Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Salary Hike / ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା, ବୃଦ୍ଧି ହେବ ପେନସନ୍ ଜାଣନ୍ତୁ କେତେ ?

Rashmita Mishra
Browse all articles by Rashmita Mishra
·7 months ago·2 min read
ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା, ବୃଦ୍ଧି ହେବ ପେନସନ୍ ଜାଣନ୍ତୁ କେତେ ?
Salary Hike

Key Points

ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା
ପୂର୍ବତନ ବିଧାୟକଙ୍କ ମଧ୍ୟ ବୃଦ୍ଧି ହେବ ପେନସନ
ବିଧାୟକ, ମନ୍ତ୍ରୀ, ଉପ ବାଚସ୍ପତି, ବାଚସ୍ପତି ଓ ପୂର୍ବତନ ବିଧାୟକଙ୍କର ବଢିବ ଦରମା 

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ ମଧ୍ୟ ବୃଦ୍ଧି ହେବ ପେନସନ୍ । ବିଧାୟକ, ମନ୍ତ୍ରୀ, ଉପ ବାଚସ୍ପତି, ବାଚସ୍ପତି ଓ ପୂର୍ବତନ ବିଧାୟକଙ୍କର ବଢ଼ିବ ଦରମା । ଦରମା ସହ ଭତ୍ତା ଓ ପେନସନ ବୃଦ୍ଧି ହେବ । ବିଧାନସଭାରେ ଏ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପନ ହେବ । ବିଲ୍ ଉପସ୍ଥାପ କରିବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ତେବେ ଏହା ପୂର୍ବରୁ ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ଦରମା ଓ ପେନସନ୍ ବୃଦ୍ଧି କରିବାକୁ ଉଭୟ ଶାସକ ଏବଂ ବିରୋଧୀଙ୍କ ସ୍ୱର ଏକ ହୋଇଥିଲା । ଦିନକୁ ଦିନ ବଜାର ଦର ବୃଦ୍ଧି ପାଉଥିବାରୁ ଦରମା ବୃଦ୍ଧି ସପକ୍ଷରେ ଜଣକ ପରେ ଜଣେ ବିଧାୟକ ଏବଂ ପୂର୍ବତନ ବିଧାୟକ ଦାବି କରିଥିଲେ । ଆଉ ଶେଷରେ ଏହାକୁ ଦେଖି ଏ ସମ୍ପର୍କରେ ବିଲ୍ ଉପସ୍ଥାପନ କରିବାକୁ ଯାଉଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ପୂର୍ବରୁ କୁହାଯାଇଥିଲା କି ପୂର୍ବତନ ବିଧାୟକମାନେ ରାଜ୍ୟରେ ବହୁ ଅସୁବିଧାରେ ଅଛନ୍ତି । କିଛି ବିଧାୟକଙ୍କ ପରିସ୍ଥିତି ଏପରି ହୋଇଛି ଯେ ସେମାନେ ମୂଲ ଲାଗୁଛନ୍ତି । ତେଣୁ ପୂର୍ବତନ ବିଧାୟକଙ୍କ ପେନସନ୍ ବଢ଼ାଇବାର ଆବଶ୍ୟକତା ରହିଛି ବୋଲି ବିଧାୟକମାନେ ଦାବି କରିଛନ୍ତି । ଏହାସହ ମେଡିସିନ ଖର୍ଚ୍ଚ ହେଉ କି ବଜାର ଦର ଯାହା ଅଛି ତାହା ପେନସନକୁ ଦେଖିଲେ ପର୍ଯ୍ୟାପ୍ତ ହେଉନି । ମୁଖ୍ୟମନ୍ତ୍ରୀ ଯେତେବେଳେ ବିଧାୟକ ଥିଲେ ସେତେବେଳେ ସେ ବିଧାୟକଙ୍କ ଦରମା ବୃଦ୍ଧି କରିବାକୁ ସେତେବେଳର ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ଦାବି ପୂରଣ କରିବା ପାଇଁ । ଆଉ ଏବେ ଏ ସମ୍ପର୍କିତ ବିଲ୍ ଆସିବାକୁ ଯାଉଛି ।

ବର୍ତ୍ତମାନ ଓଡ଼ିଶାର ବିଧାୟକମାନଙ୍କୁ ଦରମା ୩୫ ହଜାର ଟଙ୍କା, ବିଭିନ୍ନ ଭତ୍ତା ବାବଦକୁ ୬୫ ହଜାର ଟଙ୍କା ମିଳୁଛି । ଏହାସହ ତାଙ୍କୁ ମେଡିକାଲ ପାଇଁ ୫ ହଜାର, ଟେଲିଫୋନ ପାଇଁ ୮ ହଜାର ଟଙ୍କା ମିଳୁଛି । ଆଉ ଏହାପରେ ବିଧାନସଭା କମିଟି ଦରମା ଓ ଭତ୍ତା ବୃଦ୍ଧି କରିବାକୁ ସୁପାରିସ କରିଥିଲା ।

ପୂର୍ବତନ ବିଧାୟକ ଯେଉଁମାନେ ଥରୁଟିଏ ବିଧାୟକ ହୋଇଥିବେ ସେମାନଙ୍କୁ ପେନସନ ବାବଦକୁ ମାସକୁ ୩୦ ହଜାର ମିଳୁ ଥିବା ବେଳେ ବର୍ତ୍ତମାନ ୮୦ ହଜାର ମିଳିବ।
ଯେଉଁମାନେ ଅଧିକ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସେମାନଙ୍କୁ ଅତିରିକ୍ତ ୩୦୦୦ ଟଙ୍କା ମିଳିବ ।
ପୂର୍ବତନ ବିଧାୟକ ମାନଙ୍କ ଗସ୍ତ ଖର୍ଚ୍ଚ ବାବଦକୁ ୧୨ ହଜାର ଟଙ୍କା ମିଳିବ ।
ପୂର୍ବତନ ବିଧାୟକଙ୍କ ଚିକିତ୍ସା ଖର୍ଚ୍ଚ ୨୦୦୦ ହଜାର ମିଳୁଥିବା ବେଳେ ବର୍ତ୍ତମାନ ୨୫୦୦୦ ମିଳିବ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Salary Hike | MLA and Minister Salary to Increase — Pension Hike Expected Too: Know the Details | Argus News