Monsoon; ଏଥର ଓଡିଶାକୁ ସଅଳ ଛୁଇଁଲା ମୌସୁମୀ ବାୟୁ

Key Points
ଶୀଘ୍ର ଆସିଛି ମୌସୁମୀ ବାୟୁ
ଓଡିଶା ଛୁଇଁଲା ମୌସୁମୀ । ଆଜି ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହୋଇଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଦକ୍ଷିଣ ଓଡିଶାର କିଛି ଅଞ୍ଚଳ କୁ ଅଗ୍ରସର ହୋଇଛି pic.twitter.com/60TofHjNAi
— usd (@usd0705) May 28, 2025
ଏଥର ଶୀଘ୍ର ଆସିଛି ମୌସୁମୀ ବାୟୁ । କେରଳକୁ 8 ଦିନ ପୂର୍ବରୁ ମୌସୁମୀ ଛୁଇଁଥିଲାବେଳେ ଓଡିଶାକୁ ଆଉ 3 ଦିନ ମଧ୍ୟରେ ଓଡିଶା ଛୁଇଁବ ବୋଲି କୁହାଯାଉଥିଲା । ହେଲେ ଶୀଘ୍ର ଛୁଇଁଛି ମୌସୁମୀ।
📱 Get Argus News App
✨ଚଳିତ ବର୍ଷ ଜୁନ୍ ମାସରେ ସ୍ବାଭାବିକ ଠାରୁ ଅଧିକ ମୌସୁମୀ ବର୍ଷା ହେବା ନେଇ ଗତକାଲି ପ୍ରେସ୍ ମିଟ୍ କରି ସୂଚନା ଦେଇଥିଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ୧୦୬ ପ୍ରତିଶତରୁ ଅଧିକ ବର୍ଷା ହେବା ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛନ୍ତି ।
ସେପଟେ ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଓଡିଶା ଉପକୂଳରେ ସକ୍ରିୟ ଲଘୁଚାପ କ୍ଷେତ୍ର ସ୍ପଷ୍ଟ ଚିହ୍ନିତ ହୋଇଛି । ଧିରେ ଧିରେ ଏହା ଘନୀଭୂତ ହେବ । ଧିରେ ଧିରେ ଉତ୍ତରମୁହାଁ ହେବା ସମ୍ଭାବନା । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଆହୁରି 31 ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।