Videos
|
Odisha

Mobile Recharge / ମୋବାଇଲ ରିଚାର୍ଜ ପାଇଁ ୩ ଶହ ଟଙ୍କା ନ ଦେବାରୁ ଜୀବନ ହାରିଲେ ନାବାଳକ

Sushanta Sahoo
Browse all articles by Sushanta Sahoo
·8 hours ago·2 min read
ମୋବାଇଲ ରିଚାର୍ଜ ପାଇଁ ୩ ଶହ ଟଙ୍କା ନ ଦେବାରୁ ଜୀବନ ହାରିଲେ ନାବାଳକ
14-Year-Old Boy Dies in Kantabanji Over Mobile Recharge

Key Points

ମୋବାଇଲ୍ ରିଚାର୍ଜ ଲାଗି ପରିବାର ଲୋକେ ମାତ୍ର ୩ ଶହ ଟଙ୍କା ଦେବାକୁ ମନା କରିଥିଲେ । ବାପାମାଆ ରିଚାର୍ଜ ପାଇଁ ଟଙ୍କା ନ ଦେବାରୁ ୧୪ ବର୍ଷର ବାଳକ ଗଛରେ ଝୁଲି ପଡ଼ିଥିବା ଜଣାପଡ଼ିଛି ।
କଣ୍ଟାବାଞ୍ଜି (ବଲାଙ୍ଗିର): ବୟସ ୧୪, କିନ୍ତୁ ହାତରେ ଅନବରତ ରହୁଥିଲା ମୋବାଇଲ୍ । କେତେବେଳେ ମୋବାଇଲ୍‌ରେ ଗେମ୍ ଖେଳୁଥିଲା ଆଉ କେତେବେଳେ ରିଲ୍ସ ଦେଖୁଥିଲା । କ୍ଷଣିକ ମୋବାଇଲ୍ ନ ଦେଖିଲେ ଅସ୍ଥିର ହୋଇ ପଡ଼ୁଥିଲା । ଆଉ ମୋବାଇଲ୍‌ର ରିଚାର୍ଜ ସରିଯିବା ସହ ମାତ୍ର ୧୪ ବର୍ଷରେ ଜୀବନ ହାରି ଦେଇଛି ।

ମୋବାଇଲ୍ ରିଚାର୍ଜ ଲାଗି ପରିବାର ଲୋକେ ମାତ୍ର ୩ ଶହ ଟଙ୍କା ଦେବାକୁ ମନା କରିଥିଲେ । ବାପାମାଆ ରିଚାର୍ଜ ପାଇଁ ଟଙ୍କା ନ ଦେବାରୁ ୧୪ ବର୍ଷର ବାଳକ ଗଛରେ ଝୁଲି ପଡ଼ିଥିବା ଜଣାପଡ଼ିଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଣ୍ଟାବାଞ୍ଜି ଥାନା କୁଳିଆଦର ଗାଁରେ ।

ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ତେବେ ଡାକ୍ତର ନାବାଳକଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣା ସମଗ୍ର ବଲାଙ୍ଗିର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଏଥିସହ ପଢ଼ନ୍ତୁ: ଗାଳି ନ ଦେଇ ଛୁଆଙ୍କ ଠାରୁ ଏମିତି ଛଡ଼ାନ୍ତୁ ମୋବାଇଲ୍.. 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହେଲ୍ପଲାଇନ୍

ଯଦି ଆପଣଙ୍କୁ କିମ୍ବା ଆପଣଙ୍କ ଆଖପାଖରେ କେହି ପରିଚିତଙ୍କ ମନରେ ଆତ୍ମହତ୍ୟାର ଭାବନା ଆସୁଛି । ତାହେଲେ ଏହା ଗମ୍ଭୀର ଜରୁରୀକାଳୀନ ମେଡିକାଲ୍ ସ୍ଥିତି ଅଟେ । ଏଥିପାଇଁ ତୁରନ୍ତ ଭାରତ ସରକାରଙ୍କ ଜୀବନସାଥୀ ହେଲ୍ପଲାଇନ୍ 18002333330ରେ ସମ୍ପର୍କ କରନ୍ତୁ । ଟେଲିମାନସର ହେଲ୍ପଲାଇନ୍ 1800914416ରେ ମଧ୍ୟ ସମ୍ପର୍କ କରିପାରିବେ । ଏହି ହେଲ୍ପଲାଇନ୍‌ରେ ଆପଣଙ୍କ ପରିଚୟ ଗୋପନ ରଖାଯିବ ଏବଂ ବିଶେଷଜ୍ଞ ଆପଣଙ୍କୁ ସେହି ପରିସ୍ଥିତିରୁ ବାହାରିବାକୁ ଲାଗି ଆବଶ୍ୟକ ପରାମର୍ଶ ଦେବେ । ଜୀବନ ଥିଲେ, ସବୁ ଅଛି ।

