Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Dharmendra Pradhan / ମେରାଇନ୍ ଇଞ୍ଜିନିୟର ସାର୍ଥକ ମହାପାତ୍ର ନିଖୋଜ ଘଟଣାରେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Bikash Mohanty
Browse all articles by Bikash Mohanty
·5 months ago·2 min read
ମେରାଇନ୍ ଇଞ୍ଜିନିୟର ସାର୍ଥକ ମହାପାତ୍ର ନିଖୋଜ ଘଟଣାରେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
sarthak das

Key Points

ମେରାଇନ୍ ଇଞ୍ଜିନିୟର ସାର୍ଥକ ମହାପାତ୍ର ନିଖୋଜ ଘଟଣା
ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ସାର୍ଥକଙ୍କୁ ଖୋଜିବା ପାଇଁ ଚାଲିଛି ବିଶାଳ ସର୍ଚ୍ଚ ଅପରେସନ

ମେରାଇନ୍ ଇଞ୍ଜିନିୟର ସାର୍ଥକ ମହାପାତ୍ର ନିଖୋଜ ଘଟଣାରେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସାର୍ଥକଙ୍କ ସନ୍ଧାନ ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ କଲେ ଅନୁରୋଧ। କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀଙ୍କୁ ବି ଚିଠି ଲେଖିଲେ ଧର୍ମେନ୍ଦ୍ର। କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କୁ କଲେ ଅନୁରୋଧ। 
ସମୁଦ୍ରର ଗଭୀର ଜଳରେ ସାର୍ଥକଙ୍କୁ ଖୋଜିବା ପାଇଁ ବିଶାଳ ସର୍ଚ୍ଚ ଅପରେସନ ଚାଲିଛି। ଏହି ଅଭିଯାନରେ ଅନ୍ୟ ଜାହାଜକୁ ମଧ୍ୟ ନିୟୋଜିତ କରାଯାଇଛି। ପ୍ରାୟ ୧୬୯ ନଟିକାଲ୍ ବର୍ଗ ମାଇଲ୍ ଅଞ୍ଚଳରେ ଖୋଜାଖୋଜି ଜାରି ରହିଛି ବୋଲି ଆଙ୍ଗ୍ଲୋ ଇଷ୍ଟର୍ଣ୍ଣ କମ୍ପାନୀ ପକ୍ଷରୁ ସୂଚନା ମିଳିଛି। ୫୫ ଘଣ୍ଟାରୁ ଅଧିକ ସମୟ ଧରି ତଲାସି ଚାଲିଥିବା ବେଳେ ଏପର୍ଯ୍ୟନ୍ତ ସାର୍ଥକଙ୍କର କୌଣସି ଖବର ମିଳିନାହିଁ। ୩ ଫେବୃଆରୀ ସକାଳେ ଜାହାଜର ସିସିଟିଭି ଫୁଟେଜରେ ସେ ଶେଷ ଥର ପାଇଁ ନଜର ଆସିଥିଲେ। ସେ ସାଦା ପୋଷାକରେ ଫୋନ୍ ଧରି ଜାହାଜର ଆକମୋଡେସନ୍ ଅଞ୍ଚଳରେ ଥିବା ଦେଖାଯାଇଥିଲା। ସାର୍ଥକ ଜାହାଜରେ ଯେଉଁଠି ରହୁଥିଲେ ସେହି ସ୍ଥାନର ସ୍ଥିତି ଦେଖାଇବା ପାଇଁ ତାଙ୍କୁ ନିବେଦନ କରିଥିଲେ। ଆଙ୍ଗ୍ଲୋ ଇଷ୍ଟର୍ଣ୍ଣ କମ୍ପାନୀର ଜଣେ ଅଧିକାରୀ ସାର୍ଥକଙ୍କ ଘରକୁ ଆସି ଭିଡିଓ କଲ ଜରିଆରେ ଜାହାଜରେ ଥିବା ସାର୍ଥକର ରୁମ ଦେଖାଇଥିଲେ । ସେପଟେ ସାର୍ଥକ ନିଖୋଜ ଘଟଣାରେ ଆଜି ସେ ରହୁଥିବା ରୁମ୍ ଭିଡିଓ ସାମ୍ନାକୁ ଆସିଛି।

ଜାହାଜରୁ ଓଡ଼ିଆ ଇଞ୍ଜିନିୟର ନିଖୋଜ ମାମଲାରେ ବନ୍ଦର, ସିପିଂ ଓ ଜଳପଥ ମନ୍ତ୍ରଣାଳୟର ତନାଘନା ଆରମ୍ଭ ହୋଇଛି। ଘାନାରୁ ସିଙ୍ଗାପୁର ଆସୁଥିବା ବେଳେ ଓଡ଼ିଆ ମେରାଇନ୍ ଇଞ୍ଜିନିୟର ସାର୍ଥକ ମହାପାତ୍ରଙ୍କ ନିଖୋଜ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହି ଘଟଣାରେ କେନ୍ଦ୍ର ବନ୍ଦର, ସିପିଂ ଓ ଜଳପଥ ମନ୍ତ୍ରଣାଳୟ ତତ୍ପରତା ପ୍ରକାଶ କରିଛି। ସିପିଂ ନିର୍ଦ୍ଦେଶାଳୟ ମୁମ୍ବାଇ ପକ୍ଷରୁ ସିଙ୍ଗାପୁର ପ୍ରଶାସନ ସହ ଯୋଗାଯୋଗ କରାଯାଇ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭହୋଇଛି। ଉଦ୍ଧାର କାର୍ଯ୍ୟ ପାଇଁ ୨ରୁ ୩ଟି ଜାହାଜ ସନ୍ଧାନ କାର୍ଯ୍ୟରେ ନିୟୋଜିତ କରାଯାଇଛି ।

ସାର୍ଥକଙ୍କ ମା’ ରଶ୍ମିତା ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଏହା ଉପରେ ବୃଦ୍ଧିତ କାର୍ଯ୍ୟାନୁଷ୍ଠାନ ପାଇଁ ଦିଲ୍ଲୀସ୍ଥିତ ଆବାସିକ କମିସନରଙ୍କୁ କୁହାଯାଇଥିଲା। ଆବାସିକ କମିସନର ବିଶାଲ ଗଗନ ସାର୍ଥକଙ୍କ ସମ୍ପର୍କର ତଥ୍ୟ ଦେବାକୁ ବନ୍ଦର, ସିଫି ଓ ଜଳପଥ ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ ଓ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଚିଠିଲେଖି ଜଣାଇଥିଲେ | ତେବେ ସାର୍ଥକ ଶେଷଥର ପାଇଁ ୩ ଫେବ୍ରୁଆରି ସକାଳ ୬ଟା ୧୫ ମିନିଟ୍ (ସ୍ଥାନୀୟ ସମୟ)ଭୈ ଜାହାଜରେ ଦେଖିବାକୁ ମିଳିଥିଲେ ବୋଲି ଆଫ୍ଲୋ-ଇଷ୍ଟର୍ଣ୍ଣ ସିପିଂ ମ୍ୟାନେଜମେଣ୍ଟ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ପରିବାରଲୋକଙ୍କୁ ଅବଗତ କରାଯାଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra Pradhan | Missing Marine Engineer Sarthak Mahapatra: Dharmendra Pradhan Writes to Jaishankar | Argus News