Heavy Rain: କଳିଙ୍ଗା ଘାଟିରେ ଭୂସ୍ଖଳନ; କନ୍ଧମାଳ-ଗଞ୍ଜାମ ଯାତାୟାତ ଠପ୍

Key Points
ପ୍ରବଳ ବର୍ଷା ହେଉଥିବା ବେଳେ କଳିଙ୍ଗା ଘାଟିରେ ଭୂସ୍ଖଳନ ହୋଇଛି । ମଧ୍ୟାହ୍ନରେ ବଡ଼ ଧରଣର ଭୂସ୍ଖଳନ ହୋଇଥିବା ବେଳେ କଳିଙ୍ଗା ଘାଟି ଦେଇ ବାଧାପ୍ରାପ୍ତ ହୋଇଛି ଯାତାୟାତ ।
ବାଲିଗୁଡ଼ା (କନ୍ଧମାଳ): କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେଉଥିବା ବେଳେ କଳିଙ୍ଗା ଘାଟିରେ ଭୂସ୍ଖଳନ ହୋଇଛି । ମଧ୍ୟାହ୍ନରେ ବଡ଼ ଧରଣର ଭୂସ୍ଖଳନ ହୋଇଥିବା ବେଳେ କଳିଙ୍ଗା ଘାଟି ଦେଇ ବାଧାପ୍ରାପ୍ତ ହୋଇଛି ଯାତାୟାତ । ଫଳରେ କଳିଙ୍ଗା ଘାଟି ଦେଇ କନ୍ଧମାଳର ଜି.ଉଦୟଗିରିରୁ ଗଞ୍ଜାମର ଦୁର୍ଗାପ୍ରସାଦକୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇ ପଡ଼ିଛି ।
କଳିଙ୍ଗା ଘାଟିରେ ବଡ଼ ଧରଣର ଭୂସ୍ଖଳନ ହୋଇଛି । ଭୂସ୍ଖଳନ ଫଳରେ ପାହାଡ଼ରୁ ବଡ଼ ବଡ଼ ପଥର ଖଣ୍ଡ ଖସିଛି । ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇ ପଡ଼ିଛି । ଏବେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ କଳିଙ୍ଗା ଘାଟି ଦେଇ ଯାଇଥିବା ୧୫୭ ନମ୍ବର ଜାତୀୟ ରାଜପଥରେ କନ୍ଧମାଳରୁ ଗଞ୍ଜାମକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ଏବେ ବି ରାସ୍ତା ଉପରେ ବଡ଼ ବଡ଼ ପଥର ଖଣ୍ଡ ସହ ମାଟି ଗଦା ହୋଇ ରହିଛି । ବଡ଼ ବଡ଼ ପଥର ଖଣ୍ଡ ଖସୁଥିବାରୁ ସ୍ଥାନୀୟ ଲୋକେ ବି ଭୟଭୀତ ଅଛନ୍ତି । କନ୍ଧମାଳ ଜିଲ୍ଲାରୁ କଳିଙ୍ଗା ଘାଟି ଦେଇ ଲୋକେ ବ୍ରହ୍ମପୁର ଯାଇଥାନ୍ତି । ଏବେ ଘାଟିରେ ଭୂସ୍ଖଳନ ପରେ ଗଞ୍ଜାମ ସହ ଯୋଗାଯୋଗ ଠପ୍ ହୋଇ ଯାଇଛି । ସୂଚନାଯୋଗ୍ୟ, କନ୍ଧମାଳର କଳିଙ୍ଗା ଘାଟି ହେଉଛି ଓଡ଼ିଶାର ସବୁଠୁ ବଡ଼ ଘାଟି ।