Naba das murder new twist / ନବ ଦାସ ହତ୍ୟା ମାମଲାର ନୁଆ ଟ୍ବିଷ୍ଟ, PSO କହିଲେ ଗୋପାଳ ଗୁଳିମାଡ଼ କରୁଥିବା ଦେଖିନି
·1 month ago·2 min read

Key Points
ନବ ଦାସ ହତ୍ୟା ମାମଲାର ନୁଆ ଟ୍ବିଷ୍ଟ,
PSO କହିଲେ ଗୋପାଳ ଗୁଳିମାଡ଼ କରୁଥିବା ଦେଖିନି
ତତ୍କାଳୀନ PSO ମିତ୍ରଭାନୁ ଦେଓଙ୍କର ହେଲା ସାକ୍ଷ୍ୟ ଗ୍ରହଣ
ଝାରସୁଗୁଡା ଜିଲ୍ଲା ଓ ଦୌରାଜଜ୍ଙ୍କ ଅଦାଲତରେ ସାକ୍ଷ୍ୟ ଗ୍ରହଣ

ନବ ଦାସ ହତ୍ୟା ମାମଲାରେ ସାମ୍ନାକୁ ଆସିଲା ନୁଆ ଟ୍ବିଷ୍ଟ। PSO କହିଲେ ଗୋପାଳ ଗୁଳିମାଡ଼ କରୁଥିବା ଦେଖିନି। ଘଟଣା ସମୟରେ ନବ ଦାସଙ୍କ ସହ ପୋଲିସ ଅଙ୍ଗରକ୍ଷୀ(PSO) ମିତ୍ରଭାନୁ ଦେଓର ସାକ୍ଷ ଗ୍ରହଣ କଲେ ଝାରସୁଗୁଡା ଜିଲ୍ଲା ଓ ଦୌରାଜଜ କୋର୍ଟ। ଘଟଣାର ସାକ୍ଷୀ ଥିବା ପୂର୍ବତନ ପିଏସଓ ମିତ୍ରଭାନୁ ଦେଓଙ୍କ ଦେଇଥିବା ବୟାନକୁ ନେଇ ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲ କହିଛନ୍ତି ନବ ଦାସଙ୍କୁ ଗୁଳି ମାଡ଼ ସମୟରେ ପିଏସଓ ମିତ୍ରଭାନୁ ଦେଓ ସାଙ୍ଗରେ ଥିବା ପଛ ଗାଡ଼ିରେ ଥିଲେ କିନ୍ତୁ ଘଟଣା ସ୍ଥଳରେ ବାଣ ଫୁଟୁଥିବାରୁ ସେ ଜାଣି ପାରିନାହାନ୍ତି ନବ ଦାସକୁ ଗୁଳି ମାଡ଼ କଲା କିଏ । ଗୋପାଳ ହାତରେ ବନ୍ଧୁକ ଦେଖିଥିବା କହିଛନ୍ତି କିନ୍ତୁ ଗୁଳି ମାଡ଼ କରିବା ଦେଖିନାହାନ୍ତି ବୋଲି କହିଛନ୍ତି ପିଏସଓ ମିତ୍ରଭାନୁ ଦେଓ ।
ଗତ ୨୦୨୩ ଜାନୁଆରୀ ୨୯ ତାରିଖରେ ତତକାଳୀନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସେ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଯାଇଥିଲେ, ଯେଉଁଠି ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ସେଠାକାର ଗାନ୍ଧିଛକ ଫାଣ୍ଡିରେ କାର୍ଯ୍ୟରତ ଥିବା ପୁଲିସ କର୍ମଚାରୀ ଗୋପାଳ ଦାସ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ।
ସେପଟେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ କେତେବେଳେ କରାଗଲା ଫାୟାରିଂ? ଏବେ ଦୀପାଳିଙ୍କ ବୟାନକୁ ନେଇ ନୂଆ ବିବାଦ ଛିଡାହୋଇଛି । ପୋଲିସର FIR ଅନୁସାରେ ମଧ୍ୟାନ୍ନ 12.15ରେ ନବ ଦାସଙ୍କୁ ଗୁଳି ମାଡ଼ କରାଯାଇଥିଲା । ଏପରିକି ଗୋପାଳ ବି ତା ବୟାନରେ ସମାନ କଥା କହିଥିଲା । ନବ ଦାସଙ୍କ ବୋହୁ ବି ସେୟା କହିଥିଲେ । କିନ୍ତୁ ନବ ଦାସଙ୍କ ଶ୍ରାଦ୍ଧବାର୍ଷିକିରେ ଦୀପାଳିଙ୍କ ବୟାନ ଦୋମୁହାଁ ଚରିତ୍ର ସାମନାକୁ ଆଣିଛି । ଗୋଟେ ପଟେ ଦୀପାଳି କହୁଛନ୍ତି ମଧ୍ୟାନ୍ନ 12.27 ସେହିଦିନ ତାଙ୍କ ବାପାଙ୍କ ମୋବାଇଲରୁ କଲ ଆସିଥିଲା । ଆଉ ଦିନ 12ଟା 45ରେ ବାପାଙ୍କୁ ହୋଇଥିଲା ଗୁଳିମାଡ଼।
ସେତେବେଳେ ଏହି ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ କରିଥିବାବେଳେ ସନ୍ଦେହ ଘେରରେ ଥିଲା ତତ୍କାଳୀନ ବିଜେଡି ସରକାରର ଆଭିମୁଖ୍ୟ। ବାପାଙ୍କ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ବଦଳରେ ପୁରା ଚୁପ୍ ରହିଥିଲେ ଦୀପାଳି । ପୁଣି ଦୀପାଳି ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ବିଧାୟିକା ହେଲେ। ତା ପରେ ବି ବାପାଙ୍କ ହତ୍ୟାକାଣ୍ଡ ନେଇ ଚୁପ୍ ରହିଥିଲେ ଦୀପାଳି । ମାଆ ଓ ଭାଇ ଷଡ଼ଯନ୍ତ୍ର କଥା କହିଲେ, ହେଲେ ଦୀପାଳି ନିରବ ରହିଲେ । ସେତେବେଳେ ଚୁପ ରହିଥିବା ବିଜେଡି ଏବେ କୁମ୍ଭୀର କାନ୍ଦଣା କାନ୍ଦି ସିବିଆଇ ତଦନ୍ତ ଦାବି କରିଛି । ଆଇନମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନ କହିଲେ ଖୁବଶୀଘ୍ର ହେବ ହତ୍ୟାକାଣ୍ଡର ଖୁଲାସା
ପଢନ୍ତୁ ଏହି ଖବର: ନବ ଦାସଙ୍କୁ କେତେବେଳେ କରାଗଲା ଫାୟାରିଂ ? FIR କହୁଛି ୧୨:୧୫, ଦୀପାଳି କହୁଛନ୍ତି ୧୨:୪୫

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories