Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Job For Revenue Department / ରାଜସ୍ୱ ବିଭାଗରେ ମିଳିବ ଚାକିରି; ଖୁବ୍‌ଶୀଘ୍ର ପୂରଣ ହେବ RI-ARI-ଅମିନ ପଦ

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ରାଜସ୍ୱ ବିଭାଗରେ ମିଳିବ ଚାକିରି; ଖୁବ୍‌ଶୀଘ୍ର ପୂରଣ ହେବ RI-ARI-ଅମିନ ପଦ
Suresh Pujari

Key Points

ରାଜ୍ୟରେ ଖାଲି ପଡ଼ିଥିବା ୨୯୬ ଆରଆଇ୍, ୫୭୨ ଏଆରଆଇ୍ ଓ ୫୪୬ ଅମିନ ପଦବୀ ପୂରଣ ପାଇଁ ଓଡ଼ିଶା OSSSC ନିକଟରେ ଅନଲାଇନ୍ ରିକ୍ୱିଜିସନ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସରକାରୀ ଚାକିରି ପାଇଁ ବଡ଼ ସୁଯୋଗ । ରାଜ୍ୟ ସରକାର ନେଇଛନ୍ତି ପଦକ୍ଷେପ । ରାଜସ୍ୱ ବିଭାଗରେ ଏକାଥରେ ପୂରଣ ହେବ ୧୪୧୪ ପଦବୀ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । OSSSCରେ ରିକ୍ୱିଜିସନ୍ ଦାଖଲ କରିବା ଲାଗି ନିର୍ଦ୍ଦେଶ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଜାରି କରାଯାଇଛି । ରାଜ୍ୟରେ ଖାଲି ପଡ଼ିଥିବା ୨୯୬ ଆରଆଇ୍, ୫୭୨ ଏଆରଆଇ୍ ଓ ୫୪୬ ଅମିନ ପଦବୀ ପୂରଣ ପାଇଁ ଓଡ଼ିଶା OSSSC ନିକଟରେ ଅନଲାଇନ୍ ରିକ୍ୱିଜିସନ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବିଭାଗର ଅତିରିକ୍ତ ସଚିବ ଅଲୋମନି ସେଠୀଙ୍କ ଦ୍ବାରା ଜାରି ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଗତ ୧୭ ନଭେମ୍ବର ୨୦୨୫ରେ ଜାରି ହୋଇଥିବା ଚିଠି ମାଧ୍ୟମରେ ସବୁ ଜିଲ୍ଲାକୁ ନୂଆ ଅନଲାଇନ୍ ରିକ୍ୱିଜିସନ୍ ଦାଖଲ କରିବାକୁ କୁହାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ କେବଳ ୪ରୁ ୫ଟି ଜିଲ୍ଲା ହିଁ ଏହି ରିକ୍ୱିଜିସନ୍ ଦାଖଲ କରିଛନ୍ତି । ଏହା ଦ୍ବାରା ସରକାର ରଖିଥିବା ନିଯୁକ୍ତି ପୂରଣ ଲକ୍ଷ୍ୟରେ ବାଧା ଉପୁଜୁଛି । ସରକାର ଖାଲି ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଉପରେ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ଡକାଯାଇଥିବା ବୈଠକରେ ମଧ୍ୟ ତାଗିଦ କରାଯାଇଛି ।

ଅନ୍ୟପଟେ ମୋହନ ସରକାର ସତ୍ତାକୁ ଆସିବା ପରଠାରୁ ଅନେକ ସରକାରୀ କ୍ଷେତ୍ରରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି । ଓଡ଼ିଶାରେ ବିଦେଶୀ ପୂଞ୍ଜି କିପରି ଦିନକୁ ଦିନ ଦ୍ୱିଗୁଣିତ ହେବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ସେଦିଗରେ ମଧ୍ୟ କାର୍ଯ୍ୟ ଜୋରସୋରରେ ଚାଲିଛି । ଏହି କ୍ରମରେ ମୋହନ ସରକାର ନଭେମ୍ବର ପହିଲାରେ ଓଡ଼ିଶାରେ ପ୍ରଥମ କମ୍ପାଉଣ୍ଡ ସେମିକଣ୍ଡକ୍ଟର ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି । ଭୁବନେଶ୍ୱରରେ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍‌ର ଭୂମିପୂଜନ ସମାରୋହ ଅନୁଷ୍ଠିତ ହୋଇସାରିଛି । ଇନଫୋଭ୍ୟାଲିରେ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଏହି ପ୍ରକଳ୍ପରେ ୨ ହଜାର ୬୭ କୋଟି ଟଙ୍କାର ପୁଞ୍ଜି ନିବେଶ ଯୋଜନା ରହିଛି । SiCSemର ପ୍ରକଳ୍ପ ହେଲେ ୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । "ମେକ୍ ଇନ୍ ଇଣ୍ଡିଆ" ଏବଂ "ଡିଜିଟାଲ୍ ଇଣ୍ଡିଆ" ର ଦୃଷ୍ଟିକୋଣ ସହିତ ଏହି ପ୍ରକଳ୍ପ ଭାରତର ସେମିକଣ୍ଡକ୍ଟର ଉତ୍ପାଦନ ଇକୋସିଷ୍ଟମକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ।

ମୋବାଇଲ ଫୋନ, ଇଲେକଟ୍ରୋନିକ୍ସ ଉପକରଣର ଏକ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ସେମିକଣ୍ଡକ୍ଟର। ଟ୍ରାଞ୍ଜିଷ୍ଟର, ଡାୟୋଡ୍ ଏବଂ ଇଣ୍ଟିଗ୍ରେଟେଡ୍ ସର୍କିଟ୍ ନିର୍ମାଣ କ୍ଷେତ୍ରରେ ବିଶେଷ ସହାୟକ ହୁଏ। ଏଥିପାଇଁ ଭାରତ ବିଶେଷ କରି ଚୀନ, ତାଇୱାନ, ଦକ୍ଷିଣ କୋରିଆ, ସିଙ୍ଗାପୁର ଭଳି ଦେଶ ଉପରେ ନିର୍ଭରଶୀଳ। ତେଣୁ ଭୁବନେଶ୍ୱରରେ ପ୍ରତିଷ୍ଠା ହେବାକୁ ଥିବା ସେମିକଣ୍ଡକକ୍ଟର ପ୍ରକଳ୍ପ, ଆତ୍ମନିର୍ଭର ଭାରତ କ୍ଷେତ୍ରରେ ଓଡ଼ିଶାର ଯୋଗଦାନକୁ ସୁନିଶ୍ଚିତ କରିବ ବୋଲି କୁହାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Job For Revenue Department | Job openings in Revenue Department; RI-ARI-Amin posts to be filled soon | Argus News