Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Bharatiya Majdoor Sangh / ବିଏମଏସର ଅଖିଳ ଭାରତୀୟ ଅଧିବେଶନ,ଓଡ଼ିଆ ଝିଅ ଅଞ୍ଜଳୀ ପଟେଲଙ୍କୁ ଗୁରୁ ଦାୟିତ୍ବ

Bikash Mohanty
Browse all articles by Bikash Mohanty
·5 months ago·2 min read
ବିଏମଏସର  ଅଖିଳ ଭାରତୀୟ ଅଧିବେଶନ,ଓଡ଼ିଆ ଝିଅ ଅଞ୍ଜଳୀ ପଟେଲଙ୍କୁ ଗୁରୁ ଦାୟିତ୍ବ
BMS

Key Points

ଉଦଯାପିତ ହୋଇଛି ବିଏମଏସର ୨୧ ତମ ଅଧିବେଶନ
ନୂତନ ନିର୍ବାଚିତ ପଦାଧିକାରୀଙ୍କୁ ୩ ବର୍ଷ ପାଇଁ ଗୁରୁଦାୟିତ୍ୱ
ଅଧିବେଶନରେ ଶ୍ରମିକଙ୍କ ସ୍ୱାର୍ଥରେ ୪ ଟି ପ୍ରସ୍ତାବ ପାରିତ

ଉଦଯାପନୀ ହୋଇଛି ପୁରୀ ବଗଲା ଧର୍ମଶାଳାରେ ଭାରତୀୟ ମଜଦୁର ସଂଘ ପକ୍ଷରୁ ଆୟୋଜିତ ୨୧ ତମ ଅଖିଳ ଭାରତୀୟ ତ୍ରୟବାର୍ଷିକ ଅଧିବେଶନ । ଏହି ସମ୍ମୀଳନିକୁ କେନ୍ଦ୍ର ଶ୍ରମମନ୍ତ୍ରୀ ଉଦଘାଟନ କରିଥିଲେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଶ୍ରମିକ କଲ୍ୟାଣ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଅଧିବେଶନରେ ୨୦୨୬ ରୁ ୨୦୨୯ ପର୍ଯ୍ୟନ୍ତ ନୂତନ କେନ୍ଦ୍ରୀୟ କମିଟି ଗଠନ କରାଯାଇଛି । ନିର୍ବାଚନ ଅଧିକାରୀ ଏସ୍‌. କେ. ରାଠୋରଙ୍କ ନିରୀକ୍ଷଣରେ ଏହି ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା । ନୂତନ କମିଟିରେ ଏସ୍‌. ମଲେଶମଙ୍କୁ ଭାରତୀୟ ମଜଦୁର ସଂଘର ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି । ସୁରେନ୍ଦ୍ର କୁମାର ପାଣ୍ଡେୟଙ୍କୁ ମହାମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି । ଏକାଧିକ କାର୍ଯ୍ୟକର୍ତ୍ତାଙ୍କୁ ସଂଘର ଅଲ୍ ଇଣ୍ଡିଆ ସେକ୍ରେଟାରୀ ଭାବେ ଚୟନ କରାଯାଇଛି । ଶ୍ରମିକଙ୍କ ସ୍ୱାର୍ଥ ସମ୍ପର୍କିତ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି ବୋଲି କହିଛନ୍ତି ଭାରତୀୟ ମଜଦୁର ସଂଘର ଅଧ୍ୟକ୍ଷ ଏସ୍ ମଲେଶମ।

୩ ଦିନିଆ ଏହି ସମ୍ମିଳନୀରେ ଭାରତର ୨୮ଟି ରାଜ୍ୟ, ୪ଟି କେନ୍ଦ୍ର ଶାସିତ ଅଞ୍ଚଳ, ୪୨ଟି ଶିଳ୍ପ ଫେଡେରେସନର ପ୍ରତିନିଧିତ୍ଵ କରୁଥିବା ସମଗ୍ର ଭାରତରୁ ୨୫୦୦ ପ୍ରତିନିଧି ଯୋଗ ଦେଇଥିଲେ । ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି । ଭାରତର ଅର୍ଥନୀତି ସୁଦୃଢ ହେବାରେ ଶ୍ରମଶକ୍ତିର ଅବଦାନ ରହିଛି । ତେଣୁ ଭାରତର ଶ୍ରମ ଶକ୍ତିକୁ ଆଧୁନିକ ଢାଞ୍ଚାରେ ନେବାପାଇଁ କେନ୍ଦ୍ର ସରକାର ବିଭିନ୍ନ ଦକ୍ଷତା ଏବଂ କୌଶଳ ଭିତ୍ତିକ ପ୍ରଶିକ୍ଷଣ ଶ୍ରମିକ ମାନଙ୍କୁ ପ୍ରଦାନ କରାଯାଉଛି । ଏଆଇ ଟେକ୍ନୋଲୋଜି ମାଧ୍ୟମରେ ଶ୍ରମ ଶକ୍ତିକୁ ଆହୁରି କିଭଳି ସଶକ୍ତ କରିହେବ ସେନେଇ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । ଅନ୍ୟପଟେ ଭାରତୀୟ ମଜଦୁର ସଂଘର ଅଲ୍ ଇଣ୍ଡିଆ ସେକ୍ରେଟାରୀ ଭାବେ ସୁନ୍ଦରଗଡର ଓଡିଆ ଝିଅ ଅଞ୍ଜଳୀ ପଟେଲ୍ ଦାୟିତ୍ୱ ନେଇଥିବା ବେଳେ ଆଶା ଓ ଅଙ୍ଗନବାଡି କର୍ମଚାରୀଙ୍କ ସୁରକ୍ଷା, ନିରାପତ୍ତା ଓ ବର୍ଦ୍ଧିତ ଦରମା ଉପରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବେ।

ଏହି ଜାତୀୟ ସମ୍ମୀଳନିରେ ଶ୍ରମିକ କଲ୍ୟାଣ ଉପରେ ବିସ୍ତୃତ ଆଲୋଚନା ହୋଇଥିବା ବେଳେ କେନ୍ଦ୍ର ସରକାର ଏମାନଙ୍କ ଉପରେ ବିଶେଷ ଧ୍ୟାନ ଏବଂ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି ।

ଭାରତୀୟ ମଜଦୂର ସଂଘର ୨୧ ତମ ଅଖିଳ ଭାରତୀୟ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଥିଲେ। ୩ ଦିନ ଧରି ଚାଲିଥିବେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bharatiya Majdoor Sangh | Universal Implementation of Labour Laws Demanded for Worker Protection | Argus News