Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମାଲକାନଗିରି ଜିଲ୍ଲାରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ

Odisha

Internet Shutdown / ମାଲକାନଗିରି ଜିଲ୍ଲାରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ

Rashmita Mishra
Browse all articles by Rashmita Mishra
·5 months ago·3 min read
ମାଲକାନଗିରି ଜିଲ୍ଲାରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ
Internet Shutdown

Key Points

ମାଲକାନଗିରିରେ ଇଣ୍ଟରନେଟ୍ ବନ୍ଦ ।
୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି । 

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ୍‌ ବନ୍ଦ । ମାଲକାନଗିରି ଜିଲ୍ଲାରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି । MV-୨୬ ଓ ରାଖାଲଗୁଡ଼ା ଗାଁରେ ଗଣ୍ଡଗୋଳ ପରେ ପ୍ରଶାସନର କଟକଣା ଜାରି କରିଛି ।  ସୋମବାର ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟା ଯାଏଁ ଇଣ୍ଟରନେଟ୍‌ ସେବା ବନ୍ଦ । ଉତ୍ତେଜନା ଲାଗି ରହିଥିବାରୁ ଅଞ୍ଚଳରେ BNS ଧାରା ୧୫୩ ବଳବତ୍ତର ।

ସୂଚନାନୁଯାୟୀ ମାଲକାନଗିରି ଜିଲ୍ଲା mv 26 ଗାଁରେ ରବିବାର ଭଙ୍ଗାରୁଜା ହୋଇଥିବା ବେଳେ ସମଗ୍ର ଗାଁରେ ଜଳିଛି ନିଆଁ । ହଜାର ହଜାର ଆଦିବାସୀ ଲୋକେ ହାତରେ ଖଣ୍ଡା କାତି ନେଇ ପୋଲିସର ବ୍ୟାରିକେଟ ଭାଙ୍ଗି ଧସେଇ ପସିଥିଲେ mv26 ଗାଁ ଭିତରେ । ପ୍ରଥମେ ଆରମ୍ଭ ହୋଇଥିଲା ଘରଭଙ୍ଗା ଅଭିଯାନ । ହେଲେ ପୋଲିସ ଏହାକୁ ଅଟକାଇବାକୁ ବିଫଳ ହେବା ପରେ ଉତ୍ୟକ୍ତ ଆଦିବାସୀ ଲୋକେ ଶତାଧିକ ବଙ୍ଗାଳି ଘରକୁ ନିଆଁ ଲଗେଇ ପୋଡି ଦେଇଛନ୍ତି । ଗାଁରେ BNS 163 ଲାଗୁ ହୋଇଥିବା ବେଳେ ଆଦିବାସୀ ଲୋକଙ୍କର ଏତେବଡ ଆକ୍ରମଣ ପୋଲିସର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠାଇଛି ।

ଘର ଭିତରେ ନିଆଁ ଘର ବାହାରେ ନିଆଁ । ଘର ଭିତରେ ଜଳୁଛି ଆସବାବପତ୍ର ଆଉ ରାସ୍ତା ଉପରେ ଜଳୁଛି ଲୋକଙ୍କ ଯାନବାହନ । ନିଆଁ ଆଉ ଧୂଆଁରେ ପଡ଼ି ରହିଛି ମାଲକାନଗିରି ଜିଲ୍ଲା MV26 ନମ୍ବର ଗାଁ । ଏକ ଜମି ବିବାଦରୁ ଆରମ୍ଭ ହୋଇଥିବା ଏକ କଳହ ହତ୍ୟା ପର୍ଯ୍ୟନ୍ତ ପହଞ୍ଚି ଥିଲା । MV26 ଗାଁର ସୁକ ରଞ୍ଜନ ମଣ୍ଡଳ ନାମକ ଜଣେ ବ୍ୟକ୍ତି ରାଖାଲଗୁଡା ଗାଁର ଜଣେ ଆଦିବାସୀ ମହିଳାକୁ ଅତି ନିର୍ମମ ଭାବେ ହତ୍ୟା କରି ମୁଣ୍ଡ ଆଉ ଗଣ୍ଡିକୁ ଅଲଗା କରି ପୋଟେରୁ ନଦୀରେ ଫିଙ୍ଗୀ ଦେଇଥିବା ଅଭିଯୋଗ କରିଥିଲେ ହେଲେ ଘଟଣାର ଚାରି ଦିନ ପରେ କରୁକୋଣ୍ଡା ପୋଲିସ ମୁଣ୍ଡ ବିହୀନ ଶବ ଉଦ୍ଧାର କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦମକଳ ବାହିନୀ ଓ ଅଡ୍ରାଫ ଟିମ ପକ୍ଷରୁ ପୋଟରୁ ନଦୀରେ ମୁଣ୍ଡ ଖୋଜା ଚାଲିଛି ।

