Heavy Rain Alert / ସୃଷ୍ଟି ହେଲା ଲଘୁଚାପ, ସପ୍ତାହେ ଯାଏଁ ପ୍ରବଳ ବର୍ଷା ସମ୍ଭାବନା: ୨୦ ଜିଲ୍ଲାକୁ ଆଲର୍ଟ
·7 months ago·2 min read

Key Points
ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆସନ୍ତା ୩୬ଘଣ୍ଟାରେ ଏହା ଅବପାତରେ ପରିଣତ ହେବ ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆସନ୍ତା ୩୬ଘଣ୍ଟାରେ ଏହା ଅବପାତରେ ପରିଣତ ହେବ । ଲଘୁଚାପ ପଶ୍ଚିମ-ଉତ୍ତର, ପଶ୍ଚିମ ଦିଗକୁ ଗତି କରିବା ସହିତ ପରବର୍ତ୍ତୀ ସମୟରେ ଦକ୍ଷିଣ ବଙ୍ଗୋପସାଗର କେନ୍ଦ୍ରୀୟ ଅଂଶ ଓ ନିକଟବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବାର ସମ୍ଭାବନା ରହିଛି ।
ଏହାସହ ପଢ଼ନ୍ତୁ: ୧୯୯୯ ଭଳି ପୁଣି ଅକ୍ଟୋବରରେ ଦୁଇ ଦୁଇଟି ବଡ଼ ବାତ୍ୟା !
ସୃଷ୍ଟି ହେଲା ଲଘୁଚାପ। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ।ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ୩୬ ଘଣ୍ଟା ମଧ୍ୟରେ ନେବ ଅବପାତର ରୂପ। ଫଳରେ ଲଘୁଚାପ ପ୍ରଭାବରେ ଆଜିଠୁ ସପ୍ତାହେ ଯାଏଁ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହାସହ ଆଜି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗ ଲଘୁଚାପ ପ୍ରଭାବରେ ବର୍ଷା ନେଇ ୧୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଥିବା ବେଳେ ୨୦ ଜିଲ୍ଲାକୁ ଆଲର୍ଟ ଜାରି କରିଛି।
ଆହୁରି ପଢ଼ନ୍ତୁ: ଏଥରକ ହଜିଯିବ ଜାଡ଼ ! ସ୍ଵାଭାବିକ ଠାରୁ ଅଧିକ ରହିବ ରାତି ତାପମାତ୍ରା, ଡିସେମ୍ବରରେ ବି ବର୍ଷା ଆକଳନ
ବଦଳୁଛି ପାଣିପାଗ । କାର୍ତ୍ତିକ ଆରମ୍ଭ ହୋଇଥିଲେ ବି ଥଣ୍ଡା ପଡ଼ୁନି । ସେପଟେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଓଡ଼ିସା ସହ ଦେଶରୁ ଅପସାରଣ ହୋଇଥିଲେ ବି ପାଦ ବଦଳୁନି । ଏହାରି ଭିତରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା ସୃଷ୍ଟି ହୋଇଛି । 'ଲା ନୀନା' ପ୍ରଭାବରେ ଅସ୍ଵାଭାବିକ ହୋଇପଡ଼଼ିଛି ଜଳ ବାୟୁ ।
ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ, ଚଳିତବର୍ଷ ରାଜ୍ୟରେ ଶୀତ କମ୍ ଅନୁଭୂତ ହେବ । ସ୍ଵାଭାବିକ ଠାରୁ ଉପରେ ରହିବ ରାତି ତାପମାତ୍ରା । ଏଥିସହ ଚଳିତ ମୌସୁମୀ ପରବର୍ତ୍ତୀ ଋତୁ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞଙ୍କ ଏଭଳି ଆକଳନ ଲୋକଙ୍କୁ ବି ଚିନ୍ତାରେ ପକାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories