପାଞ୍ଚ ଜଣ ପୋଲିସ ଅଧିକାରୀ । ଝାରସୁଗୁଡାରେ ଏକ ବୋଲେରୋ ଏବଂ ଟ୍ରେଲର ମଧ୍ୟରେ ଭୟଙ୍କର ଦୁର୍ଘଟଣା ହୋଇଛି । ବୋଲେରୋରେ ଥିବା ୫ ପୋଲିସ ଅଧିକାରୀ ଏଥିରେ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ସୂଚନାନୁସାରେ, ଝାରସୁଗୁଡା ସଦର ଥାନା ସମ୍ମୁଖରେ ରବିବାର ଭୋର ସମୟରେ ଏକ ଭୟଙ୍କର ଦୁର୍ଟଣା ଘଟିଛି । ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଦ୍ରୁତଗାମୀ ଟ୍ରେଲର ଓ ପୋଲିସ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ହିଁ ପୋଲିସ କର୍ମଚାରୀମାନେ ଜୀବନ ହାରିଛନ୍ତି। ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।

କୁହାଯାଉଛି ଯେ, ଭୋର ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବେପାରୁଆ ଟ୍ରେଲର ସହ ପୋଲିସ ବୋଲେରୋ ମୁହାଁମୁହିଁ ହୋଇଥିଲା । ଏହାର ଭୟାବହତା ଏତେ ଥିଲା ଯେ ବୋଲେରୋ ଗାଡିଟି ସମ୍ପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଛି। ସ୍ଥାନୀୟ ଲୋକ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଭିତରୁ ମୃତଦେହଗୁଡିକୁ ବାହାର କରିଥିଲେ। ଆହତମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ମୃତକମାନେ ହେଲେ କାଶୀରାମ ଭୋଇ, ନିରଞ୍ଜନ କୁଜୁର (ଡ୍ରିଲ ସବ-ଇନ୍ସପେକ୍ଟର), ଦେବଦତ୍ତ ସା, ଲିଙ୍ଗରାଜ ଧୂରୁଆ, ଭକ୍ତବନ୍ଧୁ ମିର୍ଧା (ହୋମ ଗାର୍ଡ)। ସେହିପରି ଆହତମାନେ ହେଲେ ଦୁବରାଜ ମିରିଗ, ଆକାଶ ନାଏକ, ରାଜୀବ ଭରସାଗର । ଆହତ ମାନଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଖବର ପ୍ରସାରିତ ହେବା ପରେ ପୋଲିସ ବିଭାଗ ଓ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଟ୍ରଲର ଚାଳକଙ୍କୁ ଅଟକ ରଖାଯାଇଥିବାବେଳେ ଗାଡିଟିକୁ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।

ଏଥିସହ ପଢ଼ନ୍ତୁ: ଦ୍ରୁତ ଗତିରେ ଆସି ମାଡ଼ିଗଲା କାର୍; ଡେଲିଭରି ବୟ ମୃତ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jharsuguda road accident | Jharsuguda Road Accident: 5 Police Officers Die in Bolero–Trailer Crash | Argus News