ବିରୋଧୀଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ

Key Points
ଡିହାଇଡ୍ରେସନ ଯୋଗୁଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ
ଚିକିତ୍ସା ପାଇଁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି
କିଛି ଦିନ ତଳେ ମୁମ୍ବାଇରୁ ଅସ୍ତ୍ରୋପଚାର ପରେ ଫେରିଥିଲେ
ବିଗିଡ଼ିଲା ନବୀନଙ୍କ ସ୍ବାସ୍ଥ୍ୟ। ଡିହାଇଡ୍ରେସନ ଯୋଗୁଁ ଅସୁସ୍ଥ ହୋଇପଡିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନ ପ୍ରାୟ ୫.୧୫ରେ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବରର ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ସମ୍ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।
କିଛି ଦିନ ପୂର୍ବରୁ ମୁମ୍ବାଇର କୋକିଳବେନ ହସ୍ପିଟାଲରେ ଅପରେଶନ କରାଇ ଫେରିଥିବା ନବୀନଙ୍କର ସ୍ୱାସ୍ଥ୍ୟବସ୍ଥା ଆଉ ମଧ୍ୟ ଠିକ ନ ଥିବା ଜଣାପଡ଼ିଛି। ଗତ ସାଧାରଣ ନିର୍ବାଚନ ସମୟରେ ମଧ୍ୟ ସେ ଅସୁସ୍ଥ ଥିବା କଥା ଜଣାପଡ଼ିଥିଲା, ହେଲେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ସୁସ୍ଥ ଥିବା ଦାବି କରିଥିଲେ। ତଥାପି, ପରେ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଜାରି ରହିଛି।