Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Naxal surrender policy / ନକ୍ସଲମୁକ୍ତ ଓଡ଼ିଶା ପାଇଁ ନୂଆ ରୋଡମ୍ୟାପ୍, ମୁଣ୍ଡଜାମିନ ପୁରସ୍କାର ରାଶି ଅତ୍ୟଧିକ ବୃଦ୍ଧି

Bikash Mohanty
Browse all articles by Bikash Mohanty
·5 months ago·2 min read
ନକ୍ସଲମୁକ୍ତ ଓଡ଼ିଶା ପାଇଁ ନୂଆ ରୋଡମ୍ୟାପ୍, ମୁଣ୍ଡଜାମିନ ପୁରସ୍କାର ରାଶି ଅତ୍ୟଧିକ ବୃଦ୍ଧି
Naxal surrender

Key Points

ନକ୍ସଲମୁକ୍ତ ଓଡ଼ିଶା ପାଇଁ ହେଲା ନୂଆ ରୋଡମ୍ୟାପ୍
ମୁଣ୍ଡଜାମିନ ପୁରସ୍କାର ରାଶିକୁ ଅତ୍ୟଧିକ ବୃଦ୍ଧି
ପଲିଟବ୍ୟୁରୋ ସଭ୍ୟଙ୍କ ପାଇଁ ସର୍ବାଧିକ ୧.୧୦ କୋଟି ଟଙ୍କା,

ନକ୍ସଲମୁକ୍ତ ଓଡ଼ିଶା ପାଇଁ ହେଲା ନୂଆ ରୋଡମ୍ୟାପ୍।  ଦୁଇମାସରେ ଦ୍ୱିତୀୟ ସଂଶୋଧିତ ପ୍ୟାକେଜ୍।  ଫେବୃୟାରୀ ୯ ତାରିଖରେ ଗୃହ ବିଭାଗ ଜାରି କରିଥିବା ବିଜ୍ଞପ୍ତିରେ, ଥଇଥାନ ପ୍ୟାକେଜ୍ ବା ପୁନର୍ବାସ ନୀତିରେ ସର୍ବଭାରତୀୟସ୍ତରର କ୍ୟାଡରଙ୍କ ପାଇଁ ନୂଆ ନିୟମ ଯୋଡ଼ାଯାଇଛି । ନୂତନ ନିୟମ ଅନୁସାରେ, ଯଦି କୌଣସି ନକ୍ସଲ ଓଡ଼ିଶାର ବାସିନ୍ଦା ନୁହଁନ୍ତି କିନ୍ତୁ ଓଡ଼ିଶାରେ ସକ୍ରିୟ ଅଛନ୍ତି, ସେମାନେ ମଧ୍ୟ ଏହି ଯୋଜନାରେ ସମସ୍ତ ସୁବିଧା ପାଇପାରିବେ ।   

ନୂଆ ନୀତିରେ ମୁଣ୍ଡଜାମିନ ପୁରସ୍କାର ରାଶିକୁ ଅତ୍ୟଧିକ ବୃଦ୍ଧି କରାଯାଇଛି । କେନ୍ଦ୍ରୀୟ କମିଟି ସଭ୍ୟ ବା ପଲିଟବ୍ୟୁରୋ ସଭ୍ୟଙ୍କ ପାଇଁ ସର୍ବାଧିକ ୧.୧୦ କୋଟି ଟଙ୍କା, ରାଜ୍ୟ କମିଟି ସଭ୍ୟଙ୍କ ପାଇଁ ୫୫ ଲକ୍ଷ ଟଙ୍କା ଓ ଆଂଚଳିକ କମିଟି ସଭ୍ୟଙ୍କ ପାଇଁ ୩୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଧାର୍ଯ୍ୟ ହୋଇଛି । ଏହାବ୍ୟତୀତ, ୫ ଲକ୍ଷ ଟଙ୍କାରୁ ଅଧିକ ପୁରସ୍କାର ଥିବା ସକ୍ରିୟ ନକ୍ସଲମାନେ ଆତ୍ମସମର୍ପଣ କଲେ ସେମାନଙ୍କୁ ଅତିରିକ୍ତ ୧୦ ଲକ୍ଷ ଟଙ୍କାର ଏକକାଳୀନ ରାଶି ଫିକ୍ସଡ୍ ଡିପୋଜିଟ୍ ଆକାରରେ ଦିଆଯିବ ।

