|
logo
Live
Argus News App
GET APP

Argus News - ଧରାପଡ଼ିଲା ମୋଷ୍ଟ ଓ୍ୱାଣ୍ଟେଡ୍‌ ମୁନା ମହନ୍ତି, ଲୁକ୍‌ ଆଉଟ ନୋଟିସ ଜାରି କରିଥିଲା ପୋଲିସ

Odisha

SI Paper Leak / ଧରାପଡ଼ିଲା ମୋଷ୍ଟ ଓ୍ୱାଣ୍ଟେଡ୍‌ ମୁନା ମହନ୍ତି, ଲୁକ୍‌ ଆଉଟ ନୋଟିସ ଜାରି କରିଥିଲା ପୋଲିସ

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·2 min read
ଧରାପଡ଼ିଲା ମୋଷ୍ଟ ଓ୍ୱାଣ୍ଟେଡ୍‌ ମୁନା ମହନ୍ତି, ଲୁକ୍‌ ଆଉଟ ନୋଟିସ ଜାରି କରିଥିଲା ପୋଲିସ

Key Points

ପୋଲିସ ଡିଜି ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି, ପୋଲିସ ନିଯୁକ୍ତି ପରୀକ୍ଷା କିପରି ଠିକ ଭାବେ ହେବ ଓ ତ୍ରୁଟି ରହିବ ନାହିଁ ସେଥିପାଇଁ ଆଗରୁ ସଜାଗ ଥିଲା ପୋଲିସ ।

SI ପରୀକ୍ଷା ଘୋଟାଲା ମାମଲାରେ ମୋଷ୍ଟ ୱାଣ୍ଟେଡ୍‌ ଦଲାଲ ମୁନା ମହାନ୍ତି ଗିରଫ । ଦଶପଲ୍ଲା ନିକଟରୁ ତାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ମୁନାର ଅନ୍ୟତମ ସହଯୋଗୀ ସୁକାନ୍ତ ମହାରଣା ଓରଫ୍ ରିଙ୍କୁକୁ ମଧ୍ୟ ଗିରଫ କରିଛି କ୍ରାଇମବ୍ରାଞ୍ଚ । ମୁନା ଓ ରିଙ୍କୁ ସମେତ ୩ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା । ୩ ଜଣଙ୍କୁ ଗିରଫ ପରେ ବ୍ରହ୍ମପୁର ନିଆଯାଇଥିବା ସୂଚନା ।


ଅନ୍ୟପଟେ SI ପରୀକ୍ଷା କେଳେଙ୍କାରୀରେ ଡିଜିଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ପରୀକ୍ଷା ପୂର୍ବରୁ ଜିଲ୍ଲା ପେୋଲିସ ଓ ସ୍ପେଶାଲ ବ୍ରାଞ୍ଚକୁ କରାଯାଇଥିଲା ଆଲର୍ଟ । ଏସଆଇ ପରୀକ୍ଷା ପୂର୍ବରୁ ଦୂର୍ନୀତିର ଗନ୍ଧ ବାରିଥିଲା ପୋଲିସ । ସବୁ ଜିଲ୍ଲାର ପୋଲିସ ହେଡ କ୍ୱାଟର ସହ ସ୍ପେଶାଲ ବ୍ରାଞ୍ଚକୁ କରାଯାଇଥିଲା ଆଗୁଆ ଆଲର୍ଟ । ପୋଲିସ ଡିଜିଙ୍କ ଏଭଳି ବୟାନ ପରେ ଏସଆଇ ପରୀକ୍ଷା କେଳେଙ୍କାରୀକୁ ନେଇ ପୁଣି ଜୋର ଧରିଛି ଚର୍ଚ୍ଚା । ପୋଲିସ ଡିଜି ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି, ପୋଲିସ ନିଯୁକ୍ତି ପରୀକ୍ଷା କିପରି ଠିକ ଭାବେ ହେବ ଓ ତ୍ରୁଟି ରହିବ ନାହିଁ ସେଥିପାଇଁ ଆଗରୁ ସଜାଗ ଥିଲା ପୋଲିସ । ଯେଉଁଥିପାଇଁ ଏଭଳି ବଡ଼ ରାକେଟର ପର୍ଦ୍ଦାଫାସ ହେବା ସହ ଅଭିଯୁକ୍ତଙ୍କୁ ଧରାଯାଇ ପାରିଲା ।

ସେପଟେ ଏସଆଇ ପରୀକ୍ଷା କେଳେଙ୍କାରୀରେ ସାମ୍ନାକୁ ଆସିଛି ଆଉ ଦୁଇ ନୂଆ ଦୁଇ ଚେହେରା । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ଶ୍ରୀକାନ୍ତ ମହାରଣା ଓ ସୁକାନ୍ତ ମହାରଣା କିଏ ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ମାମଲାର ତଦନ୍ତ ଆରମ୍ଭ ହେବା ପରଠାରୁ ଏମାନଙ୍କ ନାଁ ସାମ୍ନାକୁ ଆସି ନଥିବା ବେଳେ ଏହି ରାକେଟରେ ଏମାନଙ୍କର କଣ ଭୂମିକା ରହିଛି ବୋଲି ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ କରିଛି ଷ୍ଟୁଡେଣ୍ଡ ଏଗନେଷ୍ଟ କରପସନ ସଙ୍ଗଠନ ।

ସେହିପରି ସ୍କାମ ପଛର ମୁଖ୍ୟ କାର୍ପଟଦାର ଶଙ୍କର ପୃଷ୍ଟିଙ୍କ ସହ ତାଙ୍କ ସ୍ତ୍ରୀ ଦିପ୍ତିମୟୀ ସାହୁ ଓ ମୁନା ମହାନ୍ତି ହାଇକେୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । କିନ୍ତୁ ଏବେ ମୁନା ଧରାପଡ଼ିଯାଇଛି । ସେପଟେ ମାମଲା ବ୍ରହ୍ମପୁର ରୁରାଲ କୋର୍ଟରୁ ଭିଜଲାନ୍ସକୋର୍ଟକୁ ହୋଇଛି ସ୍ଥାନାନ୍ତର ।

ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀର ତଦନ୍ତ ଏବେ କ୍ରାଇମବ୍ରାଞ୍ଚ ପାଖରେ ରହିଛି । ଗିରଫ ୧୧୪ ପରୀକ୍ଷାର୍ଥୀ ଓ ୫ ଦଲାଲଙ୍କ ମୋବାଇଇକୁ ଏସଏଫଏସଏଲ ପଠାଇ ଏମାନଙ୍କ ମଧ୍ୟରେ ଲିଙ୍କ କାଢ଼ିବାକୁ ଚେଷ୍ଠା କରୁଛି ତଦନ୍ତକାରୀ ସଂସ୍ଥା। ଶଙ୍କର, ତୃପ୍ତିମୟୀ ନାଁରେ ଲୁକ ଆଉଟ ସର୍କୁଲାର ଜାରି କରାଯାଇଛି । ଏମାନଙ୍କ ଆକାଉଣ୍ଟ ଫ୍ରିଜ କରାଯାଇଥିବା ବେଳେ ମାମଲାର ଚେର ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ କେବେ ପହଁଚୁଛି ତାହା ଉପରେ ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
SI Paper Leak: ଧରାପଡ଼ିଲା ମୋଷ୍ଟ ଓ୍ୱାଣ୍ଟେଡ୍‌ ମୁନା ମହନ୍ତି, ଲୁକ୍‌ ଆଉଟ ନୋଟିସ ଜାରି କରିଥିଲା ପୋଲିସ | Argus News