Videos
|
Odisha

Maoist / ତେଲେଙ୍ଗାନା ପୋଲିସ ପାଖରେ କୁଖ୍ୟାତ ମାଓବାଦୀ ରୁବେନର ଆତ୍ମସମର୍ପଣ

Banajyotshna Ray
Browse all articles by Banajyotshna Ray
·11 months ago·2 min read
ତେଲେଙ୍ଗାନା ପୋଲିସ ପାଖରେ କୁଖ୍ୟାତ ମାଓବାଦୀ ରୁବେନର ଆତ୍ମସମର୍ପଣ

Key Points

ତେଲେଙ୍ଗାନା ପୋଲିସ ପାଖରେ କୁଖ୍ୟାତ ମାଓବାଦୀ ରୁବେନର ଆତ୍ମସମର୍ପଣ
ଜଗଦଲପୁର ଜେଲ ବ୍ରେକ'ର ଥିଲା ମାଷ୍ଟର ମାଇଣ୍ଡ
ମାଓ ସଂଗଠନରେ ୪୪ ବର୍ଷ ଧରି କାର୍ଯ୍ୟରତ ଥିଲା

ଭୁଶୁଡ଼ୁଛି ମାଓ ଦୁର୍ଗ। ଅସ୍ତ୍ର ଛାଡ଼ୁଛନ୍ତି ମାଓବାଦୀ। ସମାଜର ମୁଖ୍ୟସ୍ରୋତରେ ହେଉଛନ୍ତି ସାମିଲ। ତେଲେଙ୍ଗାନା ପୋଲିସ ପାଖରେ ଆତ୍ମସମର୍ପଣ କଲା କୁଖ୍ୟାତ ମାଓବାଦୀ ରୁବେନ ଓରଫ ସୁରେଶ ଓରଫ ମାଂଗନା । 'ଜଗଦଲପୁର ଜେଲ ବ୍ରେକ'ର ମାଷ୍ଟର ମାଇଣ୍ଡ ଥିଲା ରୁବେନ । ମାଓ ସଂଗଠନରେ ୪୪ ବର୍ଷ ଧରି କାର୍ଯ୍ୟରତ ଥିଲା । ସେ ଚାରି ଦଶକ ମଧ୍ୟରେ ଶତାଧିକ ସୁରକ୍ଷା ବାହିନୀଙ୍କୁ ହତ୍ୟା ଘଟଣାରେ ସାମିଲ ଥିଲା । ରୁବେନ ଦକ୍ଷିଣ ବସ୍ତର ଡିଭିଜନ କମିଟିର ମୁଖ୍ୟ ଥିବାବେଳେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ଥିଲା । ୧୯୮୮ରେ ଗୋଲ୍ଲାପଲ୍ଲୀ ମରାଇଗୁଡାରେ ୨୦ ଜଣ ସିଆରପିଏଫଙ୍କୁ ହତ୍ୟା, ୧୯୮୮ ୟତିଗୁଟା ଆକ୍ରମଣରେ ୮ ପୋଲିସଙ୍କୁ ହତ୍ୟା, ୧୯୯୦ ତାରଲଗୁଡା ଥାନା ଆକ୍ରମଣ । ୧୯୯୧ରେ ଛତିଶଗଡ଼ ପୋଲିସ ତାକୁ ଗିରଫ କରିଥିବାବେଳେ ସେ ଜେଲରୁ ଫେରାର ହେବାରେ ସଫଳ ହୋଇଥିଲା । ଯାହା ଜଗଦଲପୁର ଜେଲ୍ ବ୍ରେକ ନାମରେ ଜଣାଯାଏ । ରୁବେନ ଉପରେ ୮ ଲକ୍ଷ ଟଙ୍କାର ଇନାମ ରାଶି ଘୋଷଣା କରାଯାଇଥିଲା । ଏହା ପୂର୍ବରୁ ମଧ୍ୟ ଅନେକ ମାଓବାଦୀ ଆତ୍ମସମର୍ପଣ କରିଥିବା ନଜିର ରହିଛି।


ଏଥିସହ ପଢ଼ନ୍ତୁ: ବିକାଶରେ ଯୋଡ଼ିହେବେ ମାଓବାଦୀ; ୧୫ ସୁଦ୍ଧା ଅସ୍ତ୍ର ଛାଡ଼ିବାକୁ ମାଡ଼ ଡିଭିଜନର ଘୋଷଣା


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ କେନ୍ଦ୍ର ସରକାରଙ୍କ ମାଓ ବିରୋଧୀ ଅଭିଯାନକୁ ସଫଳତା । ମୁଣ୍ଡ ନୂଆଁଇଲା ମାଓ ସଂଗଠନ । ସିପିଆଇ (ମାଓବାଦୀ) ମାଡ଼ ଡିଭିଜନାଲ୍ କମିଟି ଅସ୍ତ୍ରବିରତି ଲାଗି ଘୋଷଣା କରିଛି । ଆସନ୍ତା ୧୫ ତାରିଖ ସୁଦ୍ଧା ମାଡ଼ ଡିଭିଜନରେ ସକ୍ରିୟ ମାଓବାଦୀ ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟ ସ୍ରୋତକୁ ଫେରିବାକୁ ଘୋଷଣା କରିଛନ୍ତି । ଏନେଇ ମାଡ଼ ଡିଭିଜନର ମୁଖ୍ୟ ରଣୀତା ପ୍ରେସ ବାର୍ତ୍ତା ଜାରି କରିଛନ୍ତି । ପ୍ରେସ ବାର୍ତ୍ତାରେ ରଣୀତା କହିଛନ୍ତି, "ଆମେ କେନ୍ଦ୍ରୀୟ କମିଟି ପ୍ରବକ୍ତାର ଅସ୍ତ୍ରବିରତି ଡାକରାକୁ ସମର୍ଥନ ଜଣାଉଛୁ । ବର୍ତ୍ତମାନ ପରିସ୍ଥିତିରେ ସଂଘର୍ଷ ଜାରି ରଖିବା ବ୍ୟର୍ଥ ଅଟେ । ଜନତା ବିକାଶ ଚାହୁଁଛନ୍ତି ଏବଂ ବର୍ତ୍ତମାନ ସମୟ ଆସିଛି ଆମେ ମଧ୍ୟ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ ହେବୁ ।"


୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ସମଗ୍ର ଦେଶରୁ ମାଓବାଦୀଙ୍କୁ ମୂଳପୋଛ କରାଯିବା ନେଇ ପୂର୍ବରୁ ଘୋଷଣା କରିଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଆଉ ତା' ପରେ ଛତିଶଗଡ଼, ଆନ୍ଦ୍ରପ୍ରଦେଶ, ତେଲଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଓଡ଼ିଶାରେ ଉଭୟ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଓ ରାଜ୍ୟ ସୁରକ୍ଷା ବାହିନୀର ମିଳିତ ଅପରେସନ ଜାରି ରଖିଥିବା ବେଳେ ଭୁଶୁଡ଼ିବାରେ ଲାଗିଛି ମାଓ ଗଡ଼ । ବିଗତ ୨୦ ମାସ ମଧ୍ୟରେ ୪୦୦ରୁ ଅଧିକ ମାଓବାଦୀ ନିପାତ ହୋଇଛନ୍ତି । ୧୭୦୦ ଜଣ ଆତ୍ମସମର୍ପଣ କରିଛନ୍ତି ଓ ୧୫୦୦ ଜଣଙ୍କୁ ଗିରଫ କରାଯାଇଛି ।


ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics

Explore more stories