ହେଲେ ଆଦିବାସୀ ଲୋକ ମୁଣ୍ଡ ନମିଳିବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ କରିବେ ନାହିଁ ବୋଲି ଧମକ ଦେଇଛନ୍ତି । ପୋଲିସର ବିଫଳତା ଯୋଗୁଁ ଗତକାଲି ଆଦିବାସୀ ଲୋକେ MV-26 ଗାଁ ରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଆଉ ଆଜି ମଧ୍ୟ ପୋଲିସ ଉପସ୍ଥିତି ରେ ସେଠାରେ ଘଟାଇଛନ୍ତି ଲଙ୍କାକଣ୍ଡ । ଶତାଧିକ ଘରକୁ ନିଆଁ ଲଗେଇ ପୋଡ଼ିଦେଇଛନ୍ତି ହଜାର ହଜାର ଆଦିବାସୀ ଲୋକେ।ଘର ଭିତରୁ ଆସବାବପତ୍ର ମଟର ସାଇକେଲ ଏବଂ ଯାନବାହନ ରାସ୍ତାକୁ ଆଣି ଏଥିରେ ମଧ୍ୟ ନିଆଁ ଲଗେଇ ଦେଇଥିଲେ ଆଦିବାସୀ ଲୋକେ । ଆଦିବାସୀଙ୍କର ହିଂସାକାଣ୍ଡରୁ ବର୍ତ୍ତି ପାରିନଥିଲା ଗଛଳତା । ନଡ଼ିଆ ଗଛ ସହ ଅନ୍ୟାନ୍ୟ ଗଛକୁ ଆଦିବାସୀ ଲୋକେ ସବୁ କାଟି ପକାଇଥିଲେ।କେବଳ ଏତିକିରେ ସରି ନଥିଲା ହିଂସାକାଣ୍ଡ।ବଙ୍ଗୀୟ ଲୋକଙ୍କ ଘରୁ ଜିନିଷ ପତ୍ର ମଧ୍ୟ ବାହାର କୁ କାଢି ଛିନଛତର କରିଦେଇଛନ୍ତି ।

ଜନଶୂନ୍ୟ mv26 ଗାଁର ଚାରିଆଡେ କେବଳ ନିଆଁ ଆଉ ଧୂଆଁ।କେଉଁଠି ଗ୍ୟାସ ଟାଙ୍କି ଫାଟି ଘର ଧ୍ୱଂସ ହେବାରେ ଲାଗିଛି ତ ଆଉ କେଉଁଠି ନିଆଁରେ ଚାରଖାର ହେଇଯାଇଛି ଅନେକ ଘର । ଗାଁରେ ମୁତୟନ ହୋଇଛନ୍ତି BSF, OSAP, IRB, DVF ଏବଂ ଓଡ଼ିଶା ପୋଲିସ । ହିଂସାକାଣ୍ଡ ଚାଲିଥିବା ବେଳେ ଲୋକଙ୍କୁ କେବଳ ବୁଝାଇଥିଲା ପୋଲିସ । ଉତ୍ୟକ୍ତ ଲୋକେ ଗୋଟିଏ ପରେ ଗୋଟିଏ ଘରେ ନିଆଁ ଲଗେଇ ଚାଲିଥିଲେ ଏବଂ ଏହାକୁ ଅଟକାଇ ପାରିନଥିଲେ ସୁରକ୍ଷାକର୍ମୀ । ଏମିତି କି ପୋଲିସକୁ ଠେଲାପେଲା କରିଥିଲେ ଉତ୍ୟକ୍ତ ଆଦିବାସୀ ଲୋକେ ମାଲକାନଗିରି SPଙ୍କ ସହ ପୋଲିସ ବିଭାଗର ଅନେକ ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତ ରହି ହିଂସାକାଣ୍ଡକୁ ରୋକିବାରେ ବିଫଳ ହୋଇଛନ୍ତି ।

ଆଦିବାସୀ ଲୋକଙ୍କ ଏହି ଆକ୍ରମଣକୁ ବିରୋଧ କରି ମାଲକାନଗିରି ସହରରେ ଏକତ୍ରିତ ହୋଇଥିଲେ ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ବ ବଙ୍ଗୀୟ ଲୋକ।MV-3 ଛକ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିରାଟ ଶୋଭାଯାତ୍ରା କରିଥିଲେ ବଙ୍ଗୀୟ ଲୋକେ।ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରି ହିଂସାକାଣ୍ଡ ଘଟାଇଥିବା ଆଦିବାସୀ ଲୋକଙ୍କୁ ଗିରଫ କରିବା ଲାଗି ଦାବିପତ୍ର ଦେଇଛନ୍ତି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Internet Shutdown | Internet Services Suspended for 24 Hours in Malkangiri District | Argus News