Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

No Limit / ଲିମିଟ୍ କ୍ରସ କରି ଛାତି ଥରାଉଥିଲା 'ନୋ ଲିମିଟ୍'

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ଲିମିଟ୍ କ୍ରସ କରି ଛାତି ଥରାଉଥିଲା 'ନୋ ଲିମିଟ୍'
No Limit Bar

Key Points

ବିନା ବାର ଲାଇସେନ୍ସରେ ବେଧଡକ ଚାଲିଥିଲା ମଦ ବେପାର ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ବି ଶୁଣୁନଥିଲା ପୋଲିସ ।

'ନୋ ଲିମିଟ୍‌'ରେ କେମିତି ଲାଗିଲା ନିଆଁ, ଖୋଲୁଛି ଗୁମର । ନିଝୁମ୍ ରାତିରେ ନିଶାଚୁର ହେଉଥିଲେ ଯୁବକ, ଯୁବତୀ । ଲିମିଟ୍ କ୍ରସ କରି ଛାତି ଥରାଉଥିଲା 'ନୋ ଲିମିଟ୍' । ବିନା ବାର ଲାଇସେନ୍ସରେ ବେଧଡ଼କ ଚାଲିଥିଲା ମଦ ବେପାର । ଅବକାରୀ ଅଧୀକ୍ଷକ କହିଲେ, ଅଭିଯୁକ୍ତଙ୍କ ବିରୋଧରେ ହେବ ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ।

ଗୋଆ ହରର୍ ପରେ ଥରହର ହେଲା ଭୁବନେଶ୍ୱର । ଅଗ୍ନିକାଣ୍ଡରେ ଜଳିଗଲା କୋଟି କୋଟି ଟଙ୍କାର ସମ୍ପତ୍ତି । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ 'ନୋ ଲିମିଟ ଏୟାର' ସକାଳ ପ୍ରାୟ ୮ ଟା ୩୦ ରେ ଜଳୁଥିବା ଦେଖି ଅଗ୍ନିଶମ ବିଭାଗର ୫ଟି ଟିମ ପହଁଛି ନିଆଁକୁ ଆୟତ୍ତ କରିଛି । କିନ୍ତୁ ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନି । ଅଭିଯୋଗ ଅନୁସାରେ, ବିନା ଅବକାରୀ ଲାଇସେନ୍ସରେ ଚାଲିଥିଲା ମଦର ଆସର ।

ନିଶା ଚଢ଼ିବା ପରେ ରୁଫ ଟଫରେ ମିଳୁଥିଲା ହୁକା । DJର ତାଳେ ତାଳେ ନିୟମ କାନୁନର ଧଜିଆ ଉଡ଼ାଉଥିଲେ ନୋ ଲିମିଟକୁ ଆସୁଥିବା ଯୁବପୀଢ଼ି। କର୍ତ୍ତୃପକ୍ଷଙ୍କର ନା ଥିଲା ପୋଲିସକୁ ଭୟ, ନା ଥିଲା ଅବକାରୀ ବିଭାଗକୁ ଖାତିର । ରେଷ୍ଟୁରାଣ୍ଟ ନାଁରେ ରାତିତମାମ ରାଜଧାନୀରେ ଚାଲୁଥିଲା ତାମ୍‌ସା ।

ଲାଇସେନ୍ସ ନଥିଲା କିନ୍ତୁ ପଡିଥିଲା ପୁଳା ପୁଳା ମଦ ବୋତଲ । ଅଭିଯୋଗ ହେଉଛି, ରାଜମହଲରେ ଥିବା 'ନୋ ଲିମିଟ୍' ବ୍ରାଞ୍ଚରୁ ସେଠାକୁ ସପ୍ଲାଏ ହଉଥିଲା ମଦ । ବ୍ୟାଚଲର୍ ପାର୍ଟି, ବାର୍ଥ ଡେ' ପାର୍ଟି ହେଲେ ନିଶା ଖାଇ ନାକେଦମ କରୁଥିଲେ ନିଶାଡ଼ି । କିଛି ମାସ ତଳେ ମଧ୍ୟ ଠିକ ସେହି ସ୍ଥାନରେ ବିଳମ୍ବିତ ରାତିରେ ଯୁବକଙ୍କୁ ହୋଇଥିଲା ଛୁରାମାଡ଼ । ସବୁଦେଖି ମଧ୍ୟ ନିଦାବିଷ୍ଣୁ ପାଲଟିଥିଲା ପୋଲିସ । କୁମ୍ଭକର୍ଣ୍ଣ ନିଦରେ ଶୋଇଥିଲା ଅବକାରୀ ବିଭାଗ।

ଅଗ୍ନିକାଣ୍ଡ ପରେ ସାମ୍ନାକୁ ଆସିଛି ବାର୍‌ର ଏକ ରେଜିଷ୍ଟ୍ରର। ଯେଉଁଥିରେ ମାସିକିଆ ଚାନ୍ଦା ଦିଆଯାଉଥିବା ଉଲ୍ଲେଖ ରହିଛି । କାହାକୁ କେତେ ଟଙ୍କା ଦିଆଯାଉଛି, ସେନେଇ ରେଜିଷ୍ଟ୍ରର ଖାତାରେ ଉଲ୍ଲେଖ ରହିଛି । ତେବେ ଏହି ଅଗ୍ନିକାଣ୍ଡ ଘଟଣା ପରେ ଅଭିଯୁକ୍ତଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଅବକାରୀ ଅଧିକ୍ଷକ।

ନର୍ଥ ଗୋଆରେ ବାରରେ ଭୟାବହ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ ପରେ ଦୁଇ ଦିନ ତଳେ ସହରରେ ଥିବା ବାର, କ୍ଲବ, ରେଷ୍ଟୁରାଣ୍ଟର ଅଗ୍ନି ନିରାପତ୍ତା ସାର୍ଟିଫିକେଟ ଯାଞ୍ଚ ନେଇ ନିର୍ଦ୍ଦେଶ ଦେଇଥିଲେ ଅଗ୍ନିଶମ ଡିଜି । କିନ୍ତୁ ଏହି ଅଗ୍ନିକାଣ୍ଡ ବିଭାଗୀୟ ଅପାରଗତାକୁ ପଦାରେ ପକାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored