Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Road Accident / ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ୍ ଦିନକରେ ନେଇଗଲା ୩ ପ୍ରାଣ, ଉତ୍ତେଜନା ଓ ରାସ୍ତାରୋକ

Sushanta Sahoo
Browse all articles by Sushanta Sahoo
·9 months ago·1 min read
ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ୍ ଦିନକରେ ନେଇଗଲା ୩ ପ୍ରାଣ, ଉତ୍ତେଜନା ଓ ରାସ୍ତାରୋକ

Key Points

ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ । ଦୁର୍ଘଟଣାକୁ ନେଇ ଉତ୍ତେଜନା ଓ ରାସ୍ତା ଅବରୋଧ । ମାଲକାନଗିରି ଥାନା ଅନ୍ତର୍ଗତ ତଙ୍ଗଗୁଡ଼ା ଗାଁ ନିକଟରେ ଦୁର୍ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।

ମାଲକାନଗିରି: ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ । ଦୁର୍ଘଟଣାକୁ ନେଇ ଉତ୍ତେଜନା ଓ ରାସ୍ତା ଅବରୋଧ । ମାଲକାନଗିରି ଥାନା ଅନ୍ତର୍ଗତ ତଙ୍ଗଗୁଡ଼ା ଗାଁ ନିକଟରେ ଦୁର୍ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌ରେ ପିଟି ହୋଇ ଗୋଟିଏ ଦିନରେ ଜୀବନ ହରାଇଛନ୍ତି ୩ ଜଣ ।


ଏଥିସହ ପଢ଼ନ୍ତୁ: ଭସାଣି ଗଣ୍ଡଗୋଳକୁ ନେଇ କଟକରେ ତେଜୁଛି ବିବାଦ, ସୋମବାର ବନ୍ଦ ଡାକରା ଦେଲା VHP


ସୂଚନା ଅନୁସାରେ, ଜୟପୁର-ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥର ତଙ୍ଗଗୁଡ଼ା ନିକଟରେ ଏକ ଟ୍ରକ୍ ରାସ୍ତା ଉପରେ ଛିଡ଼ା ହୋଇଥିଲା । ଉକ୍ତ ଟ୍ରକ୍‌ରେ ପିଟି ହୋଇ ଶନିବାର ଦିନରେ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିଭଳି ବିଳମ୍ବିତ ରାତିରେ ୨ ଯୁବକ ଯାତ୍ରା ଦେଖି ଫେରୁଥିବା ବେଳେ ଟ୍ରକ୍‌ରେ ପିଟି ହୋଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଫଳରେ ମାତ୍ର କେଇ ଘଣ୍ଟାରେ ଟ୍ରକ୍‌ରେ ପିଟି ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ରାତିରେ ନାଟକ ଦେଖି ଫେରୁଥିବା ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟଣାସ୍ଥଳରେ ହୋଇଛି । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ସ୍ଥାନୀୟ ଲୋକେ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ।


ଏଥିସହ ପଢ଼ନ୍ତୁ: ମାସେ ପରେ ମିଳିଲା ପୁଷ୍ପର କଙ୍କାଳ, ଦାଦନ ଖଟିବାକୁ ଯାଇ ଘରକୁ ଫେରିଲାନି


ଫଳରେ ମାଲକାନଗିରି-ଜୟପୁର ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ମାଲକାନଗିରି ପୋଲିସ ସହ ମାଥିଲି ତହସିଲଦାର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ରେଡକ୍ରସ୍ ପାଣ୍ଠିରୁ ୪୦ ହଜାର ଟଙ୍କା ଦିଆଯିବା ପରେ ଲୋକେ ରାସ୍ତାରୋକରୁ ଉଠିଛନ୍ତି ।

Related Topics

Explore more stories

Sponsored
Road Accident | Three Dead in Malkangiri Road Accident, Locals Block Highway | Argus News | Argus News