ପଢ଼ନ୍ତୁ ଏହି ଖବର: ୨୦୨୭ ମାର୍ଚ୍ଚ ସୁଦ୍ଧା ସବୁ ଗାଁ’କୁ ପାଇପ୍‌ ପାଇଁ ଯୋଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରୁଥିବା କ୍ୟାଡରମାନଙ୍କ ପାଇଁ ସରକାର ସ୍ୱତନ୍ତ୍ର ଦର ତାଲିକା ଜାରି କରିଛନ୍ତି । ଏଲଏମଜି ବନ୍ଧୁକ ପାଇଁ ୪.୯୫ଲକ୍ଷ ଟଙ୍କା, ଏକେ-୪୭ ପାଇଁ ୩.୩୦ଲକ୍ଷ ଟଙ୍କା, ଇନସାସ୍ ବା ଏସଏଲଆର ରାଇଫଲ୍ ପାଇଁ ୧.୬୫ଲକ୍ଷ ଟଙ୍କା ଅଲଗା ଭାବେ ପ୍ରଦାନ କରାଯିବ । ଏପରିକି ଗୋଟିଏ ଗ୍ରେନେଡ୍ ପାଇଁ ୫୫୦ ଟଙ୍କା ଓ ପ୍ରତିଟି ଗୁଳି ପାଇଁ ୫୫ ଟଙ୍କାର ପୁରସ୍କାର ରଖାଯାଇଛି । କୌଣସି ଅସ୍ତ୍ର ନଥାଇ ଆତ୍ମସମର୍ପଣ କଲେ ମଧ୍ୟ ସମସ୍ତଙ୍କୁ ଅତିରିକ୍ତ ୨୫ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ।    

ରାଜ୍ୟ ଗୃହ ବିଭାଗ ଗତ ୨୦୨୫ ନଭେମ୍ବର ୨୭ ତାରିଖରେ ଜାରି ସଂଶୋଧିତ ପୁନର୍ବାସ ନୀତିକୁ ମାତ୍ର ତିନିମାସ ମଧ୍ୟରେ ପୁଣିଥରେ ସଂଶୋଧନ କରିଛନ୍ତି ।  ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶାକୁ ନକ୍ସଲମୁକ୍ତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏବେ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ କରିଛନ୍ତି ।   

ଗତ ସପ୍ତାହରେ ମାଓ  ମୁକ୍ତ ଅଞ୍ଚଳ ହୋଇଥିଲା  କୋରାପୁଟ ଜିଲ୍ଲା। ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନଓ୍ୱର ବିଶାଳ ସିଂ ସୂଚନା ଦେଇଛନ୍ତି।  ସେପଟେ ACM ରାଙ୍କର ଜଣେ ମହିଳା ମାଓବାଦୀ ମମତା ପୋଡିଆମି କୋରାପୁଟ ପୁଲିସ ନିକଟରେ ଆତ୍ମ ସମର୍ପଣ କରିଥିଲା। ନିଜ ବନ୍ଧୁକ ସହ ଆତ୍ମସମର୍ପଣ କରିଛନ୍ତି ମମତା ପଡିଆମୀ ।  ସେପଟେ ବୌଦ୍ଧ ଜିଲ୍ଲା ବି  ସମୁର୍ଣ୍ଣ ମାଓ ମୁକ୍ତ ହୋଇଛି । ବୌଦ୍ଧ ରେ ଆଉ ମାଓ ନାହାନ୍ତି  ବୋଲି କହିଛନ୍ତି ଏସ.ପି  ନୀତି ଶେଖର।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Naxal surrender policy | Naxal Free Odisha New Roadmap | Reward Amount Increased Up To ₹1.10 Crore | Argus News