Nuapada By Election / କମିଲା ନବୀନଙ୍କ କ୍ରେଜ: ଆଗରେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ, ବହୁ ପଛରେ ବିଜେଡି
·4 months ago·2 min read

Key Points
କମିଲା ନବୀନ ପଟ୍ଟନାୟକଙ୍କ କ୍ରେଜ
ବିଜେଡିକୁ ପଛରେ ପକାଇ ଆଗରେ ବିଜେପି ପ୍ରାର୍ଥୀ
୧୪ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୪୬,୭୧୩ ଭୋଟରେ ଆଗୁଆ

ଖୁବ୍ ଶୀଘ୍ର ନୂଆପଡ଼ା ବିଧାନସଭା ନିର୍ବାଚନୀ ମଣ୍ଡଳୀ ଦେଖିବ ନୂତନ ବିଧାୟକ । ଆଉ ମାତ୍ର କେଇ ଘଣ୍ଟା ପରେ ଜନାଦେଶ ସ୍ପଷ୍ଟ ହୋଇଯିବ । ତଥାପି ଭାରତୀୟ ଜନତା ପାର୍ଟିର ବିଧାୟକ ତାଲିକାରେ ଆଉ ଜଣଙ୍କ ନାଁ ଯୋଡ଼ି ହେବାକୁ ଯାଉଥିବା ସନ୍ଦେହ ଧିରେ ଧିରେ ଦୃଢ଼ୀଭୂତ ହେବାରେ ଲାଗିଛି । କାରଣ ୧୪ ତମ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଆଗରେ ରହିଛନ୍ତି । କିନ୍ତୁ ମୁଖ୍ୟ ବିରୋଧୀ ଦଳ ଆସନରେ ବସୁଥିବା ବିଜେଡ଼ିକୁ ନିରାଶ ହେବାକୁ ପଡ଼ିଛି । ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଦ୍ୱିତୀୟ ନୁହେଁ ବରଂ ତୃତୀୟ ସ୍ଥାନରେ ରହିଛନ୍ତି । ୧୪ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୪୬,୭୧୩ ଭୋଟରେ ଆଗୁଆ ଆଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପି ପ୍ରାର୍ଥୀ ୬୮,୫୬୪ ଭୋଟ୍ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୨୧,୮୫୧ ଭୋଟ୍ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୨୧୪୬୦ ଭୋଟ୍ ମିଳିଛି ।
ସୂଚନାଯୋଗ୍ୟ, ମୋଟ ୩୫୮ ବୁଥ ପାଇଁ ୧୪ଟି ଟେବୁଲରେ ୨୬ ରାଉଣ୍ଡ ଗଣତି ହେବ। ପ୍ରତ୍ୟେକ ଟେବୁଲରେ ୩ ଜଣ ଅଧିକାରୀ ରହିଛନ୍ତି। ବିଜୟ ଦୌଡ଼ରେ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ । ରାଜନୀତିର ଜବରଦସ୍ତ ରଙ୍ଗରେ ରଙ୍ଗାୟିତ ନୂଆପଡ଼ା ଉପନିର୍ବାଚନ । ବିଜେପିର ଜୟ ଢୋଲକିଆ, ବିଜେଡିର ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସର ଘାସୀରାମ ମାଝିଙ୍କ ତ୍ରିକୋଣୀୟ ଲଢ଼େଇ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ନବୀନ ପଟ୍ଟନାୟକଙ୍କ ପ୍ରଚାର ଯୁଦ୍ଧ ସରଗରମ ରହିଥିଲା। ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ରାଉଣ୍ଡ ଶେଷ ହେବା ପରେ ଚିତ୍ର ସ୍ପଷ୍ଟ ହୋଇଆସୁଛି ।
ଏଥିସହ ପଢ଼ନ୍ତୁ: ୧୩ ରାଉଣ୍ଡ ସୁଦ୍ଧା ୪୩, ୨୩୪ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
ଟ୍ରେଣ୍ଡ ତଥା ୧୪ ରାଉଣ୍ଡ ଗଣତି ଶେଷ ହୋଇଛି । ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଜୋରସୋରରେ ଆଗେଇ ଚାଲିଛନ୍ତି । ଯାହା ଦେଖିବାକୁ ମିଳୁଛି ବିଜେପି ପ୍ରାର୍ଥୀଙ୍କୁ ଆଉ ଛୁଇଁପାରିବ ନାହିଁ ବିଜେଡି ହେଉ କି କଂଗ୍ରେସ। ସ୍ପଷ୍ଟ ହୋଇପଡୁଛି ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକାଶ ପାଇଥିବା ଭୋଟ ଗଣତି ଉପରେ। ଏଥର ନୂଆପଡା ଭୋଟିଂରେ ରେକର୍ଡ କରିଥିବା ବେଳେ ଫଳାଫଳକୁ ନେଇ ସାଧାରଣରେ ବଢ଼ିଛି ଉତ୍କଣ୍ଠା । ନୂଆପଡ଼ା ଫଳାଫଳ ସରକାର ଉପରେ ସିଧାସଳଖ କୌଣସି ପ୍ରଭାବ ପକାଉନଥିଲେ ମଧ୍ୟ ପ୍ରମୁଖ ୩ ରାଜନୈତିକ ଦଳ ଭିତରୁ କିଏ ଏକ-ଦୁଇ ଓ ତିନି ନମ୍ବରରେ ରହିବେ ତା’ ଉପରେ ରହିଛି ନଜର ।
ଏହା ମଧ୍ୟ ପଢ଼ନ୍ତୁ: ଦ୍ୱାଦଶ ରାଉଣ୍ଡ: ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
କାରଣ ଏହି ପୋଜିସନ ହିଁ ତିନି ପ୍ରମୁଖ ରାଜନୈତିକ ଦଳର ଦଶା ଓ ଦିଶାକୁ ପ୍ରମାଣିତ କରିବ । ଆଉ କିଛି ସମୟର ଅପେକ୍ଷା ଆଉ କିଛି ରାଉଣ୍ଡର ଅପେକ୍ଷା । ନୂଆପଡାବାସୀ କାହାକୁ ପିନ୍ଧାଇବେ ବିଜୟ ମୁକୁଟ ଦେଖିବାକୁ ବାକି ରହିଲା। ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ରାଉଣ୍ଡ ଶେଷ ହେବା ପରେ ଚିତ୍ର ସ୍ପଷ୍ଟ ହୋଇଆସୁଛି । ଦିନ ସାଢ଼େ ୨ଟା ସୁଦ୍ଧା ସବୁ ଫଳାଫଳ ସାମ୍ନାକୁ ଆସିଯିବ ବୋଲି ଆଶା କରାଯାଉଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories