Videos
|
Odisha

Weather News / ଓଡ଼ିଶାରୁ ବିଦାୟ ନେଲା ମୌସୁମୀ, ଏବେ କେମିତି ରହିବ ଆଗକୁ ପାଗ…

Ritu Das
Browse all articles by Ritu Das
·9 months ago·2 min read
ଓଡ଼ିଶାରୁ ବିଦାୟ ନେଲା ମୌସୁମୀ, ଏବେ କେମିତି ରହିବ ଆଗକୁ ପାଗ…

Key Points

ଓଡିଶାରୁ ଅପସାରଣ ହୋଇଛି ମୌସୁମୀ। ଚଳିତ ବର୍ଷ ନିର୍ଦ୍ଧାରିତ ପୂର୍ବରୁ ଓଡ଼ିଶା ଛୁଇଁଥିଲା ମୌସୁମୀ ବାୟୁ । ଓଡ଼ିଶା ଲରୁ ବିଦାୟ ନେବା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି ।

ଓଡିଶାରୁ ଅପସାରଣ ହୋଇଛି ମୌସୁମୀ। ଚଳିତ ବର୍ଷ ନିର୍ଦ୍ଧାରିତ ପୂର୍ବରୁ ଓଡ଼ିଶା ଛୁଇଁଥିଲା ମୌସୁମୀ ବାୟୁ । ଓଡ଼ିଶା ଲରୁ ବିଦାୟ ନେବା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ବୁଡ଼ାଇ ଭିଜାଇ ବିଦାୟ ନେବ ମୌସୁମୀ।


ଏଥିସହ ପଢ଼ନ୍ତୁ: ୧୫ରୁ କମିପାରେ ରାତି ତାପମାତ୍ରା,୨ରୁ ୩ ଡିଗ୍ରୀ ଖସିବ ପାରଦ


୨୪ ଘଣ୍ଟା ମଧ୍ୟରେ ୯ ଜିଲ୍ଲାରୁ ସମ୍ପୂର୍ଣ୍ଣ ବିଦାୟ ନେଲା ମୌସୁମୀ । ମୟୂରଭଞ୍ଜ, ଦେଓଗଡ, କେଉଁଝର, ବାଲେଶ୍ବର, ସୁନ୍ଦରଗଡ, ଝାରସୁଗୁଡ଼ା, ସମ୍ବଲପୂର୍, ସୋନପୁର, ବରଗଡ଼ ଜିଲ୍ଲାରୁ ସମ୍ପୂର୍ଣ୍ଣ ବିଦାୟ ନେଇଛି ମୌସୁମୀ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୭ ଜିଲ୍ଲାରୁ ଅଧିକାଂଶ ସ୍ଥାନରୁ ବିଦାୟ ନେଇଛି ମୌସୁମୀ । ବୌଦ୍ଧ, ଯାଜପୁର, ଭଦ୍ରକ, ଢେଙ୍କାନାଳ,ଅନୁଗୁଳ, ବଲାଙ୍ଗୀର , ନୂଆପଡ଼ାର କିଛି ସ୍ଥାନରୁ ଲେଉଟାଣି ନେଇଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ବିଦାୟ ନେବ। ଅନ୍ୟ ୧୪ ଜିଲ୍ଲାରୁ ଆଦୌ ମୌସୁମୀ ଅପସାରଣ ହୋଇନାହିଁ । ପାଗ ଅନୁକୂଳ ଅଛି ୨୪ ଘଣ୍ଟାରେ ବିଦାୟ ନେବ। ଏଥିସହିତ ଆଗାମୀ ୫ ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ।


୨୦୨୦ ମସିହାରେ ଅକ୍ଟୋବର ୨୬ ରୁ ୨୮ ଭିତରେ ଓଡ଼ିଶାରୁ ବିଦାୟ ନେଇଥିଲା ମୌସୁମୀ
୨୦୨୧ ମସିହାରେ ଅକ୍ଟୋବର ୧୧ ରୁ ୧୩ ମଧ୍ୟରେ ଓଡ଼ିଶାରୁ ବିଦାୟ ନେଇଥିଲା ମୌସୁମୀ।
୨୦୨୨ ମସିହାରେ ଅକ୍ଟୋବର ୨୦ରୁ ୨୧ ମଧ୍ୟରେ ବିଦାୟ ନେଇଥିଲା ମୌସୁମୀ।
୨୦୨୩ ରେ ଅକ୍ଟୋବର ୧୩ ରେ ଓଡ଼ିଶା ରୁ ସମ୍ପୂର୍ଣ୍ଣ ବିଦାୟ ନେଇଥିଲା ମୌସୁମୀ
୨୦୨୪ ରେ ଅକ୍ଟୋବର ୧୩ ରୁ ୧୫ ମଧ୍ୟରେ ଓଡ଼ିଶାରୁ ବିଦାୟ ନେଇଥିଲା ମୌସୁମୀ

Monsoon bids farewell to Odisha | Argus News