Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Humane Sagar / ହ୍ୟୁମାନଙ୍କ ମ୍ୟାନେଜର ଦିନେଶଙ୍କୁ ନେଇ ମାଆ କଲେ ବଡ଼ ଖୁଲାସା, ଦେଖନ୍ତୁ ଭିଡିଓ...

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ହ୍ୟୁମାନଙ୍କ ମ୍ୟାନେଜର ଦିନେଶଙ୍କୁ ନେଇ ମାଆ କଲେ ବଡ଼ ଖୁଲାସା, ଦେଖନ୍ତୁ ଭିଡିଓ...
Humane Sagar

Key Points

ହ୍ୟୁମାନଙ୍କ ରୋଜଗାର ସମ୍ବନ୍ଧରେ ମୁଁ କିଛି ଜାଣିନି । ହ୍ୟୁମାନଙ୍କ ପାଇଁ ମୁହଁ ଖୋଲିବାରୁ ମୋତେ ସେମାନେ ଧମକ ଚମକ ଦେଲେ ।
ହ୍ୟୁମାନଙ୍କ ମୃତ୍ୟୁକୁ ୬ ଦିନ ବିତିଲାଣି । ତଥାପି ବିବାଦ ଥମିବାର ନାଁ ଧରୁନି । ଏପଟେ ହ୍ୟୁମାନଙ୍କ ସାଙ୍ଗରେ ରହି କାମ କରୁଥିବା ତାଙ୍କ ମ୍ୟାନେଜରମାନେ ମାଙ୍କୁ ଦୋଷ ଦେଉଥିବା ବେଳେ ହ୍ୟୁମାନଙ୍କ ମାଆ କିନ୍ତୁ କହିଛନ୍ତି 'ସେ ସବୁ ମୁଁ କିଛି ଜାଣିନି' । ହ୍ୟୁମାନ ସାଗରଙ୍କ ମାଆ କରିଛନ୍ତି ବଡ଼ ଖୁଲାସା । ଦୁଇ ମ୍ୟାନେଜରଙ୍କ ବିରୋଧରେ ଆଣିଲେ ସଂଗୀନ ଅଭିଯୋଗ । କହିଲେ ହ୍ୟୁମାନଙ୍କ ବ୍ୟାଙ୍କ ଟ୍ରାଞ୍ଜାକ୍ସନ୍ କଥା ସବୁ ବୁଝୁଥିଲେ ଦିନେଶ ବେହେରା । ହ୍ୟୁମାନଙ୍କ ରୋଜଗାର ସମ୍ବନ୍ଧରେ ମୁଁ କିଛି ଜାଣିନି । ହ୍ୟୁମାନଙ୍କ ପାଇଁ ମୁହଁ ଖୋଲିବାରୁ ମୋତେ ସେମାନେ ଧମକ ଚମକ ଦେଲେ ।

ଅନ୍ୟପଟେ ହ୍ୟୁମାନ ଅସୁସ୍ଥ ହେବା ପଛର କାରଣ କ’ଣ ଖୋଜନ୍ତୁ କହିଲେ ବରିଷ୍ଠ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ । ସେ କହିଛନ୍ତି ହ୍ୟୁମାନ ଅସୁସ୍ଥ ହେବା ପଛରେ ଯେଉଁମାନଙ୍କ ଭୂମିକା ରହିଛି ସେମାନଙ୍କୁ ଖୋଜାଯାଉ । ହ୍ୟୁମାନ ଉଚ୍ଚକୁ ଯିବା ପରେ ଯେଉଁମାନେ ଡିଷ୍ଟର୍ବ କରିବାକୁ ଚାହୁଁଥିଲେ ସେମାନଙ୍କ ଧରାଯାଉ । ପ୍ରେମ ଆନନ୍ଦଙ୍କ ଏଭଳି ବୟାନ ପରେ, କିଏ ହ୍ୟୁମାନଙ୍କ ଅସୁସ୍ଥତାର କାରଣ ସେନେଇ ଚର୍ଚ୍ଚା ଜୋର ଧରିଛି ।

ଏପଟେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣାରେ ହ୍ୟୁମାନଙ୍କ ୨ ମ୍ୟାନେଜରଙ୍କ ନାଁରେ ଟାଉନ୍ ଥାନାରେ ଏତଲା ଦିଆଯାଇଛି । ବଲାଙ୍ଗୀର ଟାଉନ ଥାନାରେ ହ୍ୟୁମାନଙ୍କ ଦୁଇ ମ୍ୟାନେଜର ପ୍ରଶାନ୍ତ ବେହେରା ଓ ଦିନେଶ ବେହେରା ନାମରେ FIR ହୋଇଛି । କୋଶଲ ମୁକ୍ତି ମୋର୍ଚ୍ଚା ତରଫରୁ ବଲାଙ୍ଗୀର ଟାଉନ ଥାନାରେ ଏତଲା ଦିଆଯାଇଛି । ଏହା ସହ ହ୍ୟୁମାନ ସାଗରଙ୍କ ମା'ଙ୍କୁ ଦୁର୍ବ୍ୟବହାର ନେଇ ମଧ୍ୟ ମାମଲା ହୋଇଛି । ଦେହ ଖରାପ ସତ୍ତ୍ବେ ହ୍ୟୁମାନଙ୍କୁ ବିଭିନ୍ନ ଷ୍ଟେଜ ଶୋ' କରାଉଥିଲେ । ଯାହା ତାଙ୍କ ମୃତ୍ୟୁର କାରଣ ବୋଲି ଏତଲାରେ ଉଲ୍ଲେଖ କରାଯାଇଛି ।

ଏହା ସହ କଣ୍ଠଶିଳ୍ପୀଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ମା'ଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ମା'ଙ୍କୁ ଏଭଳି ଭାଷାରେ ଗାଳି ଦେବାକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି କୋଶଲ ମୁକ୍ତି ମୋର୍ଚ୍ଚା ।

ସୂଚନା ଅନୁସାରେ, ହ୍ୟୁମାନ ସାଗରଙ୍କ ମୃତ୍ୟୁ ପାଇଁ ଏକାଧିକ ଜଣଙ୍କୁ ଦାୟୀ କରିଥିଲେ ତାଙ୍କ ମାଆ । ଏମିତିକି ହ୍ୟୁମାନ ଅସୁସ୍ଥ ଥିବାବେଳେ ତାଙ୍କୁ ନେଇ ଷ୍ଟେଜ୍ ଶୋ' କରାଯାଉଥିଲା ବୋଲି କହିଥିଲେ। ସେହିପରି ହ୍ୟୁମାନଙ୍କ ମାଆ ଆହୁରି କହିଥିଲେ, ହ୍ୟୁମାନଙ୍କୁ ଧୋକା ଦିଆ ଯାଇଛି । ମୋ ପୁଅକୁ ମାରି ଦିଆଯାଇଛି । ୨ରୁ ୩ ମାସ ହେଲା ପୁଅ ଆସୁନଥିଲା, ସେ ମାନସିକ ଅବସାଦ (ଡିପ୍ରେସନ୍‌)ରେ ଥିଲା ।"

ହ୍ୟୁମାନଙ୍କ ସ୍ଵାସ୍ଥ୍ୟ ବିଗିଡ଼ିବା ଓ ମୃତ୍ୟୁକୁ ନେଇ ତାଙ୍କ ମ୍ୟାନେଜର ଓ ଷ୍ଟେଜ୍ ଶୋ' ଆୟୋଜକଙ୍କୁ ଦାୟୀ କରିଥିଲେ ତାଙ୍କ ମାଆ । ଏସବୁ ପାଇଁ ପପୁ, ପ୍ରଶାନ୍ତ ଓ ଜଣେ ମହିଳା କଣ୍ଠଶିଳ୍ପୀଙ୍କୁ ଖୋଲାଖୋଲି ଭାବେ ଦୋଷ ଦେଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Humane Sagar | Mother makes big revelation about human Sagar's manager Dinesh Behera | Argus News