Humane Sagar / ଖୋକା ଭାଇଙ୍କ ସହ ମିଶିଗଲା ହ୍ୟୁମାନଙ୍କ ମରଣ ତାରିଖ
·9 months ago·2 min read

Key Points
ସମାନ ଦିନରେ ନୀରବି ଗଲା ଦୁଇ ସ୍ଵର
ଖୋକା ଭାଇଙ୍କ ସହ ମିଶିଗଲା ହ୍ୟୁମାନଙ୍କ ମରଣ ତାରିଖ

ଆଉ ନାହାନ୍ତି ହ୍ୟୁମାନ ସାଗର । ଓଡ଼ିଶା ମାଟିର ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ ହେଉଛନ୍ତି ହ୍ୟୁମାନ ସାଗର । ତାଙ୍କର ସଂଗୀତ ଓଡ଼ିଶା ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ସେ କିଛି ଦିନ ହେବ ଅସୁସ୍ଥ ଥିବାରୁ ତାଙ୍କୁ ପ୍ରଥମେ କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ୧୪ ତାରିଖରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଦୁଇ ଦିନ ପୂର୍ବରୁ ଡାକ୍ତର କହିଥିଲେ ତାଙ୍କର ମଲ୍ଟି ଅର୍ଗାନ୍ ଫେଲ ହୋଇଛି ।
ସେ ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଥିଲେ । ନଭେମ୍ୱର ୧୭ତାରିଖ ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି। ଏହି ତାରିଖ କିଛି ପୁରୁଣା ସ୍ମୃତିକୁ ମନେ ପକାଇଦେଉଛି। ସେଦିନ ବି ଥିଲା ନଭେମ୍ୱର ୧୭ ତାରିଖ ୨୦୦୨ ମସିହା । ଓଡ଼ିଶାର ସଙ୍ଗୀତ ଜଗତରୁ ସବୁଦିନ ପାଇଁ ଆଖି ବୁଜିଥିଲେ ଓଡ଼ିଶା ସଙ୍ଗୀତ ଦୁନିଆର ବେତାଜ୍ ବାଦ୍ଶାହ ଅକ୍ଷୟ ମହାନ୍ତି । ଆଉ ଏବେ ସେହି ନଭେମ୍ବର ୧୭ ତାରିଖ ୨୦୨୫ ମସିହା । ଦୁଇ ଜଣଙ୍କ ସ୍ୱର ଶୁଣିବାକୁ ସବୁବେଳେ ଦର୍ଶକଙ୍କ ମନରେ ଉତ୍କଣ୍ଠା ଭରି ରହୁଥିଲା ।
ଏଥିସହ ପଢ଼ନ୍ତୁ: ଦେହ ଖରାପ ସତ୍ତ୍ଵେ ହ୍ୟୁମାନଙ୍କୁ ନେଇ କିଏ କରାଉଥିଲା ଷ୍ଟେଜ୍ ଶୋ' ? ମାଆ ଆଣିଲେ ସାଂଘାତିକ ଅଭିଯୋଗ
ନଭେମ୍ବର ୧୭ରେ ଓଡ଼ିଶା ହରାଇଥିଲା ସଙ୍ଗୀତ ସମ୍ରାଟ ଅକ୍ଷୟ ମହାନ୍ତି(ଖୋକା ଭାଇ)ଙ୍କୁ। ୨୦୦୨ରେ ସ୍ୱର୍ଗତ ମହାନ୍ତିଙ୍କ ବିୟୋଗରେ ନିର୍ବାକ ହୋଇଯାଇଥିଲେ ଅଗଣିତ ଶ୍ରୋତା । ହ୍ୟୁମାନ ଥିଲେ ଅକ୍ଷୟଙ୍କ ପରି ଭର୍ସାଟାଇଲ୍ ସିଙ୍ଗର ଥିଲେ । ୨୩ ବର୍ଷ ପରେ ସମାନ ଦିନରେ ଚାଲିଯାଇଛନ୍ତି ୟୁଥ୍ ସେନ୍ସେସନ୍ ହ୍ୟୁମାନ୍। ୧୩ ବର୍ଷ କ୍ୟାରିଅର୍ରେ ପୂର୍ଣ୍ଣଚ୍ଛେଦ ଟାଣି ସେ ବିଦାୟ ନେଇଛନ୍ତି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଛନ୍ତି ହ୍ୟୁମାନ ସାଗର। ସୋମବାର ରାତି ୯ଟା ୮ରେ ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ଵର ଏମ୍ସରେ ଆଖି ବୁଜିଛନ୍ତି ହ୍ୟୁମାନ ସାଗର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହ୍ୟୁମାନଙ୍କ ଦେହାନ୍ତ ପରେ ଏମ୍ସ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପୁଅର ମୃତ୍ୟୁକୁ ନେଇ ଭାଙ୍ଗି ପଡ଼ିଛନ୍ତି ମାଆ ଶେଫାଳି ସୁନା । ଆଶାର ବାଡ଼ିକୁ ହରାଇ ମାଆ ମର୍ମାହତ ଥିବା ବେଳେ ପୁଅର ମୃତ୍ୟୁ ପାଇଁ ସେ ଏକାଧିକ ଜଣଙ୍କୁ ଦାୟୀ କରିଛନ୍ତି । ଏପରିକି ହ୍ୟୁମାନ ଅସୁସ୍ଥ ଥିବାବେଳେ ତାଙ୍କୁ ନେଇ ଷ୍ଟେଜ୍ ଶୋ' କରାଯାଉଥିଲା ବୋଲି କହିଛନ୍ତି ଶେଫାଳି ସୁନା । ଆଜି ଜନ୍ମସ୍ଥାନ ଟିଟିଲାଗଡରେ ହେବ ହ୍ୟୁମାନଙ୍କ ଶେଷକୃତ୍ୟ। କାନ୍ଦୁଛି ଜନ୍ମମାଟି କାନ୍ଦୁଛି ସାରା ଓଡ଼ିଶା।
ଏହା ମଧ୍ୟ ପଢ଼ନ୍ତୁ: ଦେହ ଖରାପ ସତ୍ତ୍ଵେ ହ୍ୟୁମାନଙ୍କୁ ନେଇ କିଏ କରାଉଥିଲା ଷ୍ଟେଜ୍ ଶୋ' ? ମାଆ ଆଣିଲେ ସାଂଘାତିକ ଅଭିଯୋଗ
ଜନ୍ମମାଟି ଟିଟିଲାଗଡ ଡେଙ୍ଗ ଗାଁରେ ଶୋକାକୂଳ ପରିବେଶ। ସେ ମଲ୍ଟି-ଅର୍ଗାନ୍ ଡସ୍ଫଙ୍କ୍ସନ୍ ସିଣ୍ଡ୍ରୋମ୍ ସହ ଲିଭର୍ ଫେଲ୍ୟର, କିଡନୀ ସମସ୍ୟା, ଶ୍ୱାସକ୍ରିୟା ଜନିତ ଅସୁବିଧା ଏବଂ ନିମୋନିଆ ଭଳି ଗୁରୁତର ରୋଗରେ ପୀଡ଼ିତ ଥିଲେ। ଶେଷରେ ଆଖି ବୁଜିଛନ୍ତି ହ୍ୟୁମାନ ସାଗର। ହ୍ୟୁମାନଙ୍କୁ ଝୁରୁଛି ଓଲିଉଡ ଜଗତ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics
Explore more stories