Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Cannabis oil / କୋରାପୁଟ୍ ପୋଲିସକୁ ବଡ଼ ସଫଳତା, ୨୦୦ କୋଟିର ଗଞ୍ଜେଇ ତେଲ ଜବତ

Bikash Mohanty
Browse all articles by Bikash Mohanty
·4 months ago·2 min read
କୋରାପୁଟ୍  ପୋଲିସକୁ ବଡ଼ ସଫଳତା, ୨୦୦ କୋଟିର ଗଞ୍ଜେଇ ତେଲ ଜବତ
cannabis

Key Points

କୋରାପୁଟ୍ ଜିଲ୍ଲା ପୋଲିସକୁ  ବଡ଼ ସଫଳତା
୨୦୦ କୋଟିର ଗଞ୍ଜେଇ ତେଲ ଜବତ
ଅସ୍ଥାୟୀ ପ୍ରୋସେସିଂ ୟୁନିଟ୍ ଠାବ
କୋରାପୁଟ୍ ଜିଲ୍ଲା ପୋଲିସକୁ ମିଳିଲା ବଡ଼ ସଫଳତା। ୨୦୦ କୋଟି ମୂଲ୍ୟର ୧୮୦୦ ଲିଟର ଗଞ୍ଜେଇ ତେଲ ଜବତ। ଗଞ୍ଜେଇ ତେଲ ପ୍ରସ୍ତୁତ ହେଉଥିବା ଅସ୍ଥାୟୀ ପ୍ରୋସେସିଂ ୟୁନିଟ୍ ଠାବ କରାଯିବ ସହ ଅସ୍ଥାୟୀ ଉତ୍ପାଦନ ୟୁନିଟ୍‌ ସାମଗ୍ରୀ ଜବତ କରାଯାଇଛି।

ଓଡ଼ିଶା-ଆନ୍ଧ୍ର ସୀମା ଜଲାପୁଟ୍‌ ଜଳଭଣ୍ଡାର ନିକଟ ଜଙ୍ଗଲ ଅଞ୍ଚଳରୁ ଠାବ ହୋଇଛି ଗଞ୍ଜେଇ ତେଲ  ଓ ତେଲ ପ୍ରସ୍ତୁତ ହେଉଥିବା ଅସ୍ଥାୟୀ ପ୍ରୋସେସିଂ ୟୁନିଟ୍। ଏଥିସହ ୧ ହଜାର କେଜିରୁ ଅଧିକ ଗଞ୍ଜେଇ ମଧ୍ୟ ଜବତ ହୋଇଛି। ଜବତ ଗଞ୍ଜେଇର ମୂଲ୍ୟ ୫ କୋଟି ଟଙ୍କା ହେବ। ଜଲାପୁଟ ଜଳଭଣ୍ଡାର ସହିତ, ପାଡୁଆ ଏବଂ ଓଡ଼ିଶା - ଆନ୍ଧ୍ରପ୍ରଦେଶ ସୀମାରେ ଏହା ଚୋରାଚାଲାଣ ଚାଲିଥିଲା । ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶରେ ସର୍ଚ୍ଚ ଅପେରସନ କରାଯାଇଥିଲା । ଉତ୍ପାଦନ ୟୁନିଟର ମୁଖ୍ୟ ମାଷ୍ଟର ମାଇଣ୍ଡମାନଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଲ ସିଂ। ସେହିପରି ନନ୍ଦପୁରରେ 1143 କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଏହାର ବଜାର ମୂଲ୍ୟ ପ୍ରାୟ 5 କୋଟି ବୋଲି ଜଣାପଡ଼ିଛି । 2ଟି ମହିନ୍ଦ୍ରା ପିକଅପ୍ ରେ ପ୍ଲାଷ୍ଟିକ୍ ଟ୍ରେ ଭିତରେ ଲୁଚାଇ ରଖାଯାଇଥିଲା ଗଞ୍ଜେଇ । 4 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଆଉ ଗଞ୍ଜେଇ ନୁହେଁ ଏବେ ପସନ୍ଦ ଗଞ୍ଜେଇ ତେଲ। ସ୍ମଗଲରଙ୍କ ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶାର ଗଞ୍ଜେଇ ତେଲ। ଗତକିଛି ଦିନ ତଳେ ମାଲକାନଗିରିରେ ଗଞ୍ଜେଇ ତେଲ ମାଫିଆଙ୍କୁ ଧରିଛି ମାଲକାନଗିରି ପୋଲିସ୍। ଗଂଜେଇ ତେଲ ପ୍ରସ୍ତୁତ କରାଯାଉଥିବା କାରଖାନା ଉପରେ ଚଢାଉ କରି ଘଟଣା ସ୍ଥଳରୁ ସିଲିଣ୍ଡ୍ରିକାଲ୍ ପ୍ରକ୍ରିୟାକରଣ କଣ୍ଟେନର ସହିତ ସଜ୍ଜିତ ମେସିନ୍, ପ୍ରେସର୍ କୁକର୍, ଲୁହା ତିଆରି କମ୍ପ୍ରେସର, ପାଇପ୍, ସିଲିଣ୍ଡର ଏବଂ ପ୍ଲାଷ୍ଟିକ୍ ଡ୍ରମ୍ ସହିତ ସଜ୍ଜିତ ଗ୍ୟାସ୍ ବର୍ନର ଜବତ କରିଛି ପୋଲିସ । ସମସ୍ତ ତେଲ ପ୍ରସ୍ତୁତ ସାମଗ୍ରୀକୁ ଜବତ କରିବା ସହ ୪ ଜଣ ଆସାମୀକୁ ଗିରଫ କରିଛି।  ଚିତ୍ରକୋଣ୍ଡା ଥାନା ଅଂଚଳର ବଡପଦର ପଞ୍ଚାୟତର ଏକ ଜଂଗଲରେ ଏହି କାରଖାନା ଥିଲା। ଏସବୁ ଗଂଜେଇ ତେଲକୁ ରାଜ୍ୟ ସହ ରାଜ୍ୟ ବାହାରକୁ ଏବଂ ବିଦେଶକୁ ରପ୍ତାନୀ କରାଯାଉଥିଲା। ୪ ଜଣ ଆସାମୀ ମଧ୍ୟରୁ ଦୁଇ ଜଣ ଆନ୍ଧ୍ରପ୍ରଦେଶର ବୋଲି ଜଣାପଡ଼ିଛି।  ଜବତ ହୋଇଥିବା ୨ ଲିଟର୍ ଗଂଜେଇ ତେଲର ମୂଲ୍ୟ ୨୫ ଲକ୍ଷ ଟଂକା ବୋଲି କୁହାଯାଇଛି। ଏଥିସହ ଲକ୍ଷାଧିକ ଟଂକାର କେମିକାଲ ଓ ସାମଗ୍ରୀ ଜବତ ହୋଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cannabis oil | Koraput Police Seize 1800 Litres Ganja Oil Worth ₹200 Crore, Processing Unit Busted | Argus News