Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Nuapada By Election / ନୂଆପଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ରାଜନୀତି ମାହୋଲ ସରଗରମ

Rashmita Mishra
Browse all articles by Rashmita Mishra
·9 months ago·2 min read
ନୂଆପଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ରାଜନୀତି ମାହୋଲ ସରଗରମ

Key Points

ନୂଆପଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ
ନଭେମ୍ବର ୧୧ରେ ଭୋଟ, ୧୪ରେ ଫଳାଫଳ
ଜୟ ଢୋଲକିଆ ବିଜେଡି ଛାଡ଼ି ବିଜେପିରେ ଯୋଗ, ଦଳକୁ ଲାଗିଲା ଝଟକା

ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ବିଜ୍ଞପ୍ତି ପରେ ଆରମ୍ଭ ହେବ ନାମାଙ୍କନ ଦାଖଲ ପ୍ରକ୍ରିୟା । ୨୦ ତାରିଖରେ ଶେଷ ହେବ ନାମାଙ୍କନ ଦାଖଲ । ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୪ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର । ଅକ୍ଟୋବର ୨୪ ପୂର୍ବରୁ ନାମାଙ୍କର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ ।

ନଭେମ୍ବର ୧୧ରେ ଭୋଟଗ୍ରହଣ କରାଯିବାକୁ ଥିବା ବେଳେ ୧୪ନଭେମ୍ବରରେ ଆସିବ ଫଳାଫଳ। ନୂଆପଡ଼ା ଉପନିର୍ବାଚନକୁ ମାସେ ବାକି ରହିଥିବା ବେଳେ ଆଜିଠୁ ଆରମ୍ଭ ହେବ ପ୍ରକ୍ରିୟା । ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ପରେ ବିଜେଡିକୁ ଲାଗିଛି ବଡ଼ ଝଟକା । ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ।

ଜୟ ଢୋଲକିଆ ବିଜେପିରେ ମିଶିବା ପରେ ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳକୁ ଲାଗିଛି ଶକ୍ତ ଝଟକା । ପୂର୍ବରୁ ଯେଉଁ ଗେମ୍ କରୁଥିଲା ବିଜେଡି ଏବେ ସେହି ଭଳି ଗେମରେ ଫସିଯାଇଛି ଦଳ । ୨୪ ବର୍ଷର ଶାସନରେ ଥିବା ଦଳ ଆଗରେ ଏବେ ପ୍ରାର୍ଥୀ ସଂକଟ । କିଏ ହେବ ନୂଆପଡ଼ାରେ ବିଜେଡି ଚେହେରା ? କାହାକୁ ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିବ ଦଳ ? ଜୟ ଢ଼ୋଲକିଆ ବିଜେଡିରେ ମିଶିବା ପରେ ଯେପରି ବିଗିଡ଼ି ଯାଇଛି ବିଜେଡିର ସବୁ ଗଣିତ । ସେପଟେ ପ୍ରାର୍ଥୀ ଘୋଷଣା ସହ କଂଗ୍ରେସ ପ୍ରଚାରରେ ଆଗୁଆ ରହିଥିବା ବେଳେ ୧୯ରେ ପ୍ରାର୍ଥିପତ୍ର ଦାଖଲ କରିବେ ଘାସୀରାମ ।


ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ଦୁର୍ଗାପୁର ଗସ୍ତରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ୩ ଜଣିଆ ଟିମ୍

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ନିର୍ବାଚନ ପୂର୍ବରୁ ଦଳ ଅଦଳବଦଳ କରି ଟିକେଟ ନେବା କିଛି ନୂଆ କଥା ନୁହେଁ । ୨୦୧୮ ବିଜେପୁର ଉପ ନିର୍ବାଚନ ବେଳେ ଦିବଙ୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀଙ୍କୁ ବିଜେଡିରେ ମିଶାଇ ପ୍ରାର୍ଥୀ କରିଥିଲେ ନବୀନ । ୨୦୧୯ ସାଧାରଣ ନିର୍ବାଚନ ବେଳେ ମଧ୍ୟ ଆନନ୍ଦପୁର ଓ କାକଟପୁର ଆସନରୁ ବିଜେପି ଟିକେଟ ପାଇ ସାରିଥିବା ଭାଗିରଥୀ ସେଠୀ ଓ ତୁଷାରକାନ୍ତି ବେହେରାଙ୍କୁ ଟିକେଟ ଦେଇ ପ୍ରାର୍ଥୀ କରିଥିଲା ବିଜେଡି ।

ସେପଟେ ନୂଆପଡ଼ା ଉପନିର୍ବାଚନକୁ ନେଇ ସରଗରମ ରାଜନୀତି । ଆଉ ଦିନ କେଇଟା ପରେ ନୂଆପଡାରେ ହେବ ଉପନିର୍ବାଚନ । ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ନୂଆପଡା ପୋଲିସ ପକ୍ଷରୁ ସହରର ସର୍କିଟ ହାଉସ ଠାରୁ ତେଲିପଡ଼ା ଛକ ପର୍ଯ୍ୟନ୍ତ ଫ୍ଲାଗ ମାର୍ଚ୍ଚ କରାଯାଇଛି । ନୂଆପଡା ଏସପିଙ୍କ ନେତୃତ୍ୱରେ ଶତାଧିକ ପୋଲିସ କର୍ମଚାରୀ ଫ୍ଲାଗମାର୍ଚ୍ଚ କରିଛନ୍ତି । ସେହିପରି ଖରିଆର ରୋଡ଼ ସହରରେ ମଧ୍ୟ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଉପନିର୍ବାଚନକୁ ଅବାଧ ଏବଂ ସ୍ୱଚ୍ଛ ଭାବରେ ପରିଚାଳନା କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ଅଛି । ନୂଆପଡ଼ାରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି । ପଡୋଶୀ ସୀମାନ୍ତ ବର୍ତ୍ତୀ ଅଂଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଅଧିକ ପଢ଼ନ୍ତୁ ରାଜନୀତି ଖବର...

Sponsored