Bhubaneswar Crime / ଅଧାମରା ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କଲେ ଅଟୋ ଚାଳକ !

Key Points
ପୀଡ଼ିତାଙ୍କ ଘର ବିହାରରେ।
ପୋଲିସ୍ ଏକ ମାମଲା ରୁଜୁ କରି ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରୁଛି ।
ରାଜଧାନୀରେ ଚାଞ୍ଚଲ୍ୟ । ରାଜଧାନୀରେ ଘଟିଛି ଲୋମହର୍ଷଣକାରୀ ଘଟଣା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଶୋକ ନଗର ଅଞ୍ଚଳରୁ ଜଣେ ନାବାଳିକା ଉଦ୍ଧାର । ମେଡିକାଲରେ ଭର୍ତ୍ତି କଲା ପୋଲିସ । ନାବାଳିକାଙ୍କ ଘର ବିହାର ଅଞ୍ଚଳରେ କିନ୍ତୁ ସେ ଭୁବନେଶ୍ବରରେ ରୁହନ୍ତି । ଅଶୋକ ନଗରରେ ମୁର୍ମୁଷ ଅବସ୍ଥାରେ ନାବାଳିକା ଜଣଙ୍କ ପଡ଼ିଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ ।
ପୋଲିସ ନାବାଳିକାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ନାବାଳିକାଙ୍କ ସହ ଏଭଳି ପରିସ୍ଥିତି କେମିତି ହେଲା, ତାକୁ ନେଇ ଯାଞ୍ଚ କରୁଛି ପୋଲିସ । ନାବାଳିକା ସୁସ୍ଥ ହେବା ପରେ ତାଙ୍କ ବୟାନ ରେକର୍ଡ କରିବ କ୍ୟାପିଟାଲ ଥାନା ପୋଲିସ । ତାଙ୍କ ବୟାନ ଆଧାରରେ ମାମଲା ରୁଜୁ କରି ତଦନ୍ତ କରିବ କ୍ୟାପିଟାଲ ଥାନା ପୋଲିସ ।
ଏକ ସୂତ୍ରରୁ ଜଣାପଡ଼ିଛି ଯେ, ନାବାଳିକା ଜଣକ ଗଣବଳାତ୍କାରର ଶିକାର ହୋଇଛନ୍ତି। ପୀଡ଼ିତାଙ୍କ ଘର ବିହାରରେ। ପୋଲିସ୍ ଏକ ମାମଲା ରୁଜୁ କରି ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରୁଛି । ହେଲେ ଅଭିଯୁକ୍ତମାନଙ୍କର ଟେର ପାଇନାହିଁ।
ବିଳମ୍ବିତ ରାତିରେ ଏହି ୧୭ ବର୍ଷର ନାବାଳିକାକୁ କିଛି ଅଟେ ଚାଳକ ଦେଖିଥିଲେ । ରାସ୍ତା କଡ଼ରେ ଦରମରା ଅବସ୍ଥାରେ ସେ ପଡ଼ିଥିଲେ। କିଛି ଲୋକ ମାନସିକ ବିକୃତ ଭାବି ଅଣଦେଖା କରିଥିଲେ । ରାତି ଯେତେ ବଢ଼ିଥିଲା ନାବାଳିକା ଯନ୍ତ୍ରଣାରେ ଅଧିକ ଛଟପଟ ହେଉଥିଲେ । କିନ୍ତୁ ଅଟୋ ଚାଳକମାନେ ଘଟଣାସ୍ଥଳକୁ ଯାଇ ଦେଖିଥିଲେ ନାବାଳିକାର ଦେହର ବିଭିନ୍ନ ସ୍ଥାନରେ କ୍ଷତ ହୋଇଛି। ପିନ୍ଧିଥିବା ପୋଷାକ ଚିରା ହୋଇଛି। ଏହା ଦେଖି ସେମାନେ ପୋଲିସ୍କୁ ଫୋନ୍ କରିଥିଲେ।
ନାବାଳିକାଙ୍କୁ ମେଡିକାଲ ନିଆଯିବା ପରେ ଡାକ୍ତର ତାଙ୍କୁ ଚିକିତ୍ସା କରି କହିଥିଲେ ତାଙ୍କ ସହ ପାଶବିକ ଅତ୍ୟାଚାର ହୋଇଛି । ନାବାଳିକା ଜଣଙ୍କ କଥା ମଧ୍ୟ ହୋଇ ପାରୁନଥିଲେ। ତେଣୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।
📱 Get Argus News App
✨Related Topics
Explore more stories