ପିଲାଙ୍କଠାରୁ ମୋବାଇଲ୍ ଛଡ଼ାଇବାର ସୂତ୍ର

ସ୍କ୍ରିନ୍ ଟାଇମ୍ ପାଇଁ ଟାଇମ୍ ସେଟ୍ କରନ୍ତୁ

ଛୁଆ ସବୁବେଳେ ମୋବାଇଲ୍ ଧରିବାକୁ ଜିଦ୍ କରୁଥିଲେ ଏକ ସମୟ ବାଛନ୍ତୁ । ଯେମିତି ହୋମୱାର୍କ ସରିବା ପରେ କିମ୍ବା ଦିନ ସମୟରେ ଖାଇବାରେ କିଛି ସମୟ ମୋବାଇଲ୍ ଦେବେ । ଛୁଆଙ୍କୁ କେତେବେଳେ କେତେ ସମୟ ଲାଗି ଫୋନ୍ ଦେବେ ଜଣାଇଦେବା ଭଲ । ଫଳରେ ମୋବାଇଲ୍ କିମ୍ବା ଟିଭି ବନ୍ଦ କରିବା ସମୟରେ ଆଉ କିଛି ଲାଗିବ ନାହିଁ ।

ହଠାତ୍ ବନ୍ଦ କରନ୍ତୁ ନାହିଁ ସ୍କ୍ରିନ୍

ଆପଣଙ୍କ ଛୁଆ ଯଦି କିଛି ଦେଖୁଛି, ତାହେଲେ ହଠାତ୍ ଯାଇ ସ୍କ୍ରିନ୍ ବନ୍ଦ କରନ୍ତୁ ନାହିଁ । ସ୍କ୍ରିନ୍ ଟାଇମ୍ ସରିବା ପୂର୍ବରୁ ଛୁଆଙ୍କୁ ସମୟ ଦିଅନ୍ତୁ । ଯେମତି, ଆଗୁଆ କୁହନ୍ତୁ… ତୁମ ପାଖରେ ଆଉ ୧୦ ମିନିଟ୍, ପୁଣି ୫ ମିନିଟ୍ ଓ ୨ ମିନିଟ୍ ଅଛି । ଏଥିସହ ସ୍କ୍ରିନ୍ ବନ୍ଦ ହେଲା ପରେ ଛୁଆ କଣ କରିବ ଆଗୁଆ କହି ଦିଅନ୍ତୁ ।

ଖେଳ ଓ ଅନ୍ୟ କିଛି ଶିଖିବାର ବିକଳ୍ପ

ଛୁଆଙ୍କ ସ୍କ୍ରିନ୍ ଟାଇମ୍ ହ୍ରାସ୍ କରିବା ପାଇଁ ଖେଳିବା କିମ୍ବା ଅନ୍ୟ କିଛି ଶିଖିବାର ବିକଳ୍ପ ଦିଅନ୍ତୁ । ବୋର୍ଡ ଗେମ୍ସ, ପଜଲ ଓ ଆଉଟଡୋର୍ ଗେମ୍ ପାଇଁ ପ୍ରୋତ୍ସାହିତ କରନ୍ତୁ । ଆଗ୍ରହ ଅନୁସାରେ ପେଣ୍ଟିଂ, ଡ୍ୟାନ୍ସ ଆଦି କାର୍ଯ୍ୟକଳାପ ବଢ଼ାନ୍ତୁ ।

ଆପଣ ବି ଆପଣାନ୍ତୁ

ଘରେ ସବୁ ସମୟ ପରିବର୍ତ୍ତେ କିଛି ସମୟ ସ୍କ୍ରିନ୍ ଉପରେ ପ୍ରତିବନ୍ଧକ ଲଗାନ୍ତୁ । ଯେମିତି ଖାଇବା ସମୟ, ଶୋଇବା ପୂର୍ବରୁ, ସକାଳେ ଉଠିବା ପରେ ମୋବାଇଲ୍ ବ୍ୟବହାର କରନ୍ତୁ ନାହିଁ । ଏହି ନିୟମ କେବଳ ଛୁଆଙ୍କ କ୍ଷେତ୍ରରେ ନୁହେଁ ବରଂ ପୂରା ପରିବାର ପାଳନ କରିବା ଦରକାର ।